ETV Bharat / bharat

UNESCO କ୍ରିଏଟିଭ୍ ସିଟି ନେଟୱାର୍କ ତାଲିକାରେ ଶ୍ରୀନଗର - UNESCO network of creative cities

ୟୁନେସ୍କୋ କ୍ରିଏଟିଭ୍ ସିଟି ନେଟୱାର୍କ ତାଲିକାରେ ଶ୍ରୀନଗର । ଟ୍ବିଟ କରି ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...

UNESCO କ୍ରିଏଟିଭ୍ ସିଟି ନେଟୱାର୍କ ତାଲିକାରେ ଶ୍ରୀନଗର

author img

By

Published : Nov 9, 2021, 6:45 AM IST

ଶ୍ରୀନଗର: ଜାମ୍ମୁ କାଶ୍ମୀର ରାଜଧାନୀ ଶ୍ରୀନଗର ୟୁନେସ୍କୋ କ୍ରିଏଟିଭ୍ ସିଟି ନେଟଓ୍ବାର୍କ(UCCN)ରେ ସ୍ଥାନ ପାଇଛି । ପୂର୍ବରୁ ଏହି ତାଲିକାରେ ବିଶ୍ବରର 49ଟି ସହର ସ୍ଥାନ ପାଇଥିବାବେଳେ ଏଥିରେ ସାମିଲ ହୋଇଛି ଶ୍ରୀନଗର ।

ୟୁନେସ୍କୋ ୱେବସାଇଟରେ ପ୍ରକାଶିତ ଏକ ବିଜ୍ଞପ୍ତି ଅନୁଯାୟୀ ବର୍ତ୍ତମାନ 90ଟି ଦେଶର 295 ଏହିପରି ସହର ଏହି ତାଲିକାରେ ସାମିଲ ହୋଇଛନ୍ତି । ସଂସ୍କୃତି ଏବଂ ସୃଜନଶୀଳତା, ହସ୍ତଶିଳ୍ପ ଏବଂ ଲୋକକଳା, ସାହିତ୍ୟ, ସଙ୍ଗୀତ ଇତ୍ୟାଦିରେ ସ୍ଥାୟୀ ସହରୀ ବିକାଶ ବିଭିନ୍ନ ମାପଦଣ୍ଡରେ ଏହି ମାନ୍ୟତା ପାଇଥାନ୍ତି ବିଭିନ୍ନ ସହର । ଶିଳ୍ପ ଏବଂ ଲୋକକଳା ବର୍ଗରେ ୟୁନେସ୍କୋ କ୍ରିଏଟିଭ୍ ସିଟି ନେଟୱାର୍କ (ୟୁସିସିଏନ୍) ରେ ସାମିଲ ହୋଇଛି ଶ୍ରୀନଗର । ଏହି ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀନଗର, ଜାମ୍ମୁ କାଶ୍ମୀରବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ୟୁନେସ୍କୋ ସହିତ ଇଣ୍ଡିଆନ୍ ନ୍ୟାସନାଲ କୋଅପରେସନ୍ କମିଶନ (INCCU) ଶ୍ରୀନଗର ସହିତ ମଧ୍ୟ ପ୍ରଦେଶର ଗ୍ୱାଲିୟରକୁ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ସୁପାରିଶ କରିତିଲା । ଶ୍ରୀନଗର ମେୟର ଜୁନାଦ ଆଜିମ ମତ୍ତୁ ଟ୍ୱିଟରରେ ଖୁସି ବ୍ୟକ୍ତ କରିଛନ୍ତି । ଅକ୍ଟୋବର 2019 ମସିହାରେ ମୁମ୍ବାଇ ଏବଂ ହାଇଦ୍ରାବାଦ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.