ETV Bharat / bharat

Adani-Hindenburg Row: ଫୋର୍ବସ ରିପୋର୍ଟ ଗ୍ରହଣ କରିବାକୁ ମନାକଲେ ସର୍ବୋଚ୍ଚ କୋର୍ଟ

author img

By

Published : Feb 20, 2023, 9:19 PM IST

ଆଦାନୀ-ହିଣ୍ଡନବର୍ଗ ବିବାଦ ମାମଲାରେ ଫୋର୍ବସ ରିପୋର୍ଟ ଗ୍ରହଣ କଲେନି ସର୍ବୋଚ୍ଚ କୋର୍ଟ । କହିଲେ ଏକ କମିଟି ଗଠନ ହେବ । ଅଧିକ ପଢନ୍ତୁ

ଫୋର୍ବସ ରିପୋର୍ଟ ଗ୍ରହଣ କରିବାକୁ ମନାକଲେ ସର୍ବୋଚ୍ଚ କୋର୍ଟ

ନୂଆଦିଲ୍ଲୀ: ଆଦାନୀ-ହିଣ୍ଡନବର୍ଗ ବିବାଦ ମାମଲାରେ ସର୍ବୋଚ୍ଚ କୋର୍ଟ ଫୋର୍ବସ ଦ୍ବାରା ପ୍ରକାଶିତ ରିପୋର୍ଟକୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି । ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କଂଗ୍ରେସ ନେତା ଡ.ଜୟା ଠାକୁରଙ୍କୁ ଦ୍ବାରା ଦ୍ବାରା ହୋଇଥିବା ଏହି ଆବେଦନର ଶୁଣାଣି କରି ଫୋର୍ବସ ରିପୋର୍ଟକୁ ଗ୍ରହଣ କରିବା ପାଇଁ ମନା କରିଦେଇଛନ୍ତି । ଏହି ବିବାଦ ନେଇ ଅନ୍ୟତମ ପ୍ରତିଷ୍ଠିତ ଅନ୍ତଜାର୍ତୀୟ ଗଣମାଧ୍ୟମ ଫୋର୍ବସରେ ପ୍ରକାଶିତ ରିପୋର୍ଟକୁ ଗ୍ରହଣ କରିବା ସହ ଏହା ପୁରା ପ୍ରସଙ୍ଗରେ ଏକ ନିରପେକ୍ଷ ତଦନ୍ତ ନିର୍ଦ୍ଦେଶ ଦେବା ପାଇଁ ସୁପ୍ରିମ କୋର୍ଟରେ ଏକାଧିକ ଜନସ୍ବାର୍ଥ ମାମଲା ଦାଏର ହୋଇଛି । ବରିଷ୍ଠ କଂଗ୍ରେସ ନେତା ଜୟା ଠାକୁରଙ୍କ ମଧ୍ୟ ଏକ ମାମଲା ଦାଏର ହୋଇଛି ।

ଆଜି ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଡୂଡ, ଜଷ୍ଟିସ ପି,ଏସ ନରସିହ୍ମା ଓ ଜଷ୍ଟିସ ଜେ.ବି ପର୍ଦ୍ଦିଓ୍ବାଲାଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ସମସ୍ତ ଜନସ୍ବାର୍ଥ ମାମଲାର ଏକକ ଶୁଣାଣି କରିଥିଲେ । ଗତ 17 ତାରିଖରେ ସର୍ବୋଚ୍ଚ କୋର୍ଟ ଏହାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ । ଏହି ମାମଲାରେ ନିରପେକ୍ଷ ତଦନ୍ତ ନିର୍ଦ୍ଦେଶ ଦେବା ପାଇଁ ସର୍ବୋଚ୍ଚ କୋର୍ଟରେ ଏକାଧିକ ଜନସ୍ବାର୍ଥ ମାମଲା ଦାଏର ହୋଇଛି । ଯାହାର ଏକକ ଶୁଣାଣି ଜାରି ରହିଛି । ଆଜି କଂଗ୍ରେସ ନେତା ଜୟାଙ୍କ ଆବେଦନରେ ଫୋର୍ବସରେ ପ୍ରକାଶିତ ରିପୋର୍ଟକୁ ଗ୍ରହଣ କରିବାକୁ ସ୍ପଷ୍ଟ ମନା କରିଦେଇଥିଲେ ଖଣ୍ଡପୀଠ । ସେହିପରି ଏକ ବିଶେଷଜ୍ଞ କମିଟି ଗଠନ କରି ଫ୍ରେମଓ୍ବାର୍କ ରେଗୁଲେଟାରୀକୁ ଯାଞ୍ଚ କରାଯିବା ନେଇ ଖଣ୍ଡପୀଠ କହିଥିଲେ ।

ଏହି ମାମଲାର ପ୍ରଥମ ଶୁଣାଣିରେ ସର୍ବୋଚ୍ଚ କୋର୍ଟ ଭାରତୀୟ ନିବେଶକଙ୍କ ଅହେତୁକ କ୍ଷତିକୁ ନେଇ ଉଦବେଗ ପ୍ରକାଶ କରିଥିଲେ । କେନ୍ଦ୍ର ସରକାର,SEBIକୁ ଏହି ପ୍ରସଙ୍ଗରେ ଉତ୍ତର ରଖିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ସେହିପରି ଏକ କମିଟି ଗଠନ କରି ଏହାର ଫ୍ରେମଓ୍ବାର୍କ ରେଗୁଲେଟାରୀକୁ ସମୀକ୍ଷା କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ତେବେ ଏନେଇ କେନ୍ଦ୍ର ସହମତି ପ୍ରକାଶ କରିବା ସହ ଏକ ମୁଦ୍ଦା ଲଫାପାରେ ଗଠନ ହେବାକୁ ଥିବା କମିଟି ପାଇଁ ସଦସ୍ୟଙ୍କ ନାମ ସୁପାରିଶ କରିଥିଲା । ତେବେ ମୁଦ୍ଦା ଲଫାପାରେ ଏହି ପ୍ରସ୍ତାବିତ ନାମ ଗ୍ରହଣ କରିବାକୁ ମନା କରିଥିଲେ ସର୍ବୋଚ୍ଚ କୋର୍ଟ । ଏହି କମିଟି ଗଠନରେ ପାରଦର୍ଶିତା ରହିବା ଆବଶ୍ୟକ ତେଣୁ ଏହାକୁ ସାର୍ବଜନୀନ କରାଯିବା ସହ ଆବେଦନକାରୀଙ୍କୁ ମଧ୍ୟ ସ୍ପଷ୍ଟ କରିବାକୁ ହେବା ନେଇ ସର୍ବୋଚ୍ଚ କୋର୍ଟ କହିଥିଲେ ।

ହିଣ୍ଡନବର୍ଗ ଦ୍ବାରା ପ୍ରକାଶିତ ରିପୋର୍ଟ ପରେ ଆଦାନୀ ଗ୍ରୁପର ବ୍ୟାପକ କ୍ଷତି ହୋଇଛି । ଷ୍ଟକ କ୍ରାସର ସମ୍ମୁଖୀନ ହୋଇଛି ସଂସ୍ଥା । ଯାହାକୁ ନେଇ ଭାରତରେ ରାଜନୈତିକ ଅସ୍ଥିରତା ଲାଗି ରହିଛି । ରାଜରାସ୍ତାରୁ ସଂସଦ ପର୍ଯ୍ୟନ୍ତ ବିରୋଧୀ ସରକାରଙ୍କୁ ଘେରିବା ସହ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି । ଏକ ଯୁଗ୍ମ ସଂସଦୀୟ କମିଟି ଗଠନ କରିବା ପାଇଁ ବିରୋଧୀ ଦାବି କରୁଥିବା ବେଳେ ଘଟଣାର ନିରପେକ୍ଷ ତଦନ୍ତ ଦାବିରେ ମାମଲା ଏବେ ସର୍ବୋଚ୍ଚ କୋର୍ଟରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.