ମୁମ୍ବାଇ: ବୁଲା କୁକୁରଙ୍କ ଭଳି ମହାରାଷ୍ଟ୍ରର ପୁଣେରେ ବିଲେଇଙ୍କ ବନ୍ଧ୍ୟାକରଣ କରାଯାଉଛି । ସହରରେ ବିଲେଇ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ନିୟନ୍ତ୍ରଣ କରିବାକୁ ପୁଣେ ମହାନଗର ନିଗମ ଏହି ନିଷ୍ପତ୍ତି ନେଇଛି(Sterilization of cats in Pune) । ଏଠାରେ କୁକୁରଙ୍କ ପରି ବିଲେଇଙ୍କ ପାଇଁ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ବାଧ୍ୟତାମୂଳକ କରାଯାଇଛି । ଏହି ଅଭିଯାନ ମାଧ୍ୟମରେ ଏବେ ସୁଦ୍ଧା ସହରରେ ମୋଟ ୪୦୪ଟି ବିଲେଇଙ୍କ ବନ୍ଧ୍ୟାକରଣ କରାଯାଇଥିବା ଜଣାପଡିଛି ।
କେନ୍ଦ୍ର ସରକାରଙ୍କ ପଶୁ କଲ୍ୟାଣ ବିଭାଗ( Animal Welfare Department) ପକ୍ଷରୁ ଜାରି ନିର୍ଦ୍ଦେଶାବଳୀ ଅନୁଯାୟୀ, ସ୍ଥାନୀୟ ପ୍ରଶାସନ ବୁଲା କୁକୁରଙ୍କ ଭଳି ବିଲେଇମାନଙ୍କ ବନ୍ଧ୍ୟାକରଣ କରିବାକୁ ବାଧ୍ୟ । ପୁଣେ ମହାନଗର ନିଗମ ପକ୍ଷରୁ ଏହି ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରାଯାଇ ବିଲେଇଙ୍କ ବନ୍ଧ୍ୟାକରଣ ଅଭିଯାନ ଆରମ୍ଭ କରାଯାଇଛି । ସହରରେ ବୁଲୁଥିବା ବିଲେଇମାନଙ୍କୁ ଧରି ସେମାନଙ୍କ ବନ୍ଧ୍ୟାକରଣ କରାଯାଉଛି । ଏହାପରେ ପୁଣି ତାଙ୍କୁ ରାସ୍ତାରେ ଛାଡି ଦିଆଯାଉଛି । ଏ ପର୍ଯ୍ୟନ୍ତ ସହରରେ ୪୦୪ ବିଲେଇଙ୍କ ବନ୍ଧ୍ୟାକରଣ କରାଗଲାଣି ।
ଏହାମଧ୍ୟ ପଢନ୍ତୁ: RAPE CASE: ମୁମ୍ବାଇରେ ଲଜ୍ଜା, ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ସହପାଠୀଙ୍କ ଦୁଷ୍କର୍ମ
ପୁଣେ ସହରରେ ବିଲେଇଙ୍କ ସଂଖ୍ୟା ବଢୁଥିବାରୁ ସାଧାରଣ ଲୋକଙ୍କୁ ସମସ୍ୟା ହେଉଛି । ବୁଲା କୁକୁରଙ୍କ ଭଳି ବିଲେଇଙ୍କ ପାଇଁ ପୁଣେବାସୀ ନାନା ହଇରାଣ ହେଉଛନ୍ତି । ତେଣୁ ବିଲେଇ ଜନ୍ମ ନିୟନ୍ତ୍ରଣ ପାଇଁ ନଗର ନିଗମ ଏହି ନିଷ୍ପତ୍ତି ନେଇଛି । ଏଥିପାଇଁ ବିଲେଇଙ୍କ ପଞ୍ଜିକରଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି ।