ETV Bharat / bharat

Swami Vivekananda: ଆଜିର ଦିନରେ ଚିକାଗୋରେ ଦେଇଥିଲେ ଐତିହାସିକ ହିନ୍ଦୀ ଭାଷଣ - ମହାନ ଦାର୍ଶନିକ ସ୍ବାମୀ ବିବେକାନନ୍ଦ

ମହାନ ଦାର୍ଶନିକ ସ୍ବାମୀ ବିବେକାନନ୍ଦ ଆଜିର ଦିନ (ସେପ୍ଟମ୍ବର୧୧) ୧୮୯୩ରେ ଆମେରିକାର ଚିକାଗୋ ସହରରେ ଦେଇଥିଲେ ଐତିହାସିକ ଭାଷଣ। ଭାଷଣରେ ଭାରତୀୟ ସଂସ୍କୃତିକୁ ଦୃଢତାର ସହ ରଖିଥିଲେ । ଅଧିକ ପଢନ୍ତୁ...

SwamiVivekananda
SwamiVivekananda
author img

By

Published : Sep 11, 2021, 4:45 PM IST

ନୂଆଦିଲ୍ଲୀ: ମହାନ ଦାର୍ଶନିକ ସ୍ବାମୀ ବିବେକାନନ୍ଦ ଆଜିର ଦିନ (ସେପ୍ଟମ୍ବର୧୧) ୧୮୯୩ ରେ ଆମେରିକାର ଚିକାଗୋ ସହରରେ ଦେଇଥିଲେ ଐତିହାସିକ ଭାଷଣ । ଭାଷଣରେ ଭାରତୀୟ ସଂସ୍କୃତିକୁ ଦୃଢତାର ସହ ରଖିଥିଲେ । ହିନ୍ଦୁ ଧର୍ମ ଓ ଭାରତୀୟ ସନାତନ ସଂସ୍କୃତି ଉପରେ ଆଧାରିତ ଏହି ଭାଷଣକୁ ନେଇ ବିଶ୍ବବ୍ୟାପୀ ପ୍ରଶଂସା କରାଯାଇଥିଲା । ସେବେଠାରୁ ଯେବେ ବି ସ୍ବାମୀ ବିବେକାନନ୍ଦଙ୍କ ସମ୍ପର୍କ ଉପରେ ଆଲୋଚନା ହୋଇଥାଏ, ସେହି ୧୮୯୩ରେ ଧର୍ମ ସଂସଦରେ ଦେଇଥିବା ଐତିହାସିକ ଚିକାଗୋ ଭାଷଣ ସ୍ଥାନ ପାଇଥାଏ । ସ୍ବାମୀ ବିବେକାନନ୍ଦଙ୍କ ଏହି ଭାଷଣକୁ ଐତିହାସିକ ମାନିଥାନ୍ତି ସମସ୍ତେ । ଏହି ଭାଷଣ ଜରିଆରେ ସ୍ବାମୀ ବିବେକାନନ୍ଦଙ୍କ ଭାରତର ଏକ ଦୃଢ ଚିତ୍ର ରଖିଥିଲେ ବିଶ୍ବ ସମ୍ମୁଖରେ ।

କଣ କହିଥିଲେ ସ୍ବାମୀ ବିବେକାନନ୍ଦ...

ଚିକାଗୋରେ ଆମେରିକୀୟଙ୍କୁ ଭାଷଣ ଦେଇ ପ୍ରଥମେ କହିଥିଲେ ମୋର ପ୍ରିୟ ଆମେରିକା ଭାଇ ଭଉଣୀଗଣ । ଏହାପରେ ସେ ହିନ୍ଦୁଙ୍କୁ କୃତଜ୍ଞତା ଦେଇଥିଲେ । ପରେ ଭାଷଣ ଆଗକୁ ବଢାଇ କହିଥିଲେ ଆପଣଙ୍କର ଏହି ସ୍ନେହପୂର୍ଣ୍ଣ ଓ ଜୋରଦାର ସ୍ବାଗତ ସମ୍ବର୍ଦ୍ଧନା ପାଇଁ ମୁଁ କୃତଜ୍ଞ । ଏହି ଭଲ ପାଇବା ସ୍ନେହ ଶ୍ରଦ୍ଧା ପାଇଁ ମୁଁ ଦୁନିଆର ପ୍ରାଚୀନତମ ସନ୍ଥ ପରମ୍ପରା ଭୂମି ଭାରତ ପକ୍ଷରୁ ଧନ୍ୟବାଦ ଦେଉଛି । ଏହାସହ ମୁଁ ସମସ୍ତ ଧର୍ମର, ଜାତିର ସମ୍ପ୍ରଦାୟ ଲୋକଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି ।

କେମିତି ରଖିଥିଲେ ହିନ୍ଦୁଧର୍ମର ପରିଭାଷା...

ଭାଷଣ ଦେଇ ସ୍ବାମୀ କହିଥିଲେ ମୁଁ ଏମିତି ଏକ ଧର୍ମରୁ ପ୍ରତିନିଧିତ୍ବ କରୁଛି ଯିଏ ଦୁନିଆକୁ ସହିଷ୍ଣୁତା ଓ ସାର୍ବଭୌମିକତା ଉଭୟ ଶିଖାଇଛି । ଆମେ କେବଳ ସାର୍ବଭୌମିକତାରେ ସୀମିତ ନହୁଁ, ଆମେ ସମସ୍ତ ଧର୍ମକୁ ମଧ୍ୟ ସମ୍ମାନ କରୁ । ମୁଁ ଗର୍ବିତ ଯେ ଏମିତି ଏକ ରାଷ୍ଟ୍ରରେ ଜନ୍ମ ନେଇଛି ଯେଉଁ ରାଷ୍ଟ୍ର ବିଶ୍ବର ସମସ୍ତ ଧର୍ମର ଲୋକଙ୍କୁ ନିଜ କୋଳରେ ସ୍ଥାନ ଦେଇଥାଏ ଓ ଶରଣ ନେବା ପାଇଁ ସୁଯୋଗ ଦେଇଥାଏ ।

ସ୍ବାମୀ ବିବେକାନନ୍ଦଙ୍କ ମତରେ ଧର୍ମକୁ ନେଇ କେତେ ଯୁକ୍ତି କରାଯାଇ ପାରେ, କେତେ ତଥ୍ୟ ରଖାଯାଇ ପାରେ, କେତେ ବୈଜ୍ଞାନିକ ମତ ସୃଷ୍ଟି ହୋଇପାରେ, କିନ୍ତୁ ଧର୍ମ ଏକ । ବିବେକାନନ୍ଦ ଈଶ୍ବର ବିଶ୍ବାସୀ ସହ ଈଶ୍ବର ତତ୍ତ୍ବକୁ ଅତି ସରଳ ଭାବେ ରଖୁଥିଲେ । ତାଙ୍କ ମତରେ ମଣିଷ ଭଗବାନଙ୍କ ଭକ୍ତ ହେବା ସହ ରାଷ୍ଟ୍ର ଓ ରାଷ୍ଟ୍ରଭକ୍ତି ମଧ୍ୟ କରିବାର ଆବଶ୍ୟକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.