ETV Bharat / bharat

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ତାମିଲନାଡୁ ରାଜ୍ୟପାଳ - ରାଜ୍ୟପାଳ

ମୋଦିଙ୍କୁ ଭେଟିଲେ ତାମିଲନାଡୁ ରାଜ୍ୟପାଳ ବନୱାରିଲାଲ ପୁରୋହିତ । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ତାମିଲନାଡୁ ରାଜ୍ୟପାଳ

author img

By

Published : Jul 11, 2021, 7:35 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ତାମିଲନାଡୁ ରାଜ୍ୟପାଳ ବନୱାରିଲାଲ ପୁରୋହିତ । ଭେଟିବା ପରେ ସେ ତାମିଲନାଡୁ ସହ ଜଡିତ ପ୍ରମୁଖ ପ୍ରସଙ୍ଗକୁ ନେଇ ଆଲୋଚନା କରିଛନ୍ତି । ଏଥିସହ ଅନେକ ଗୁରୁତ୍ବପୂର୍ଣ୍ଣ ଆଲୋଚନା ମଧ୍ୟ କରିଛନ୍ତି । ରାଜ୍ୟରେ ଡିଏମକେ ସରକାର ଦାୟିତ୍ବ ଗ୍ରହଣ କରିବା ପରେ ଏହା ମୋଦିଙ୍କ ସହ ପ୍ରଥମ ସାକ୍ଷାତ ।

ଏଥିସହ ରାଷ୍ଟ୍ରପତି ରାମନାଥ ଗୋବିନ୍ଦଙ୍କୁ ମଧ୍ୟ ସେ ଶନିବାର ଭେଟିଛନ୍ତି । ସାକ୍ଷାତ ସମୟରେ ରାଜ୍ୟ ସରକାର ମହାମାରୀ ଅନ୍ୟାନ୍ୟ ସମସ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ନିଆଯାଇଥିବା ପଦକ୍ଷେପ ବିଷୟରେ ସୂଚନା ଦେଇଥିଲେ।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମାନସୁଖ ମାଣ୍ଡଭିଆ ରାଜ୍ୟପାଳଙ୍କୁ ଡାକି ତାମିଲନାଡୁରେ ହେଉଥିବା ମହାମାରୀ ଉପରେ ଆଲୋଚନା କରିଥିଲେ। ଏହି ବୈଠକରେ ରାଜ୍ୟପାଳ ତାମିଲନାଡୁ ପାଇଁ ଅତିରିକ୍ତ କୋଭିଡ ଟୀକାକରଣ ପାଇଁ ଅନୁରୋଧ କରିଛନ୍ତି ଏବଂ କେନ୍ଦ୍ରମନ୍ତ୍ରୀ ଏହା କରିବାକୁ ପ୍ରତିଶୃତି ଦେଇଛନ୍ତି ବୋଲି ପ୍ରକାଶ କରିଛନ୍ତି । ରାଜ୍ୟପାଳ ବନୱାରିଲାଲ ପୁରୋହିତ ଏବେ ଦିଲ୍ଲୀରେ ଥିବା ବେଳେ ଅମିତ ଶାହାଙ୍କୁ ମଧ୍ୟ ଭେଟିବାର ସମ୍ଭାବନା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.