ETV Bharat / bharat

ଡାକିଦେଲେ କୁକୁର, ଚାଲିଗଲା ଜୀବନ - ଡାକି ଦେଲେ କୁକୁର ଚାଲିଗଲା ଜୀବନ

କୁକୁରକୁ 'କୁକୁର' ଡାକିବା ପଡିଲା ମହଙ୍ଗା । ନିଜ ଜୀବନରୁ ହାତ ଧୋଇଲେ ୬୫ ବର୍ଷିୟ ବୃଦ୍ଧ । ଅଧିକ ପଢ଼ନ୍ତୁ

କୁକୁରକୁ 'କୁକୁର'  ଡାକିବା ପଡିଲା ମହଙ୍ଗା
କୁକୁରକୁ 'କୁକୁର'  ଡାକିବା ପଡିଲା ମହଙ୍ଗା
author img

By

Published : Jan 21, 2023, 10:30 PM IST

ଚେନ୍ନାଇ: ଅନେକ ଲୋକ ଘରେ ପଶୁପକ୍ଷୀ ପାଳିବାକୁ ବେଶ ପସନ୍ଦ କରିଥାନ୍ତି । କିଏ ବିଲେଇ ତ କିଏ କୁକୁର, କିଏ ଶୁଅ ତ କିଏ ଘରେ ନେଉଳ ପାଳିବାକୁ ବେଶ ପସନ୍ଦ କରନ୍ତି । ତେବେ ଖାଲି ପଶୁପକ୍ଷୀ ପାଳିବାକୁ ନୁହେଁ ତାଙ୍କର ସୁନ୍ଦର ସୁନ୍ଦର ନାଁ ଦେବା ସହ ତାଙ୍କୁ ସେହି ନାମରେ ଡାକିବାକୁ ଭଲ ମଧ୍ୟ ପାଇଥାନ୍ତି । ଅନ୍ୟ କେହି ସେ ନାଁ ବଦଳରେ କୁକୁରକୁ 'କୁକୁର' କୁ ବିଲେଇକୁ ‘ବିଲେଇ’ କହି ଡାକିଲେ ତାଙ୍କୁ ଖରାପ ଲାଗିଥାଏ । କେହି କେହି ତ ଏହାକୁ ନେଇ ଝଗଡା ମଧ୍ୟ କରିଥାନ୍ତି ।

କିନ୍ତୁ ଆପଣ କେବେ ଶୁଣିଛନ୍ତୁ କି, ଏକ ପୋଷା କୁକୁରକୁ 'କୁକୁର' ଡାକିବାରୁ କେହି ମାଲିକ ତାର ପଡୋଶିଙ୍କୁ ହତ୍ୟା କରିଥିବାର ? ତେବେ ଆମେ ଆପଣଙ୍କୁ ଏପରି ଏକ ଆଶ୍ଚର୍ଯ୍ୟକର ଘଟଣା ସର୍ମ୍ପକରେ କହିବାକୁ ଯାଉଛୁ ଯେଉଁଠି ପୋଷା କୁକୁରର ମାଲିକ ତାର କୁକୁରକୁ 'କୁକୁର' ଡାକିବାରୁ ପଡୋଶିଙ୍କୁ ହତ୍ୟା କରିଛି । ଏପରି ଦଃଖଦ ଘଟଣା ତାମିଲନାଡୁର ଦିଣ୍ଡିଗୁଲ ଜିଲ୍ଲାରେ ଦେଖିବାକୁ ମିଳିଛି । ଦିଣ୍ଡିଗୁଲ ଜିଲ୍ଲାରେ ଏହାର ପୋଷା କୁକୁରକୁ 'କୁକୁର' ବୋଲି କହିବାରୁ ଶୁକ୍ରବାର ଦିନ ଜଣେ ୬୫ ବର୍ଷିୟ ବୟସ୍କ ବ୍ୟକ୍ତିଙ୍କୁ ହତ୍ୟା କରିଛି ତାଙ୍କ ପଡ଼ୋଶୀ ।

ହତ୍ୟା ସମ୍ପର୍କରେ ପୋଲିସ ଦେଇଥିବା ସୂଚନା ଅନୁଯାୟୀ, ରାୟପନ୍ ଏବଂ ଡାନିଏଲ ସମ୍ପର୍କୀୟ। ଘଟଣା ସମୟରେ ରାୟପନ୍ ତାଙ୍କ ନାତିଙ୍କ ସହ ବୁଲୁଥିଲେ। ଏହି ସମୟରେ ଡାନିଏଲଙ୍କ ଭାଇ ଭିନ୍ସେଣ୍ଟ ନିଜ ପୋଷା କୁକୁରକୁ ବାହାରକୁ ବଲେଇବାକୁ ନେଇଥିଲେ । ଭିନ୍ସେଣ୍ଟ କୁକୁର ରାୟପନଙ୍କ ଆଡକୁ ଦେଖି ଭୁକିବାକୁ ଲାଗୁଥିଲା । ଏହା ପରେ ରାୟପନ୍ ଭିନ୍ସେଣ୍ଟଙ୍କୁ ପାଟି କରି “କୁକୁର ଯାଅ” ବୋଲି କହି ପାଟି କରିଥିଲେ । ଏହାସହ କକୁକୁରକୁ ଘଉଡାଇବା ପାଇଁ ନାତିକୁ ବାଡି ଆଣିବାକୁ କହିଥିଲେ ।

ଭିନ୍ସେଣ୍ଟଙ୍କ କୁକୁରକୁ ରାୟପନ କିପରି କୁକୁର ବୋଲି କହିଲେ ସେ ନେଇ ରାୟପନ ଭିନ୍ସେଣ୍ଟ ରାୟପନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଯୁକ୍ତିତର୍କ ଏତେ ବଢ଼ି ଯାଇଥିଲା ଯେ ଭିନ୍ସେଣ୍ଟ ଏବଂ ରାୟପନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏହି ଧସ୍ତାଧସ୍ତିରେ ଭିନ୍ସେଣ୍ଟର ଭାଇ ଡାନିଏଲ ମଧ୍ୟ ସାମିଲ ହୋଇଥିଲା । ଏହାପରେ ଡାନିଏଲ ତା ସହ ନେଇଥିବା ଛୁରୀରେ ରାୟାପନଙ୍କୁ ଆକ୍ରମଣ କରିଥିଲା । ଛୁରୀ ରାୟାପନଙ୍କ ଛାତିରେ ବାଜିଥିବା ବେଳେ ଘଟଣାସ୍ଥଳରେ ରାୟାପନଙ୍କ ମୃତ୍ୟୁ ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ବେଳେ ଅଭିଯୁକ୍ତ ଡାନିଏଲ ଏବଂ ଭିନ୍ସେଣ୍ଟ ହତ୍ୟା ମାମଲାରେ ଗିରଫ କରି କୋର୍ଟରେ ହାଜର କରିଛି ।

ବ୍ୟରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.