ETV Bharat / bharat

ISI ଆତଙ୍କୀଙ୍କୁ ଭେଟିବା ପାଇଁ ଦୁବାଇ-ଥାଇଲାଣ୍ଡ ଯାଇଥିଲା ଗିରଫ ପାକ୍‌ ଆତଙ୍କୀ - ଜମ୍ମୁକାଶ୍ମୀର

ଦିଲ୍ଲୀରେ ଗିରଫ ହୋଇଥିବା ପାକ୍‌ ଆତଙ୍କବାଦୀର ବଡ଼ ଖୁଲାସା । ୨୦୧୮ରେ ବିଦେଶ ଗସ୍ତ କରି ଭେଟିଥିଲା ISI ଆତଙ୍କୀକୁ ଏବଂ ଜମ୍ମୁକାଶ୍ମୀରରେ ବିସ୍ଫୋରଣ ପାଇଁ ହେଉଥିଲା ଯୋଜନା । ଅଧିକ ପଢନ୍ତୁ...

ଦୁବାଇ-ଥାଇଲାଣ୍ଡରେ ISI ଆତଙ୍କୀକୁ ଭେଟିଥିଲା ଗିରଫ ପାକ୍‌ ଆତଙ୍କବାଦୀଦୁବାଇ-ଥାଇଲାଣ୍ଡରେ ISI ଆତଙ୍କୀକୁ ଭେଟିଥିଲା ଗିରଫ ପାକ୍‌ ଆତଙ୍କବାଦୀ
ଦୁବାଇ-ଥାଇଲାଣ୍ଡରେ ISI ଆତଙ୍କୀକୁ ଭେଟିଥିଲା ଗିରଫ ପାକ୍‌ ଆତଙ୍କବାଦୀ
author img

By

Published : Oct 14, 2021, 1:06 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରୁ ଗିରଫ ହୋଇଥିବା ପାକ୍‌ ଆତଙ୍କବାଦୀ ଅଶରଫ ଓରଫ ଅଲ୍ଲୀ ଗୋଟିଏ ପରୋ ଗୋଟିଏ ବଡ଼ ଖୁଲାସା କରିବାରେ ଲାଗିଛି । ସ୍ପେଶାଲ ସେଲ ଅଲ୍ଲୀକୁ ଲଗାତାର ପଚରାଉଚୁରା କରୁଛନ୍ତି । ତେବେ ଏହି ଆତଙ୍କବାଦୀ ଗତ ୨୦୧୮ ମସିହାରେ ଦୁବାଇ ଓ ଥାଇଲାଣ୍ଡ ଗସ୍ତ କରି ପାକିସ୍ତାନୀ ଆତଙ୍କୀ ସଂସ୍ଥା ISIକୁ ଭେଟିଥିଲା ଏବଂ ଭାରତର କିଛି ଗୁରୁତ୍ବପୂର୍ଣ୍ଣ ସ୍ଥାନର ନକ୍ସା ଓ ଭିଡ଼ିଓ ଦେଇଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ: ଗିରଫ ପାକ୍ ଆତଙ୍କବାଦୀର ଚାଞ୍ଚଲ୍ୟକର ବୟାନ: ଦିଲ୍ଲୀରେ ରହୁଥିଲା, ସ୍କାନରରେ ଥିଲା କାଶ୍ମୀର

ଭାରତୀୟ ପାସପୋର୍ଟକୁ ବ୍ୟବହାର କରି ଏହି ଆତଙ୍କବାଦୀ ବିଦେଶ ଗସ୍ତ କରିଥିଲା । ଏହି ବିଦେଶ ଯାତ୍ରାକୁ ନେଇ ସ୍ପେଶାଲ ଟିମ ଅଲ୍ଲୀକୁ ପଚରା ଉଚୁରା କରିଥିଲେ । ପ୍ରାଥମକି ପଚରାଉଚୁରା ସମୟରେ ଅଶରଫ କହିଛି ଯେ ବିଦେଶ ଗସ୍ତ କରିବା ପଛରେ ତା'ର ଏକ ବଡ଼ ଉଦ୍ଦେଶ୍ୟ ଥିଲା । ସେଠାରେ କିଛି ISI ଆତଙ୍କୀକୁ ଭେଟିଥିଲା ଅଲ୍ଲୀ । ସେମାନେ ଜମ୍ମୁକାଶ୍ମୀର ଓ ଦିଲ୍ଲୀ ସମେତ କିଛି ରାଜ୍ୟର ଲୋକେସନ ସମ୍ପର୍କରେ ଆଲୋଚନା କରିଥିଲେ । ଅଲ୍ଲୀ ସେମାନଙ୍କୁ ଦେଶର କିଛି ବ୍ୟସ୍ତବହୁଳ ସ୍ଥାନର ଫଟୋ, ଭିଡ଼ିଓ ଏବଂ ନକ୍ସା ଦେଇଥିଲା ।

ଏହା ବି ପଢନ୍ତୁ: ଦିଲ୍ଲୀରୁ ଧରାପଡିଲା ପାକ୍ ଆତଙ୍କୀ, ରଚୁଥିଲା ଷଡଯନ୍ତ୍ର

ତେବେ ଏହି ଫଟୋ ବା ଭିଡି଼ଓ ଗୁଡି଼କ କାହା ଉପରେ ଆଧାରିତ ଥିଲା, କେଉଁ ସ୍ଥାନର ଥିଲା ସେ ସମ୍ପର୍କରେ ସ୍ପେଶାଲ ଟିମ ଗିରଫ ଆତଙ୍କବାଦୀକୁ ପଚାରୁଥିବା ଜଣାପଡ଼ିଛି । ସ୍ପେଶାଲ ଟିମ ବ୍ୟତୀତ IB, ମିଲିଟାରୀ ଇଣ୍ଟେଲିଜେନ୍ସି, ଜମ୍ମୁକାଶ୍ମୀର ପୋଲିସ ଓ NIA ଅଲ୍ଲୀକୁ ପ୍ରାୟ ୬ ଘଣ୍ଟା ଧରି ପଚରାଉଚୁରା କରିଥିଲା । ସେମାନେ ଜମ୍ମୁକାଶ୍ମୀରର ଅନେକାଞ୍ଚଳରେ ବିସ୍ଫୋରଣ କରିବା ପାଇଁ ଯୋଜନା କରୁଥିଲେ । ଅଶରଫ ସହିତ ଦିଲ୍ଲୀରେ ଅନ୍ୟ କିଛି ଆତଙ୍କବାଦୀମାନେ ମଧ୍ୟ ରହିଛନ୍ତି । ଅଶରଫ ଗିରଫ ହେବା ପରେ ଅନ୍ୟମାନଙ୍କୁ ପୋଲିସ ଖୋଜୁଥିବା ଜଣାପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.