ETV Bharat / bharat

Suspected Case of Monkeypox: ନେଗେଟିଭ ଆସିଲା ଗାଜିଆବାଦର ସନ୍ଦିଗ୍ଧ ନମୂନା - ମଙ୍କିପକ୍ସ ନମୂନା ରିପୋର୍ଟ

ଉତ୍ତର ପ୍ରଦେଶ ଗାଜିଆବାଦରେ ସଂଗୃହିତ ସନ୍ଦିଗ୍ଧ ମଙ୍କିପକ୍ସ ନମୂନା ନେଗେଟିଭ । ପୁଣେରେ ପରୀକ୍ଷା ପରେ ହେଲା ସ୍ପଷ୍ଟ । ଦେଶରେ ଚିହ୍ନଟ ହୋଇନାହିଁ ମଙ୍କିପକ୍ସ ଭୁତାଣୁ । ଅଧିକ ପଢନ୍ତୁ

suspected case of monkeypox: ଟେଷ୍ଟିଂରେ ନେଗେଟିଭ ଆସିଲା ଗାଜିଆବାଦର ସନ୍ଧିଗ୍ଧ ନମୂନା

author img

By

Published : Jun 7, 2022, 7:30 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଗାଜିଆବାଦରୁ ସଂଗ୍ରହ ହୋଇଥିବା ସନ୍ଦିଗ୍ଧ ମଙ୍କିପକ୍ସ ନମୂନା ପରୀକ୍ଷା ପରେ ନେଗେଟିଭ ଆସିଥିବା ସୂଚନା ମିଳିଛି । ଜଣେ 5 ବର୍ଷୀୟ ଶିଶୁ ଶରୀରରେ ଲକ୍ଷଣ ଦେଖାଯିବା ପରେ ନମୂନା ସଂଗ୍ରହ କରାଯାଇ ପୁଣେ ସ୍ଥିତ ନ୍ୟାସନାଲ ଇଂଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିକୁ ପଠାଯାଇଥିଲା । ପରୀକ୍ଷା ପରେ ଏହା ମଙ୍କିପକ୍ସ ଭୂତାଣୁ ସଂକ୍ରମଣ ହୋଇନଥିବା ସ୍ପଷ୍ଟ ହୋଇଛି । ତେବେ ରିପୋର୍ଟ ନେଗେଟିଭ ଆସିବା ପରେ ସାମାନ୍ୟ ଆଶ୍ବସ୍ତି ମଧ୍ୟ ମିଳିଛି । ବର୍ତ୍ତମାନ ସୁଦ୍ଧା ଦେଶରେ କୌଣସି ମଙ୍କିପସ ଆକ୍ରାନ୍ତ ଚିହ୍ନଟ ହୋଇ ନଥିବା NIV କହିଛି ।

  • The suspected case of monkeypox from UP's Ghaziabad has tested negative, the sample was sent for testing to ICMR - National Institute of Virology in Pune: Sources to ANI pic.twitter.com/JQTjIXgyPm

    — ANI (@ANI) June 7, 2022 " class="align-text-top noRightClick twitterSection" data=" ">

ଏହି ଘଟଣାରେ ଗାଜିଆବାଦ ସ୍ବାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରୋଗୀ ନିକଟରେ ଜଟିଳତା କିମ୍ବା ଅନ୍ୟ କିଛି ସମସ୍ୟା ମଧ୍ୟ ପ୍ରକାଶ ପାଇନାହିଁ ଏବଂ ନିକଟ ଅତୀତରେ ରୋଗୀଜଣଙ୍କ ଅନ୍ୟମାନଙ୍କ ସଂସ୍ପର୍ଶରେ ମଧ୍ୟ ଆସିନାହିଁ । ତେଣୁ ଚିନ୍ତିତ ହେବାର କୌଣସି କାରଣ ନଥିବା ସ୍ବାସ୍ଥ୍ୟ ଅଧିକାରୀ ସ୍ପଷ୍ଟ କରିଛନ୍ତି ।

ସୂଚନା ଅନୁସାରେ, ଜଣେ 5 ବର୍ଷୀୟା କନ୍ୟା ଶିଶୁ ଶରୀରରେ ମଙ୍କିପକ୍ସର ଲକ୍ଷଣ ପରି ଦେଖାଯାଉଥିବା କିଛି ଲକ୍ଷଣ ପ୍ରକାଶ ପାଇବା ପରେ ନମୂନା ସଂଗ୍ରହ କରାଯାଇଥିଲା । ଶୁଶୁଜଣଙ୍କ ଦେହେରେ କୁଣ୍ଡାଇ ହେବା ପରି କିଛି ସମସ୍ୟା ଦେଖିବାକୁ ମିଳିଥିଲା । ସଂଗୃହିତ ନମୂନାକୁ ପୁଣେର NIV କୁ ପଠାଯାଇଥିଲା । ତେବେ ଏହା ମଙ୍କିପକ୍ସ ସଂକ୍ରମଣ ହୋଇ ନଥିବା ସ୍ପଷ୍ଟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.