ETV Bharat / bharat

ଅନ୍ତରୀଣ ଜାମିନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ SP ସାଂସଦ ଆଜମ ଖାନ

author img

By

Published : Jan 22, 2022, 10:27 PM IST

ଜେଲରେ ଥିବା ସମାଜବାଦୀ ପାର୍ଟୀ ସାଂସଦ ଆଜମ ଖାନ ଜାମିନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରଚାର ପାଇଁ ଜାମିନ ଆବେଦନ କରିଛନ୍ତି । ଅଧିକ ପଢନ୍ତୁ

ଅନ୍ତରୀଣ ଜାମିନ ପାଇଁ ସୁପ୍ରିମକୋର୍ଟର ଦ୍ବାରସ୍ତ ହେଲେ SP ସାଂସଦ ଆଜମ ଖାନ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ନିର୍ବାଚନ ମାହୋଲ ସରଗରମ ହୋଇଛି। ଶନିବାର ଜେଲରେ ଥିବା ସମାଜବାଦୀ ପାର୍ଟୀ ସାଂସଦ ଆଜମ ଖାନ ଜାମିନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ (SP leader Azam Khan moves Supreme Court seeking interim bail ) ହୋଇଛନ୍ତି। ଅନ୍ତରୀଣ ଜାମିନ ପାଇଁ ଆଜମ ସୁପ୍ରିମକୋର୍ଟ ଯାଇଥିବା ଜଣାପଡିଛି । ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରଚାର ପାଇଁ ଜାମିନ ଆବେଦନ କରିଛନ୍ତି । ସୂଚନାଥାଉକି ଉତ୍ତରପ୍ରଦେଶରେ ବିଜେପି ସରକାର ଆସିବା ପରେ ରାମପୁର ସାଂସଦ ଆଜମ ଖାନଙ୍କୁ ବିଭିନ୍ନ ମାମଲାରେ ଜେଲରେ ଭର୍ତ୍ତି କରିଛନ୍ତି। ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ହେଲା ଜେଲ ଭିତରେ ରହିଛନ୍ତି।

ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନ ପାଇଁ ସରଗରମ ହୋଇଛି ରାଜନୀତି। ଉତ୍ତରପ୍ରଦେଶର ଚର୍ଚ୍ଚିତ ସମାଜବାଦୀ ନେତା ତଥା ରାମପୁରର ସାଂସଦ ଆଜମ ଖାନ ଅନ୍ତରୀଣ ଜାମିନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏହି ସପା ନେତା ଦୀର୍ଘି ଦୁଇ ବର୍ଷ ହେଲା ଜେଲର ଅନ୍ଧାର କୋଠରୀରେ ଦିନ ଗଣୁଛନ୍ତି । ସମାଜବାଦୀ ପାର୍ଟୀର ଶାସନ ସମୟରେ ଲୋକଙ୍କ ବିଭିନ୍ନ ଦୁର୍ନୀତିରେ ସମ୍ପୃକ୍ତ ଥିଲେ । ଏହା ସହ ଲୋକଙ୍କ ଠାରୁ ଜୋର ଜବରଦସ୍ତ ଜମି ଜାଲିଆତି ଭଳି ମାମଲା ରହିଛି । ଏହା ସହ ତାଙ୍କ ବିରୋଧରେ ଛେଳି ଚୋର, ମଇଁଷି ଚୋରୀ ଭଳି ମାମଲା ରହିଛି । ମୋଟ ୧୦୦ରୁ ଅଧିକ ମାମଲା ତାଙ୍କ ବିରୋଧରେ ରୁଜୁ କରାଯାଇଛି। ବର୍ତ୍ତମାନ ସେ ସିତାପୁର ଜେଲରେ ରହିଛନ୍ତି ।

ତେବେ ଚଳିତ ବିଧାନସଭାରେ ସେ ଜେଲ ଭିତରୁ ଲଢିବେ ବୋଲି ମଧ୍ୟ ସୂଚନା ରହିଛି। ସେପଟେ ତାଙ୍କ ପୁଅ ଅବଦୁଲ୍ଲା ଆଜମ ଗତ ଦୁଇ ମାସ ତଳେ ଜେଲରୁ ବାହାରିଥିଲେ। ସେ ସମାଜବାଦୀ ପାର୍ଟୀ ତରଫରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ସୂଚନାଥାଉକି ଚଳିତ ବର୍ଷ ଉତ୍ତରପ୍ରଦେଶରେ ୪୦୩ ଆସନରେ ସାତଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ମାର୍ଚ୍ଚ ୧୦ରେ ଭୋଟ ଗଣତି ସହ ଫଳାଫଳ ଘୋଷଣା କରାଯିବ। ତେବେ ଚଳିତ ଥରି ବିଧାନସଭା ନିର୍ବାଚନ ସମ୍ପୂର୍ଣ୍ଣ କୋରୋନା କଟକଣା ମଧ୍ୟରେ କରାଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିସନ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.