ETV Bharat / bharat

ବିଶ୍ବକପ ଫାଇନାଲ, ମୁମ୍ବାଇରୁ ଅହମମ୍ମଦାବାକୁ ଗଡ଼ିଲା ସ୍ବତନ୍ତ୍ର ବନ୍ଦେ ଭାରତ ଟ୍ରେନ୍‌

ଆଜି ବିଶ୍ବକପ ଫାଇନାଲ ଲଢ଼େଇ । ମୁମ୍ବାଇରୁ ଅହମ୍ମଦାବାଦକୁ ଗଡ଼ିଲା ସ୍ବତନ୍ତ୍ର ବନ୍ଦେ ଭାରତ ଏକ୍ସପ୍ରେସ ।ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Nov 19, 2023, 9:23 AM IST

special Vande Bharat train for world cup final

ମୁମ୍ବାଇ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆରମ୍ଭ ହୋଇଯିବ ବିଶ୍ବକପ ଫାଇନାଲ ମୁକାବିଲା । ଟ୍ରଫି ହାତେଇବା ପାଇଁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ ଜୋରଦାର ଫାଇଟ । ବିଶ୍ବକପ ଫାଇନାଲ ପାଇଁ ମୁମ୍ବାଇରୁ ଅହମ୍ମଦାବାଦକୁ ଗଡ଼ିଛି ସ୍ବତନ୍ତ୍ର ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ । ଆଜି ସକାଳ 5ଟା 15 ମିନିଟରେ ଏହା ମୁମ୍ବାଇ ସେଣ୍ଟ୍ରାଲ ରେଲଓ୍ବେ ଷ୍ଟେସନରୁ ଯାତ୍ରୀଙ୍କୁ ନେଇ ଅହମ୍ମଦାବାଦ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ସକାଳ 10ଟା 40 ମିନିଟରେ ଏହା ଅହମ୍ମଦାବାଦରେ ପହଞ୍ଚିବ । ଆଜି ଦୁଇ ରାଜ୍ୟ ମଧ୍ୟରେ 11ଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିବ । ଏନେଇ କେନ୍ଦ୍ରୀୟ ରେଳ ବିଭାଗ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲା ।

ଏହା ମଧ୍ୟ ପଢନ୍ତୁ-ବିଶ୍ବକପ୍ ଫାଇନାଲ: ମୁମ୍ବାଇରୁ ଅହମ୍ମଦାବାଦକୁ ଚାଲିବ ସ୍ବତନ୍ତ୍ର ଟ୍ରେନ୍

ବିଶ୍ୱକପ ପାଇଁ ଶନିବାର ଏକ ସ୍ୱତନ୍ତ୍ର ଟ୍ରେନ୍‌ ସନ୍ଧ୍ୟା 5ଟା ସମୟରେ ଦିଲ୍ଲୀରୁ ଅହମ୍ମଦାବାଦ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଯାହା ଏବେ ଅହମ୍ମବାଦରେ ପହଞ୍ଚି ସାରିଛି । ସେହିପର ବିଶ୍ୱକପ ପାଇଁ ମୁମ୍ବାଇରୁ ଚଳାଚଳ କରୁଥିବା ପ୍ରଥମ ସ୍ବତନ୍ତ୍ର ଟ୍ରେନ ହେଉଛି- ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍-ଅହମ୍ମଦାବାଦ ସ୍ପେଶାଲ ଏକ୍ସପ୍ରେସ । ଏହା ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ ମୁମ୍ବାଇରୁ ଶନିବାର ରାତି 10ଟା 30 ମିନିଟରେ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିଥିଲା । ଯାହା ସକାଳ 6 ଟା 40 ମିନିଟରେ ଅହମ୍ମଦାବାଦରେ ପହଞ୍ଚି ସାରିଛି । ମ୍ୟାଚ୍ ସରିବା ପରେ ଏହି ସ୍ପେଶାଲ ଏକ୍ସପ୍ରେସ ସେହି ଦିନ ମଧ୍ୟରାତ୍ରୀ 1ଟା 44 ମିନିଟରେ ମୁମ୍ବାଇ ଅଭିମୁଖେ ଯାତ୍ରା କରିବ । ଏହା ନଭେମ୍ବର 20 ତାରିଖ ସକାଳ 10ଟା 35 ମିନିଟରେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସରେ ପହଞ୍ଚିବ ।

ଦ୍ବିତୀୟ ସ୍ବତନ୍ତ୍ର ଟ୍ରେନ୍‌ ବାନ୍ଦ୍ରା ଟର୍ମିନସ୍-ଅହମ୍ମଦାବାଦ ସ୍ପେଶାଲ୍ ଟ୍ରେନ୍ ଶନିବାର ରାତି 11ଟା 45 ମିନିଟରେ ବାନ୍ଦ୍ରା ଟର୍ମିନସରୁ ଯାତ୍ରା ଆରମ୍ଭ କରି ଆଜି ସକାଳ 7ଟା 20 ମିନିଟରେ ଅହମ୍ମଦାବାଦରେ ପହଞ୍ଚିଛି । ଏହି ଟ୍ରେନ୍ ନଭେମ୍ବର 20 ତାରିଖ ସକାଳ 4 ଟାରେ ଅହମ୍ମଦାବାଦ ଛାଡ଼ି ସେହିଦିନ ରାତି 12ଟା 10 ମିନିଟରେ ବାନ୍ଦ୍ରା ଟର୍ମିନସରେ ପହଞ୍ଚିବ । ମୁମ୍ବାଇ ସେଣ୍ଟ୍ରାଲ୍-ଅହମ୍ମଦାବାଦ ଶନିବାର 11ଟା 55 ମିନିଟରେ ମୁମ୍ବାଇ ସେଣ୍ଟ୍ରାଲ୍ ଛାଡ଼ିଥିବା ବେଳେ ଆଜି ସକାଳ 8ଟା 45 ମିନିଟରେ ଅହମ୍ମଦାବାଦରେ ପହଞ୍ଚିବ । 20 ତାରିଖ ସକାଳ 6ଟା 20 ମିନିଟରେ ଏହା ଅହମ୍ମଦାବାଦ ଛାଡ଼ିବା ସହ, ସେହିଦିନ ଅପରାହ୍ନରେ ମୁମ୍ବାଇ ସେଣ୍ଟ୍ରାଲ ଷ୍ଟେସନରେ ପହଞ୍ଚିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.