ETV Bharat / bharat

ପ୍ରବାସୀ ଶ୍ରମିକଙ୍କୁ ଆକ୍ରମଣ ଘଟଣାରେ ବିହାର-ତାମିଲନାଡୁ ଛକାପଞ୍ଝା ! ନୀତିଶଙ୍କୁ ଜବାବ ଦେଲେ ତାମିଲନାଡୁ DGP

ତାମିଲନାଡୁରେ ବିହାରର ପ୍ରବାସୀ ଶ୍ରମିକଙ୍କ ଉପରେ ଆକ୍ରମଣ ଭିଡିଓକୁ ଖଣ୍ଡନ କଲେ ତାମିଲନାଡୁ ପୋଲିସ ଡିଜି । କହିଲେ ଘଟଣା ଭିନ୍ନ । ସ୍ଥାନୀୟ ଲୋକଙ୍କ ଦ୍ବାରା ଆକ୍ରମଣର ଶିକାର ହୋଇନାହାନ୍ତି ବିହାରୀ ଶ୍ରମିକ । ଅଧିକ ପଢନ୍ତୁ

author img

By

Published : Mar 2, 2023, 10:08 PM IST

ଭିଡିଓକୁ ମିଛ କହିଲେ ତାମିଲନାଡୁ ଡିଜିପି, ଦର୍ଶାଇଲେ ଭିନ୍ନ ଘଟଣା

ପାଟନା/ଚେନ୍ନାଇ: ତାମିଲନାଡୁରେ ବିହାରର ପ୍ରବାସୀ ଶ୍ରମିକଙ୍କୁ ଆକ୍ରମଣ କରାଯାଇଥିବା ନେଇ ଦୁଇଟି ଭିଡିଓ ଭାଇରାଲ ହେଉଥିବା ବେଳେ ଏହାକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ତାମିଲନାଡୁ ପୋଲିସ ଡିଜି । ପୋଲିସ ଡିଜି ଶୈଳନ୍ଦ୍ର ବାବୁ ଏକ ଭିଡିଓ ଜାରି କରି ଉଭୟ ଭିଡିଓକୁ ଘଟଣା ସମ୍ପର୍କିତ ନୁହେଁ ଓ ମିଥ୍ୟା ବୋଲି କହିଛନ୍ତି । ଭାଇରାଲ ହେଉଥିବା ଦୁଇଟି ଭିଡିଓ ପୁରୁଣା ଓ ଭିନ୍ନ ଭିନ୍ନ ଘଟଣା ବୋଲି ସେ କହିଛନ୍ତି । ଗୋଟିଏ ଭିଡିଓରେ ଦେଖିବାକୁ ମିଳୁଥିବା ହିଂସା ତାମିଲନାଡୁର ତ୍ରିପୁର ଓ ଅନ୍ୟଟି କୋଇମ୍ବାଟୁରରେ ଘଟିଛି । ଗୋଟିଏ ଭିଡିଓରେ ଦେଖାଯାଉଥିବା ହିଂସା କୌଣସି କାରଣବଶତଃ ତାମଲନାଡୁର ଦୁଇ ସ୍ଥାନୀୟ ଗୋଷ୍ଠୀ ମଧ୍ୟରେ ହୋଇଥିବା ବେଳେ ଅନ୍ୟଟି ଦୁଇ ବିହାରୀ ଶ୍ରମିକଙ୍କ ଗୋଷ୍ଠୀ ମଧ୍ୟରେ ହୋଇଛି । ତାମିଲନାଡୁରେ ବିହାର ଶ୍ରମିକଙ୍କୁ ଆକ୍ରମଣ ନେଇ ପ୍ରସାରିତ କରାଯାଉଥିବା ସୂଚନା ମିଥ୍ୟା ବୋଲି ସେ କହିଛନ୍ତି ।

ସେହିପରି ସେ ଆହୁରି ମଧ୍ୟ କହିଛନ୍ତି, ଏହି ଭିଡିଓକୁ ଭାଇରାଲ କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ସୁନିୟନ୍ତ୍ରିତ ରହିଛି । ରାଜ୍ୟରେ ହିଂସା କମ୍ବା ଅରାଜକତାର କୌଣସି ସ୍ଥାନ ନାହିଁ । ତାମିଲନାଡୁର ଲୋକେ ଶାନ୍ତିପ୍ରିୟ ଓ ସେମାନେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ଜୀବନଜାପନ କରନ୍ତି ବୋଲି ଡିଜିପି ଶୈଳେନ୍ଦ୍ର ବାବୁ କହିଛନ୍ତି । ଏନେଇ ସେ ରାଜ୍ୟ ପୋଲିସର ଅଫିସିଆଲ ଟ୍ବିଟର ହ୍ୟାଣ୍ଡେଲରେ ନିଜର ଏକ ଭିଡିଓ ବାର୍ତ୍ତା ପୋଷ୍ଟ କରି ସୂଚନା ଦେଇଛନ୍ତି ।

ତାମିଲନାଡୁରେ ପ୍ରବାସୀ ବିହାରୀ ଶ୍ରମିକଙ୍କ ଉପରେ ଆକ୍ରମଣ ହେଉଥିବା ଦୁଇଟି ଭିଡିଓ ଭାଇରାଲ ହୋଇଥିଲା । ଯାହାକୁ ନେଇ ବିହାରରେ ମଧ୍ୟ ଉଦବେଗ ପ୍ରକାଶ ପାଇଥିଲା । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ଘଟଣାରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶଙ୍କୁ ତାମିଲନାଡୁ ସରକାରଙ୍କ ସହ ପ୍ରଶାସନିକ ଅଧିକାରୀ ସ୍ତରରେ ଆଲୋଚନା କରି ବିହାରୀ ଶ୍ରମିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବିହାର ପ୍ରଶାସନ ମଧ୍ୟ ତାମିଲନାଡୁ ପ୍ରଶାସନକୁ ଘଟଣା ସମ୍ପର୍କରେ ଅବଗତ କରିଥିଲେ । ଏହା ପରେ ତାମିଲନାଡୁ ପୋଲିସ ମହାନିର୍ଦ୍ଦେଶକଙ୍କ ସ୍ପଷ୍ଟୀକରଣ ବୟାନ ସାମ୍ନାକୁ ଆସିଛି । ତାମିଲନାଡୁରେ ପ୍ରବାସୀ ବିହାରୀ ଶ୍ରମିକଙ୍କ ଉପରେ ଆକ୍ରମଣ ଅଭିଯୋଗକୁ ସେ ସମ୍ପୂର୍ଣ୍ଣ ଖଣ୍ଡନ କରିବା ସହ ଉଭୟ ଘଟଣା କିଛି ଭିନ୍ନ ବୋଲି ସୂଚନା ଦେଇଛନ୍ତି । ଭିଡିଓ ଭାଇରାଲ କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ସେ ମଧ୍ୟ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.