ETV Bharat / bharat

ମୀନ ସଂକ୍ରାନ୍ତି: ଏହି ରାଶିକୁ ଚଳନ କଲେ ରବି, ଜାଣନ୍ତୁ କଣ ରହିବ ପ୍ରଭାବ - ମୀନ ସଂକ୍ରାନ୍ତୀରେ ରବି ଚଳନ

ମୀନ ରାଶିରେ ରବି ଚଳନ । ଦେଖନ୍ତୁ କେଉଁ ରାଶିରେ କଣ ରହିଛି ପ୍ରଭାବ ।

ମୀନ ସଂକ୍ରାନ୍ତି: ଏହି ରାଶିକୁ ଚଳନ କଲେ ରବି, ଜାଣନ୍ତୁ କଣ ରହିବ ପ୍ରଭାବ

author img

By

Published : Mar 15, 2022, 5:30 AM IST

ମେଷ: ମୀନ ରାଶିରେ ରବିଙ୍କର ଚଳନ ହେଉ ଥିବାରୁ ଆପଣ ଅଧିକ ଖର୍ଚ୍ଚାନ୍ତ ହୋ‍ଇପାରନ୍ତି । ଏଥିପାଇଁ ନିଜ ସ୍ଵାସ୍ଥ୍ୟର ଯତ୍ନ ନେବା ଆବଶ୍ୟକ ରହିଛି । ବିଦ୍ୟାର୍ଥୀମାନେ ବିଦେଶରେ ପାଠପଢିବାର ସୁଯୋଗ ପାଇବାର ସମ୍ଭାବନା ରହିଛି । ବିଦେଶରେ ବ୍ୟବସାୟ କରିବା ପାଇଁ ଚିନ୍ତା କରୁଥିବା ବ୍ୟକ୍ତିମାନେ ଏହି ସମୟରେ ସୁଫଳ ପାଇବେ ।

ଉପଚାର: ସୂର୍ଯ୍ୟାଷ୍ଟକ ପାଠ କରନ୍ତୁ

ବୃଷ: ମୀନ ସଂକ୍ରାନ୍ତିର ଏହି ମାସରେ ଆପଣ ରୋଜଗାରର ଅନେକ ଉତ୍ସ ପାଇବାର ସମ୍ଭାବନା ଅଛି । ଆପଣ କିଛି ନୂଆ କରିବା ପାଇଁ ଇଚ୍ଛା କରିପାରନ୍ତି । ବ୍ୟବସାୟ ଓ ଚାକିରି କ୍ଷେତ୍ରରେ ଆପଣ ନିଜର ଉଚ୍ଚାଧିକାରୀଙ୍କର ସହଯୋଗ ପାଇପାରନ୍ତି । ସମାଜରେ ଆପଣଙ୍କର ସମ୍ମାନ ମଧ୍ୟ ବୃଦ୍ଧି ହୋ‍ଇପାରେ ।

ଉପଚାର: ପ୍ରତି ଦିନ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ।

ମିଥୁନ: ମୀନ ସଂକ୍ରାନ୍ତିରେ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ଉନ୍ନତି ଆଣିବ । ଆପଣ ନିଜ ମା’ଙ୍କ ଆଶୀର୍ବାଦ ଲାଭ କରିବେ । ବ୍ୟବସାୟୀମାନେ ଉପେକ୍ଷିତ ସହଯୋଗ ପାଇବାର ସମ୍ଭାବନା ଅଛି ।

ଉପଚାର: ସୂର୍ଯ୍ୟଙ୍କୁ କୁଙ୍କୁମ ମିଶ୍ରିତ ଜଳ ଅର୍ପଣ କରନ୍ତୁ ।

କର୍କଟ: ମୀନ ରାଶିରେ ରବିଙ୍କର ଚଳନ ହେଉଥିବା କାରଣରୁ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ସ୍ଵପ୍ନ ସାକାର ହୋ‍ଇପାରେ । ଏହି ସମୟରେ ନିରନ୍ତର ଭ୍ରମଣ କରିପାରନ୍ତି । ଉଚ୍ଚ ଶିକ୍ଷା ପାଇଁ ଦେଇଥିବା ପରୀକ୍ଷାରେ କୃତକାର୍ଯ୍ୟ ହବାର ସମ୍ଭାବନା ରହିଛି ।

ଉପଚାର: ପ୍ରତିଦିନ ଭଗବାନ ଶିବଙ୍କୁ ପୂଜା କରନ୍ତୁ ।

ସିଂହ: ମୀନ ରାଶିରେ ରବିଙ୍କର ଚଳନ ହେଉଥିବା କାରଣରୁ ଆପଣ ଚାପଗ୍ରସ୍ତ ହୋ‍ଇପାରନ୍ତି । ନିଜ ସ୍ଵାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଆବଶ୍ୟକ । ମହିଳା ମାନେ ଶ୍ଵଶୁର ଘର ଲୋକଙ୍କ ସହିତ କଥାବାର୍ତ୍ତା ହେବା ସମସୟରେ ସତର୍କତା ଅବଲମ୍ବନ କରନ୍ତୁ । ଯଦି ଆପଣ ଗାଡ଼ି ଚଲାଉଥାନ୍ତି, ତେବେ ସତର୍କତାର ସହ ଚଲାନ୍ତୁ ।

ଉପଚାର: ପ୍ରତିଦିନ ସୂର୍ଯ୍ୟ ମନ୍ତ୍ର ଜପ କରନ୍ତୁ ।

କନ୍ୟା: ମୀନ ରାଶିରେ ରବି ଚଳନ ହେତୁ ଆପଣ ଓ ଆପଣଙ୍କ ବ୍ୟବସାୟୀ ସହଭାଗୀଙ୍କ ମଧ୍ୟରେ ମତାନ୍ତର ଦେଖା ଦେଇପାରେ । ବ୍ୟବସାୟରୁ ଲାଭବାନ ହେବାର ସମ୍ଭାବନା ଅଛି ।

ଉପଚାର: ରବିବାର ଦିନ ଗୁଡ଼ରୁ ପ୍ରସ୍ତୁତ ଖାଦ୍ୟ ସୂର୍ଯ୍ୟଙ୍କୁ ଅର୍ପଣ କରିବା ସହିତ ସେହି ଖାଦ୍ୟକୁ ଗରିବମାନଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତୁ ।

ତୁଳା: ମୀନ ସଂକ୍ରାନ୍ତିରୁ ଆରମ୍ଭ ଏହି ମାସ ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବାର ସମ୍ଭାବନା ଅଛି । ଆପଣ ନିଜର ପ୍ରତିଦ୍ଵନ୍ଦୀଙ୍କୁ ହରାଇବା ସହିତ ନିଜ ଚାକିରିରେ ଆଗକୁ ବଢ଼ିପାରନ୍ତି । ସରକାରୀ କାମରେ ମଧ୍ୟ ଆପଣ ସହାୟତା ପାଇବାର ସମ୍ଭାବନା ଅଛି ।

ଉପଚାର: ଗୋଟିଏ ତମ୍ବା ପାତ୍ରରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ ।

ବିଛା: ମୀନ ରାଶିରେ ରବିଙ୍କର ଚଳନ ହେବା ଦ୍ଵାରା ପ୍ରେମୀଯୁଗଳମାନଙ୍କ ଜୀବନରେ ଦୁଶ୍ଚିନ୍ତା ବଢ଼ିପାରେ । ବିଦ୍ୟାର୍ଥୀମାନେ ନିଜ ଉଦ୍ୟମରେ ସଫଳ ହେବାର ସମ୍ଭାବନା ଅଛି । ଏହି ସମୟରେ ସନ୍ତାନକୁ ନେଇ ସମସ୍ୟା ଆପଣଙ୍କୁ ବ୍ୟଥିତ କରିପାରେ ।

ଉପଚାର: ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ

ଧନୁ: ମୀନ ରାଶିରେ ରବିଙ୍କର ଏହି ଚଳନ ହେବା ସହିତ ନିଜ ମା’ଙ୍କର ସ୍ଵାସ୍ଥ୍ୟକୁ ନେଇ ଥିବା ଆପଣଙ୍କ ଚିନ୍ତା ଦୂର ହୋ‍ଇପାରେ । ଆପଣ ନିଜ ଘରେ କିଛି ପରିବର୍ତ୍ତନ କରିବାର ସମ୍ଭାବନା ଅଛି । କୌଣସି ସମ୍ପତ୍ତିକୁ ନେଇ ଥିବା ଆପଣଙ୍କ ସମସ୍ୟାଗୁଡ଼ିକର ମଧ୍ୟ ସମାଧାନ ହୋ‍ଇପାରେ ।

ଉପଚାର: ପ୍ରତିଦିନ ଗାୟତ୍ରୀ ଚାଳିଶା ପାଠ କରନ୍ତୁ ।

ମକର: ମୀନ ରାଶିରେ ରବିଙ୍କର ଚଳନ ହେଉଥିବାରୁ, ଆପଣଙ୍କ ଆତ୍ମବିଶ୍ଵାସ ବୃଦ୍ଧି ହୋ‍ଇପାରେ । କିଛି ଘଟଣାକୁ ନେଇ ଚିନ୍ତିତ ରହିବେ । ଆପଣଙ୍କ ବାପାଙ୍କ ସ୍ଵାସ୍ଥ୍ୟ ଭଲ ରହିବା ନେଇ ଆଶା କରାଯାଉଛି ।

ଉପଚାର: ଗରିବମାନଙ୍କ ଗହମ ଦାନ କରନ୍ତୁ ।

କୁମ୍ଭ: ମୀନ ରାଶିରେ ରବିଙ୍କ ଚଳନ ହେତୁ କିଛି ପାରିବାରିକ ସମସ୍ୟା ଆପଣଙ୍କୁ ବିଚଳିତ କରିପାରେ । ଏହି ସମୟରେ ଆପଣଙ୍କର ସ୍ଵାସ୍ଥ୍ୟ ଭଲ ରହିବାର ସମ୍ଭାବନା ଅଛି । ନିଜ କାମକୁ ଅଣଦେଖା କରିବା ଦ୍ବାର ଆପଣଙ୍କର କ୍ଷତି ହୋ‍ଇପାରେ, ତେଣୁ ସେଥି ପ୍ରତି ସତର୍କ ରହିବା ଆବଶ୍ୟକ ।

ଉପଚାର: ସୂର୍ଯ୍ୟ ମନ୍ତ୍ର ପାଠ କରିବା ସହିତ ଭଗବାନ ଶିବଙ୍କୁ ପୂଜା କରନ୍ତୁ ।

ମୀନ: ଗୋଟିଏ ମାସ ପାଇଁ ରବି ଆପଣଙ୍କ ରାଶିରେ ରହିବେ । ଏହା ଦ୍ଵାରା ଆପଣଙ୍କର ଅହଂକାର ଜାଗ୍ରତ ହୋ‍ଇପାରେ, ସେଥିପାଇଁ ଆପଣ କଥାବାର୍ତ୍ତା ହେବା ବେଳେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ, ନଚେତ୍ ଏହା ଦ୍ଵାରା ଆପଣଙ୍କୁ ତଥା ଅନ୍ୟମାନଙ୍କୁ ଆଘାତ ଲାଗିପାରେ । ନିଜର ଜୀବନସାଥୀଙ୍କ ସହିତ ଉତ୍ତମ ବ୍ୟବହାର କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଉଛି ।

ଉପଚାର: ନିଜର ଦୈନିକ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ବାପାଙ୍କର ଆଶୀର୍ବାଦ ଲାଭ କରନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.