ETV Bharat / bharat

Lakhimpur Case: ଆସନ୍ତାକାଲି ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ବେଲ ଖାରଜ ଆବେଦନର ଆସିବ ରାୟ

author img

By

Published : Apr 17, 2022, 10:08 PM IST

ଲକ୍ଷୀମପୁର ଖେରୀ ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ବେଲ ଖାରଜ ଆବେଦନର ଆସନ୍ତାକାଲି ପ୍ରକାଶ ପାଇବ ରାୟ । ସର୍ବୋଚ୍ଚ କୋର୍ଟରେ ହୋଇଥିଲା ଆବେଦନ । ଅଧିକ ପଢନ୍ତୁ

Lakhimpur case:ମୁଖ୍ୟ ଅଭିଯୁ୍କ୍ତ ଆଶିଷ ମିଶ୍ରାଙ୍କ ବେଲ ଖାରଜ ଆବେଦନର ଶୁଣାଣି କାଲି

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଲକ୍ଷୀମପୁର ଖେରୀ ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନୀଙ୍କ ପୁଅ ଆଶିଷ ମିଶ୍ରାଙ୍କ ବେଲ ଖାରଜ ଆବେଦନର ଆସନ୍ତାକାଲି ରାୟ ପ୍ରକାଶ କରିବେ ସର୍ବୋଚ୍ଚ କୋର୍ଟ । ଆଶିଷଙ୍କୁ ବେଲ ମିଳିବା ପରେ ତଦନ୍ତ ପ୍ରଭାବିତ ହେବା ନେଇ ଆଶଙ୍କା ବଢିବା ସହ ସର୍ବୋଚ୍ଚ କୋର୍ଟରେ ପିଟିସନ ଦାଖଲ କରି ଜାମିନ ଖାରଜ ପାଇଁ ଆବେଦନ କରିଥିଲେ ମୃତ ଚାଷୀଙ୍କ ପରିବାର ।

ଲକ୍ଷୀମପୁର ଖେରୀରେ କୃଷକ ଆନ୍ଦୋଳନ ଜାରି ରହିଥିବାବେଳେ ଆନ୍ଦୋଳନରତ କୃଷକଙ୍କ ଉପରେ ମନ୍ତ୍ରୀ ଅଜୟ ମିଶ୍ରା ଟେନୀଙ୍କ ପୁଅ ଆଶିଷ ମିଶ୍ରା ଗାଡି ଚଢାଇ ଦେଇଥିବା ଅଭିଯୋଗ ହୋଇଥିଲା । ପରେ ପୋଲିସ ତଦନ୍ତରେ ମଧ୍ୟ ଆଶିଷ ଗାଡିରେ ଥିବା ନେଇ ପ୍ରମାଣ ମିଳିବା ପରେ ତାଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ କରାଯାଇଥିଲା । ଏହି ଘଟଣାରେ ଚାଷୀଙ୍କ ସମେତ ମୋଟ 8ଜଣ ପ୍ରାଣ ହରାଇଥିବାବେଳେ ଏକାଧିକ ଆହତ ମଧ୍ୟ ହୋଇଥିଲେ ।

ଘଟଣାର ତଦନ୍ତ ଏସଆଇଟି ଜାରି ରଖିଥିବାବେଳେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ବେଲ ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା । ଯାହାକୁ ନେଇ ମୃତ କୃଷକଙ୍କ ପରିବାର ଲୋକେ ଆପତ୍ତି ଉଠାଇ କୋର୍ଟର ଦ୍ବାରସ୍ଥ ହୋଇଥିଲା । ଏହି ବେଲ ଖାରଜ ଆବେଦନର ଶୁଣାଣି ଶେଷ ହୋଇସାରିଥିବା ବେଳେ ରାୟ ସଂରକ୍ଷିତ ଥିଲା । ଯାହା କାଲି ସର୍ବୋଚ୍ଚ କୋର୍ଟ ପ୍ରକାଶ କରିବାକୁ ଯାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.