ETV Bharat / bharat

କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ ବଢୁଛି ସମର୍ଥନ, ଦିଲ୍ଲୀ ପୋଲିସକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

author img

By

Published : Apr 26, 2023, 7:48 AM IST

ରାଜନୈତିକ ରୂପ ନେଉଛି କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ । ଗତକାଲି(ମଙ୍ଗଳବାର) ହରିୟାଣାର ପୂର୍ବ ମୁଖ୍ୟମନ୍ତ୍ରୀ ଭୁପେନ୍ଦର ସିଂହ ହୁଡ୍ଡା ଓ କଂଗ୍ରେସ ନେତା ଉଦିତ ରାଜ ଓ ସିପିଆଇ ନେତା ବ୍ରିନ୍ଦା କରତଙ୍କ ସମେତ କୃଷି ନେତା ପହଞ୍ଚି ଜଣାଇଲେ ସମର୍ଥନ । ସେପଟେ ଦିଲ୍ଲୀ ପୋଲିସକୁ ଭର୍ତ୍ସନା କରିବା ସହ ନୋଟିସ କରିଛନ୍ତି ସୁପ୍ରିମ କୋର୍ଟ । ଅଧିକ ପଢ଼ନ୍ତୁ

କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନରେ ହରିୟାଣାର ପୂର୍ବ ମୁଖ୍ୟମନ୍ତ୍ରୀ ଭୁପେନ୍ଦର ସିଂହ ହୁଡ୍ଡା

ନୂଆଦିଲ୍ଲୀ: ଧିରେ ଧିରେ ରାଜନୈତିକ ରୂପ ନେଉଛି ଜନ୍ତର-ମନ୍ତରରେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ । ଗତକାଲି(ମଙ୍ଗଳବାର) ହରିୟାଣାର ପୂର୍ବ ମୁଖ୍ୟମନ୍ତ୍ରୀ ଭୁପେନ୍ଦର ସିଂହ ହୁଡ୍ଡା ଓ କଂଗ୍ରେସ ନେତା ଉଦିତ ରାଜଙ୍କ ସମେତ ସିପିଆଇ ନେତା ବ୍ରିନ୍ଦା କରତ ଓ ଅନେକ ରାଜନେତା ଓ କୃଷକ ନେତା କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଆସି ଧାରଣାସ୍ଥଳରେ ଯୋଗ ଦେଇଛନ୍ତି । ଗତ ସୋମବାର ସମସ୍ତ ଦେଶବାସୀଙ୍କୁ ସମର୍ଥନ ପାଇଁ ଅନୁରୋଧ କରିଥିଲେ ଆନ୍ଦୋଳନରତ କୁସ୍ତିଯୋଦ୍ଧା । ଅନ୍ୟପଟେ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ମାମଲା ରୁଜୁ କରୁନଥିବାରୁ ଦିଲ୍ଲୀ ପୋଲିସକୁ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ ।

ଗତକାଲି(ମଙ୍ଗଳବାର) ଧାରଣାସ୍ଥଳରେ ହରିୟାଣାର ପୂର୍ବ ମୁଖ୍ୟମନ୍ତ୍ରୀ ଭୁପେନ୍ଦର ସିଂହ ହୁଡ୍ଡା କୁସ୍ତିଯୋଦ୍ଧାଙ୍କ ସହ ପ୍ରାୟ ୩୫ ମିନିଟରୁ ଅଧିକା ସମୟ ବିତାଇଥିଲେ । ତେବେ ସେ ଏନେଇ ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ରଖିନଥିଲେ । ଅନ୍ୟପଟେ କଂଗ୍ରେସ ନେତା ଉଦିତ ରାଜ କୁସ୍ତିଯୋଦ୍ଧା ମାନଙ୍କୁ ନିଜ ଦାବିରେ ଅଟଳ ରହିବାକୁ କହିଥିଲେ । ସେ କହିଥିଲେ, "କୃଷକ ମାନେ ଯେପରି କୃଷି ଆଇନ ବିରୋଧରେ ଆନ୍ଦୋଳନ ଜାରି ରଖିଥିଲେ ଏବଂ ଶେଷରେ ସେମାନଙ୍କର ବିଜୟ ହେଲା, ସେହିଭଳି ତୁମେ ମାନଙ୍କର ବିଜୟ ହେବ ।" ଅନ୍ୟପଟେ ଭାରତୀୟ କୃଷକ ସଂଗଠନ (BKU) ପ୍ରତିନିଧି ମଧ୍ୟ କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଜନ୍ତର-ମନ୍ତର ପହଞ୍ଚିଥିଲେ । କିଛି ଶିଶୁ ମଧ୍ୟ କୁସ୍ତିଯୋଦ୍ଧା ମାନଙ୍କ ସମର୍ଥନରେ ସେମାନଙ୍କ ପାଖରେ ପହଞ୍ଚିଥିଲେ । ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ।

ଅନ୍ୟପଟେ ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ମାମଲା ରୁଜୁ କରୁନଥିବାରୁ ଦିଲ୍ଲୀ ପୋଲିସକୁ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ ମାମଲାର ଶୁଣାଣୀ କରି ଦିଲ୍ଲୀ ପୋଲିସ ନୋଟିସ କରିଛନ୍ତି । ତେବେ ୨୮ ତାରିଖରେ ପରବର୍ତ୍ତୀ ଶୁଣାଣୀ ହେବ । ସେପଟେ ମାମଲା ପ୍ରତ୍ୟାହାର କରିବା ପାଇଁ ଚାପ ପଡୁଛି ଓ ଲାଞ୍ଚ ଯଚାଯାଉଛି ବୋଲି କୁସ୍ତିଯୋଦ୍ଧା ମାନେ ଅଭିଯୋଗ କରିଛନ୍ତି । ଗତ ଜାନୁଆରୀ ମାସରେ କୁସ୍ତିଯୋଦ୍ଧା ମାନେ ପ୍ରଥମ ଥର ପାଇଁ ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଥିଲେ । ତାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଭଳି ସଙ୍ଗୀନ ଅଭିଯୋଗ ଆଣି ଆନ୍ଦୋଳନକୁ ଓହ୍ଲାଇଥିଲେ କୁସ୍ତିଯୋଦ୍ଧା । ସେହି ସମୟରେ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ବିଶ୍ବ ବିଜୟୀ ମେରୀ କମଙ୍କ ନେତୃତ୍ବରେ ଏକ କମିଟି ଗଠନ କରାଯାଇଥିଲା । କିନ୍ତୁ ୩ ମାସ ପରେ ମଧ୍ୟ ଏନେଇ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ପୁଣିଥରେ ଜନ୍ତର-ମନ୍ତର ଠାରେ ଧାରଣାରେ ବସିଛନ୍ତି କୁସ୍ତିଯୋଦ୍ଧା । ତେବେ ଗତକାଲି ସେମାନେ ଏକ ପ୍ରେସମିଟ କରି ଦେଶବାସୀଙ୍କୁ ସମର୍ଥନ ମାଗିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.