ବାଲେଶ୍ଵର: ଚାନ୍ଦିପୁରରୁ ସବ୍ସୋନିକ୍ କ୍ରୁଜ୍ ମିସାଇଲ ନିର୍ଭୟର ପରୀକ୍ଷଣ ହୋଇଛି । ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର 3ନଂ ଲଞ୍ଚପ୍ୟାଡରୁ ପରୀକ୍ଷା ହୋଇଛି ସବ୍ସୋନିକ କ୍ରୁଜ୍ ମିସାଇଲ ନିର୍ଭୟ । ଗୁରୁବାର ଅପରାହ୍ନ 2ଟା 25 ମିନିଟରେ ଏହି ମିସାଇଲ ଉତକ୍ଷେପଣ ହୋଇଛି । ହେଲେ ପରୀକ୍ଷାଣ ସଫଳ ରହିଛି କି ନାହିଁ ଏଯାଏଁ କୌଣସି ସୂଚନା ମିଳିନାହିଁ ।
ନିର୍ଭୟର ଲକ୍ଷ୍ୟଭେଦ କ୍ଷମତା 750ରୁ 1 ହଜାର କିଲୋମିଟର । ଏଥିରେ 200 କିଲୋଗ୍ରାମ ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ । ଉତକ୍ଷେପଣ ପରେ ନିର୍ଭୟ ମିସାଇଲ ଏୟାରକ୍ରାଫ୍ଟ ଭଳି ଉଡାଣକରି ଶତ୍ରୁ ଉପରକୁ ଆକ୍ରମଣ କରିପାରିବ ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ