ETV Bharat / bharat

SpiceJet ବିମାନରେ ପୁଣି ଯାନ୍ତ୍ରିକ ସମସ୍ୟା, ଦିଲ୍ଲୀରେ ଜରୁରୀକାଳୀନ ଅବତରଣ - ସ୍ପାଇସଜେଟ ବିମାନ

ଦିଲ୍ଲୀରୁ ନାସିକ ଯାଉଥିବା ସ୍ପାଇସଜେଟ ବିମାନର ଅଟୋପାଇଲଟ ସିଷ୍ଟମରେ ସମସ୍ୟା । ଦିଲ୍ଲୀରେ କଲା ଜରୁରୀକାଳୀନ ଅବତରଣ । ଅଧିକ ପଢନ୍ତୁ

SpiceJet ବିମାନରେ ପୁଣି ଯାନ୍ତ୍ରିକ ସମସ୍ୟା, ଦିଲ୍ଲୀରେ ଜରୁରୀକାଳୀନ ଅବତରଣ

author img

By

Published : Sep 1, 2022, 3:47 PM IST

ନୂଆଦିଲ୍ଲୀ: ବିମାନ ସେବା ଯୋଗାଉଥିବା କମ୍ପାନୀ ସ୍ପାଇସଜେଟ (Spicejet) ଫ୍ଲାଇଟରେ ଲଗାତାର ଭାବେ ବୈଷୟିକ ତ୍ରୁଟି ଜନିତ ଖବର ସାମନାକୁ ଆସୁଛି । ଗୁରୁବାର ପୁଣି ଏକ ବଡ଼ ବିପଦରୁ ଟଳିଲା ବିମାନ । ଦିଲ୍ଲୀରୁ ନାସିକ ଯାଉଥିବା ସ୍ପାଇସଜେଟ ବିମାନର 'ଅଟୋପାଇଲଟ' ସିଷ୍ଟମ ଖରାପ ହେବା କାରଣରୁ ଉଡାଣ ଭରିବା କିଛି ସମୟ ପରେ ପୁଣି ଦିଲ୍ଲୀ ଫେରିଥିଲା ବିମାନ । ସ୍ପାଇସଜେଟ B737 ଫ୍ଲାଇଟ SG 8363 ଦିଲ୍ଲୀରୁ ନାସିକ ଯିବା ଲାଗି ୬ଟା ୫୪ ମିନିଟରେ ଉଡାଣ ଭରିଥିଲା ।

ଏହା ପୂର୍ବରୁ ମଧ୍ୟ ସ୍ପାଇସଜେଟ ବିମାନ ଉଡାଣ ଭରିବା ପରେ ଅନେକ ପ୍ରକାର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଜରୁରୀକାଳୀନ ଅବତରଣ କରିଛି । ଏହାପରେ DGCA ଏୟାରଲାଇନକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି । ଚଳିତ ଥର ମଧ୍ୟ ଏୟାରଲାଇନର ଅବହେଳା ସାମନାକୁ ଆସିଛି । ଉଡାଣ ଭରିବା ପରେ ଅଟୋପାଇଲଟ ସିଷ୍ଟମ ଖରାପ ହେବା ଦ୍ବାରା ବଡ଼ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି । ଅଟୋ ପାଇଲଟ ଖରାପ ହେବା ସମ୍ପର୍କରେ ଜଣାପଡ଼ିବା ପରେ ବିମାନକୁ ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ କରାଯାଇଥିଲା ।

ଏହା ବି ପଢନ୍ତୁ- 50 ପ୍ରତିଶତ ବିମାନ ଉଡାଇପାରିବ Spice Jet, କଟକଣା ଜାରି କଲା DGCA

ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଥିଲା । ଏହା ପୂର୍ବରୁ ଜୁଲାଇରେ ଏଭିଏସନ ୱାଚଡଗ କହିଥିଲା ଯେ ସ୍ପାଇସଜେଟ ସୁରକ୍ଷିତ, କୁଶଳ ଓ ବିଶ୍ବସନୀୟ ବିମାନ ସେବା ଯୋଗାଇବାରେ ବିଫଳ ରହିଛି । ଏଭଳି ସ୍ଥିତିରେ କମ୍ପାନୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ । ସୂଚନା ଥାଉ କି ଗତ କିଛି ଦିନ ମଧ୍ୟରେ ସ୍ପାଇସଜେଟ ବିମାନର ଏକାଧିକ ଯାନ୍ତ୍ରିକ ସମସ୍ୟା ସାମନାକୁ ଆସିଛି । ଏହାପୂର୍ବରୁ ଗତ ଜୁଲାଇ ୫ ତାରିଖରେ ସ୍ପାଇସଜେଟର ଏକ ମାଲବାହୀ ବିମାନ କୋଲକାତାରୁ ଚୀନ ଅଭିମୁଖେ ଯାଉଥିଲା ।

ଏହା ବି ପଢନ୍ତୁ- ୨୪ ଦିନରେ ନବମ ତ୍ରୁଟି, ବିଳମ୍ବ ହେଲା ଦୁବାଇ-ମଦୁରାଇ ସ୍ପାଇସଜେଟ ବିମାନ ଉଡାଣ

କିନ୍ତୁ ବିମାନର ୱେଦର ରାଡାର (weather radar) କାମ ନ କରିବାରୁ ବିମାନଟି ପୁଣି ଥରେ କୋଲକାତା ଫେରି ଆସିଥିଲା । ଏହିଦିନ ମଝି ଆକାଶରେ ବିମାନର ୱିଣ୍ଡସିଲ୍ଡ(windshield)ରେ ଫାଟ ସୃଷ୍ଟି ହେବାରୁ ସ୍ପାଇସଜେଟର ଅନ୍ୟ ଏକ ବିମାନ ମୁମ୍ବାଇରେ ଅଚାନକ ଅବତରଣ କରିଥିଲା । ସେହିପରି ଦିଲ୍ଲୀରୁ ଦୁବାଇ ଅଭିମୁଖେ ଉଡାଣ ଭରିଥିବା ସ୍ପାଇସଜେଟର ଏକ ବିମାନ କରାଚିରେ ଜରୁରୀ ଅବତରଣ କରିଥିଲା । ପାକିସ୍ତାନ ଆକାଶରେ ଉଡୁଥିବାବେଳେ ବିମାନରେ ଯାନ୍ତ୍ରିକ ତ୍ରୁଟି କାରଣକୁ କରାଚୀ ବିମାନବନ୍ଦରରେ ବିମାନକୁ ଜରୁରୀ ଅବତରଣ କରାଯାଇଥିଲା ।

ଏକାଧିକ ଥର ଉଡାଣ ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିବାଦରେ ଥିବା ବିମାନ କମ୍ପାନୀ ସ୍ପାଇସଜେଟ ଉପରେ କଟକଣା ଲଗାଇଥିଲା ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) । ସଂସ୍ଥା ତାର ସମ୍ପୂର୍ଣ୍ଣ ଉଡଣା କ୍ଷମତା ପରିବର୍ତ୍ତେ ମାତ୍ର ୫୦ ପ୍ରତିଶତ ବିମାନ ଉଡାଇବା ନେଇ ନିର୍ଦ୍ଦେଶ ମିଳିଛି । ତେବେ ଏପରି ନିର୍ଦ୍ଦେଶ ପରେ ଉଡାଣ ଅପରେସନ ପ୍ରଭାବିତ ହେବ ନାହିଁ ବୋଲି ସମ୍ପୃକ୍ତ ସଂସ୍ଥା ପକ୍ଷରୁ କୁହାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.