ETV Bharat / bharat

ଦିନକରେ ଦିଲ୍ଲୀରେ ସର୍ବାଧିକ 2.05 ଲକ୍ଷ ଟୀକାକରଣ: ମନୀଷ ସିସୋଦିଆ

author img

By

Published : Jun 27, 2021, 11:48 AM IST

ସଂକ୍ରମଣ ବିରୋଧରେ ଦେଶରେ ଜାରି ରହିଛି ଟୀକାକରଣ । ଦିଲ୍ଲୀରେ ଶନିବାର ଦିନ 2.05 ଲକ୍ଷରୁ ଅଧିକ ଲୋକଙ୍କୁ ଟୀକାକରଣ କରାଯାଇଛି । ଅଧିକ ପଢନ୍ତୁ...

"Surpassed All Previous Records": Delhi Minister Says 2.05 Lakh People Vaccinated In A Day
ଦିନକରେ ଦିଲ୍ଲୀରେ ସର୍ବାଧିକ 2.05 ଲକ୍ଷ ହୋଇଛି ଟୀକାକରଣ;ସିସୋଦିଆ

ନୂଆଦିଲ୍ଲୀ: ସଂକ୍ରମଣ ବିରୋଧରେ ଦେଶରେ ଜାରି ରହିଛି ଟୀକାକରଣ । ଦିଲ୍ଲୀରେ ଶନିବାର ଦିନ 2.05 ଲକ୍ଷରୁ ଅଧିକ ଲୋକଙ୍କୁ ଟୀକାକରଣ କରାଯାଇଛି,ଯାହା ଆଜି ପର୍ଯ୍ୟନ୍ତ ସର୍ବାଧିକ ବୋଲି କହିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଆସନ୍ତା ମାସ ପାଇଁ 45 ଲକ୍ଷ ଡୋଜ ଦରକାର । ଏନେଇ ଦିଲ୍ଲୀ ସରକାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଅନୁରୋଧ କରି ଥିବା କହିଛନ୍ତି ଆପ ବିଧାୟକ ଆତିଶ ।

ଦିଲ୍ଲୀରେ ଦୈନିକ ପ୍ରାୟ 1.5 ଲକ୍ଷ ଟିକା ଦିଆଯାଉଛି। ତେଣୁ ଦିଲ୍ଲୀରେ ଅତି କମରେ 45 ଲକ୍ଷ ଡୋଜ ଦିଆଯିବା ଉଚିତ। ଏନେଇ କେନ୍ଦ୍ର ସରାକାର ଟିକା ଯୋଗାଇବା ଉଚିତ ବୋଲି ସେ କହିଛନ୍ତି । ଯଦି କେନ୍ଦ୍ର ସରକାର ଜୁଲାଇରେ ଟିକା ଦେବେ । ତେବେ ଯେତେ ଶୀଘ୍ର ସମ୍ଭବ ସରକାର ଲୋକଙ୍କୁ ଟୀକାକରଣ କରିପାରିବେ ଏବଂ ସାମ୍ଭାବ୍ୟ ତୃତୀୟ ଲହରରୁ ଦିଲ୍ଲୀବାସୀଙ୍କୁ ବଞ୍ଚାଇ ପାରିବେ ।

କୋଓ୍ବିନ ପୋର୍ଟାଲ ଅନୁଯାୟୀ, ଶନିବାର ପର୍ଯ୍ୟନ୍ତ ମୋଟ ଟିକା ସଂଖ୍ୟା 73,28,647 ରହିଛି । ସେଥିମଧ୍ୟରୁ 56,28,594 ପ୍ରଥମ ଡୋଜ ଏବଂ 17,00,053 ଦ୍ବିତୀୟ ଡୋଜ ରହିଛି । ରାଜଧାନୀରେ 1,320 ଟୀକାକରଣ ସ୍ଥାନ ରହିଛି । 18-44 ବର୍ଷ ବୟସରେ 31.87 ଲକ୍ଷ ଲୋକ ଅତି କମରେ ପ୍ରଥମ ଡୋଜ ଗ୍ରହଣ କରିଛନ୍ତି । 45-60 ବୟସ ବର୍ଗର 25 ଲକ୍ଷରୁ ଅଧିକ ଲୋକେ ଟିକା ଗ୍ରହଣ କରିଥିବା ବେଳେ 16.40 ଲକ୍ଷ ବରିଷ୍ଠ ନାଗରିକଙ୍କୁ ଭ୍ୟାକ୍ସିନେସନ କରାଯାଇଛି ।

ଶନିବାର ଦିନ ନୂଆଦିଲ୍ଲୀ ଜିଲ୍ଲାରେ ସର୍ବନିମ୍ନ ଟୀକାକରଣ 13,232 ଥିବାବେଳେ ଉତ୍ତର ଦିଲ୍ଲୀରେ ସର୍ବାଧିକ 23,289 ଥିଲା। କେନ୍ଦ୍ରୀୟ ଦିଲ୍ଲୀ, ଉତ୍ତର, ଦକ୍ଷିଣ ଏବଂ ଦକ୍ଷିଣ-ପଶ୍ଚିମ ଦିଲ୍ଲୀ ଜିଲ୍ଲାରେ 20,000 ରୁ ଅଧିକ ଟିକା ଦିଆଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.