ETV Bharat / bharat

ଭୋଜି ଖାଇ ଦହଗଞ୍ଜ ଅବକାରୀ ଅଧିକାରୀ, 40 ହଜାର ତଣ୍ଡ ଗଣିବ କ୍ୟାଟରିଂ ଫାର୍ମ - ଭୋଜି ଖାଇ 3 ଦିନ ଯାଏଁ ହସ୍ପିଟାଲରେ ଆଡମିଟ

ଭୋଜି ଖାଇବା ପଡ଼ିଲା ମହଙ୍ଗା । ବାହାଘର ରିସେପସନରୁ ହସ୍ପିଟାଲ । ଭୋଜି ଖାଦ୍ୟ ଖାଇ ଫୁଡ଼ ପଏଜେନିଂ । 3 ଦିନ ଯାଏଁ ରହିଲେ ହସ୍ପିଟାଲରେ ଆଡମିଟ । କ୍ୟାଟରିଂ ଫାର୍ମକୁ 40 ହଜାର ଟଙ୍କାର ଜରିମାନା ଦେବାକୁ ଖାଉଟି ଅଦାଲତଙ୍କ ନିର୍ଦ୍ଦେଶ । ଅଧିକ ପଢ଼ନ୍ତୁ

ଭୋଜି ଖାଇବା ପଡ଼ିଲା ମହଙ୍ଗା
ଭୋଜି ଖାଇବା ପଡ଼ିଲା ମହଙ୍ଗା
author img

By ETV Bharat Odisha Team

Published : Dec 8, 2023, 7:03 AM IST

କୋଚି: ଭୋଜି ଖାଇବାକୁ ଭଲ ପାଉଥିଲେ ହୋଇଯାଆନ୍ତୁ ସାବଧାନ । ଭୋଜି ଖାଇବା ପଡ଼ିଲା ମହଙ୍ଗା । ବାହାଘର ରିସେପ୍ସନରୁ ହସ୍ପିଟାଲ । ଭୋଜି ଖାଦ୍ୟ ଖାଇ ଫୁଡ୍‌ ପଏଜେନିଂ । 3 ଦିନ ଯାଏଁ ରହିଲେ ହସ୍ପିଟାଲରେ ଆଡ୍‌ମିଟ୍‌ । କ୍ୟାଟରିଂକୁ ଖାଉଟି ଅଦାଲତ ପକ୍ଷରୁ 40 ହଜାର ଟଙ୍କାର ଜରିମାନା ।

କଥାଟି ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଭୋଜି ଖାଦ୍ୟ ଖାଇ ଫୁଡ୍‌ ପଏଜେନିଂ ହେବାରୁ 3 ଦିନ ଯାଏଁ ହସ୍ପିଟାଲରେ ଆଡ୍‌ମିଟ୍‌ ରହିଲେ ଅବକାରୀ ଅଫିସର । ତେବେ ଘଟଣାଟି କେରଳ ଏର୍ଣ୍ଣାକୁଲମ ଜିଲ୍ଲାର କୋଠାଟୁକୁଲାମ୍‌ର । 2019 ମସିହା ମେ' ମାସ 5 ତାରିଖରେ, ଭି. ଉନମେଶ ନିଜର ଜଣେ ବନ୍ଧୁଙ୍କ ପୁଅ ବାହାଘରରେ ଯାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ବିଦେଶ ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି ୧୦ ହଜାର ଭାରତୀୟ, ୬୦% କେବଳ ଆରବରେ

ବାହାଘର କୋଠାଟୁକୁଲାମ୍‌ର ସେଣ୍ଟ୍‌ ଷ୍ଠିଫେନ୍‌ ଚର୍ଚ୍ଚର ଅଡିଟୋରିୟମ୍‌ରେ ହୋଇଥିଲା । ତେବେ ସେଠାରେ ସେ ଖାଦ୍ୟ ଖାଇ ଅସୁସ୍ଥ ହୋଇପଡିଥିଲେ ଏବଂ ତାଙ୍କୁ କୋଠାଟୁକୁଲାମ୍‌ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଦେହ ଅବସ୍ତା ଖରାପ ହେବାରୁ ଆଉ ଏକ ଘରୋଇ ହସ୍ପିଟାଲକୁ ସ୍ତାନାନ୍ତର କରାଯାଇଥିଲା । ସେଠାରେ ତାଙ୍କ ଚିକିତ୍ସା ତିନି ଦିନ ଧରି ଚାଲିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଆରମ୍ଭ ହେଲା ଶ୍ରୀମନ୍ଦିର ଏସି ସେଡ୍‌ ନିର୍ମାଣ , ନୂଆବର୍ଷ ପୂର୍ବରୁ ସାରିବାକୁ ଲକ୍ଷ୍ୟ

ସେ ସୁସ୍ଥ ହେବା ପରେ ସେଣ୍ଟ୍‌ ମାରୀ କ୍ୟାଟରିଂ ସର୍ଭିସ ଉପରେ ଏର୍ଣ୍ଣାକୁଲମ ଜିଲ୍ଲା ଖାଉଟି ଅଦାଲତରେ କେସ କରିଥିଲେ । ସେଣ୍ଟ୍‌ ମାରୀ କ୍ୟାଟରିଂ ସର୍ଭିସ୍‌ ସେହି ବାହାଘରରେ ଫୁଡ୍‌ ଟେଣ୍ଡର ନେଇଥିଲେ । ତେବେ କ୍ୟାଟରିଂ ସର୍ଭିସର ଖାଦ୍ୟ ଖାଇବା ପରେ ଭି. ଉନମେଶଙ୍କ ଦେହ ଖରାପ ହୋଇ ସେ 3 ଦିନ ଯାଏଁ ହସ୍ପିଟାଲରେ ଆଡ୍‌ମିଟ୍‌ ରହିଥିଲେ । ତେବେ ଖାଉଟି ଅଦାଲତର ମତ ଭି. ଉନମେଶଙ୍କ ପକ୍ଷରେ ଆସିଥିଲା । ତେଣୁ ସେଣ୍ଟ ମାରୀ କ୍ୟାଟରିଂ ସର୍ଭିସକୁ 30 ଦିନର 9 ପ୍ରତିଶତ ହିସାବରେ 40 ହଜାର ଟଙ୍କାର ତଣ୍ଡ ଆଦେଶ ଅଦାଲତ ପକ୍ଷରୁ ଦିଆଯାଇଥିଲା । ତେବେ ଶୁଣାଣୀରେ ଚେୟାରମ୍ୟାନ ଡି. ବି. ବିନୁ, ଭାଇକୋମ ରାମଚନ୍ଦ୍ରନ ଓ ଟିଏନ୍‌ ଶ୍ରୀଭିଦ୍ୟ ଅଡରକୁ ପାସ୍‌ କରିଥିଲେ । ଆଡଭୋକେଟ୍‌ ଟମ୍‌ ଜୋସେଫ୍‌, ଭି. ଉନମେଶଙ୍କ ପକ୍ଷରୁ କେସ୍‌ ଲଢ଼ିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.