ETV Bharat / bharat

ଜାହାଙ୍ଗୀରପୁରୀ ଉଚ୍ଛେଦ ଉପରେ ସୁପ୍ରିମକୋର୍ଟଙ୍କ ରୋକ, ଆସନ୍ତାକାଲି ଶୁଣାଣି - ଜାହାଙ୍ଗୀରପୁରୀ ଉଚ୍ଛେଦ ମାମଲାରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ଜାହାଙ୍ଗୀରପୁରୀ ଉଚ୍ଛେଦ ମାମଲାରେ ହସ୍ତକ୍ଷେପ କରିଛନ୍ତି ସୁପ୍ରିମକୋର୍ଟ । ଉଚ୍ଛେଦ ମାମଲାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ସହିତ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ଜାହାଙ୍ଗୀରପୁରୀ ଉଚ୍ଛେଦ ମାମଲାରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

author img

By

Published : Apr 20, 2022, 11:26 AM IST

Updated : Apr 20, 2022, 12:00 PM IST

ନୂଆଦିଲ୍ଲୀ: ଜାହାଙ୍ଗୀରପୁରୀ ଉଚ୍ଛେଦ ମାମଲାରେ ହସ୍ତକ୍ଷେପ କରିଛନ୍ତି ସୁପ୍ରିମକୋର୍ଟ । ଉଚ୍ଛେଦ ମାମଲାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ସହିତ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଉଚ୍ଛେଦ କାର୍ଯ୍ୟକ୍ରମ ପାଇଁ ମ୍ୟୁନିସିପାଲଟି ସଜବାଜ ହେଉଥିବା ବେଳେ ଏହା ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ଆସନ୍ତାକାଲି (ଗୁରୁବାର) ଏହି ମାମଲାର ଶୁଣାଣି ହେବ ।

2 ଦିନ ଧରି ଉଚ୍ଛେଦ କାର୍ଯ୍ୟ ହେବାର ଥିଲା । ଅବୈଧ ନିର୍ମାଣକୁ ଭଙ୍ଗାଯିବା ନେଇ 9ଟି ବୁଲଡୋଜର ନିୟୋଜିତ ହୋଇଥିଲା । ଉତ୍ତେଜନା ଆଶଙ୍କାରେ ବହୁ ସଂଖ୍ୟାରେ ପୋଲିସ୍ ମୁତୟନ ହୋଇଥିଲେ । ବୁଲଡୋଜର ଚାଲିବା ପୂର୍ବରୁ ଅର୍ଦ୍ଧସାମରିକ ବାହିନୀର ଫ୍ଲାଗ୍‌ମାର୍ଚ୍ଚ କରିଥିଲା । ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ମଧ୍ୟ ହୋଇଥିଲା । ମାତ୍ର ଏହି ଭଙ୍ଗା କାର୍ଯ୍ୟ ଉପରେ ରହିତାଦେଶ ଲଗାଇଛନ୍ତି ସୁପ୍ରିମକୋର୍ଟ । ଆସନ୍ତାକାଲି ଏହାର ଶୁଣାଣି ହେବ ।

ସୁପ୍ରିମକୋର୍ଟଙ୍କ ଉଚ୍ଛେଦ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶକୁ ପାଳନ କରି ଭଙ୍ଗା କାର୍ଯ୍ୟ ବନ୍ଦ ରଖିଥିବା କହିଛନ୍ତି ଏନଡିଏମସି ମେୟର ରାଜା ଇକବାଲ ସିଂ । ଆମେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବୁ ଏବଂ ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି କହିଛନ୍ତି ଏମଡିଏମସି ମେୟର । ସେହିପରି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପ୍ରଥମେ ପଢିବୁ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି କହିଛନ୍ତି ଏମଡିଏମସି କମିଶନର ସଞ୍ଜୟ ଗୋଏଲ । ଦିଲ୍ଲୀର ହିଂସାକାଣ୍ଡ ସ୍ଥଳ ଜାହାଙ୍ଗିରପୁରୀରେ ଜବରଦଖଲ ଉଚ୍ଛେଦ ସମ୍ପର୍କରେ ନୋଟିସ ଆସିବା ପରେ ମାମଲାକୁ ନେଇ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା ।

ଏହା ବି ପଢନ୍ତୁ...ଜାହାଙ୍ଗୀରପୁରୀରେ ଜବରଦଖଲ ଉଚ୍ଛେଦ ଜାରି, ବୁଲଡୋଜର ବୁଲିବା ପୂର୍ବରୁ ପୋଲିସର ଫ୍ଲାଗମାର୍ଚ୍ଚ

ଆଜି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଉଚ୍ଛେଦ ସ୍ଥଳରେ ୪୦୦ ସୁରକ୍ଷାକର୍ମୀ ନିୟୋଜିତ ହେବେ ବୋଲି ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ କୁହାଯାଇଥିଲା । ହନୁମାନ ଜୟନ୍ତୀ ଅବସରରେ ଶୋଭାଯାତ୍ରା ବେଳେ କିଛି ଅସାମାଜିକ ବ୍ୟକ୍ତି ଏହା ଉପରୁ ଟେକା ପଥର ମାଡ଼ କରିଥିଲେ । ଗତ ଶନିବାର ଦିଲ୍ଲୀର ଜାହାଙ୍ଗିରପୁରୀରେ ଏକ ଧାର୍ମିକ ଶୋଭାଯାତ୍ରାରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଥିବା । ହିଂସାରେ ୯ ଜଣ ଆହତ ହୋଇଛନ୍ତି । ଘଟଣାରେ 23ଜଣଙ୍କୁ ଗିରଫ କରାଯାଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Apr 20, 2022, 12:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.