ETV Bharat / bharat

ଦକ୍ଷିଣ ଭାରତୀୟ ଭକ୍ତଙ୍କ ବଦାନ୍ୟତା: ସିରିଡି ସାଇଙ୍କୁ ଦାନ କଲେ ୨ କୋଟି ମୂଲ୍ୟର ସୁନାର ପଟି - ସିରିଡି ସାଇଙ୍କୁ ଦୁଇ କିଲୋ ଓଜନର ସୁନାର ପଟି ଦାନ କଲେ ଭକ୍ତ

ସିରିଡି ସାଇ ବାବାଙ୍କୁ ୪ କିଲୋ ଓଜନର ସୁନାର ପଟି ଦାନ କରି ଚର୍ଚ୍ଚାରେ ଦକ୍ଷିଣ ଭାରତର ଜଣେ ଭକ୍ତ ପ୍ରାର୍ଥସାରଥୀ ରେଡ୍ଡୀ(Sai devotee Parthasarathy Reddy) । ୪ କିଲୋ ଓଜନର ସୁନାର ପଟି ପାଖାପାଖି ୨ କୋଟି ଟଙ୍କାର ହେବ । ଅଧିକ ପଢନ୍ତୁ

ସିରିଡି ସାଇଙ୍କୁ ଦୁଇ କିଲୋ ଓଜନର ସୁନାର ପଟି ଦାନ କଲେ ଦକ୍ଷିଣ ଭାରତର ଭକ୍ତ
ସିରିଡି ସାଇଙ୍କୁ ଦୁଇ କିଲୋ ଓଜନର ସୁନାର ପଟି ଦାନ କଲେ ଦକ୍ଷିଣ ଭାରତର ଭକ୍ତ
author img

By

Published : May 18, 2022, 4:57 PM IST

ସିରିଡି : ସିରିଡି ସାଇ ବାବାଙ୍କୁ ୪ କିଲୋ ଓଜନର ସୁନାର ପଟି ଦାନ କରି ଚର୍ଚ୍ଚାରେ ଦକ୍ଷିଣ ଭାରତର ଜଣେ ଭକ୍ତ ପ୍ରାର୍ଥସାରଥୀ ରେଡ୍ଡୀ(Sai devotee Parthasarathy Reddy) । ଭକ୍ତ ଜଣଙ୍କର ଦୀର୍ଘ ଦିନ ଧରି ସାଇଙ୍କୁ ସୁନା ପଟି ଦାନ କରିବାର ଇଚ୍ଛା ଥିଲା । ୪ କିଲୋ ଓଜନର ସୁନାର ପଟି ପାଖାପାଖି ୨ କୋଟି ଟଙ୍କାର ହେବ ।

୨୦୦୮ ମସିହାରେ ସାଇ ବାବାଙ୍କ ସୁନାର ମୂର୍ତ୍ତୀ ଏଠାରେ ସ୍ଥାପନ କରାଯାଇଥିଲା । ଏହାସହ ବାବା ବସିଥିବା ସିଂହାସନଟି ମଧ୍ୟ ସମ୍ପୂର୍ଣ୍ଣ ସୁନାରେ ତିଆରି ହୋଇଛି । ତେବେ ବାବାଙ୍କ ମୂର୍ତ୍ତୀରେ ପାଖାପାଖି 110 କିଲୋ ସୁନା ଗହଣା ଲାଗିଛି । ଏହାକୁ ମଧ୍ୟ ଆନ୍ଧପ୍ରଦେଶର ଜଣେ ଭକ୍ତ ଆଦି ନାରାୟଣ ରେଡ୍ଡୀ (Adinarayana Reddy) ବାବାଙ୍କୁ ଦାନ କରିଥିଲେ ।

୨୦୧୬ ମସିହାରେ ସାଇ ଭକ୍ତ ପ୍ରାର୍ଥ ସାରଥୀ ରେଡ୍ଡୀ(Sai devotee Parthasarathy Reddy) ବାବାଙ୍କୁ ସୁନାର ପଟି ଦାନରେ ଦେବା ପାଇଁ ମନବଳାଇ ଥିଲେ । ହେଲେ ମହାମାରୀ କୋରୋନା ଯୋଗୁ ତାହା ସମ୍ଭବ ହୋଇ ନଥିଲା । ହେଲେ କୋରୋନା ସ୍ଥିତି ସ୍ବାଭାବିକ ହେବା ପରେ ନିଜ ମାନସିକ ପୂରଣ କରିଛନ୍ତି ସାଇ ଭକ୍ତ ପ୍ରାର୍ଥ ସାରଥୀ । ତେବେ ଦାନରେ ଦେଇଥିବା ଏ ସୁନାର ପଟିଟି ବେଶ ଆକର୍ଷଣୀୟ ହୋଇଛି । ହାତୀ, ମୟୂରର ଛବି ଅତି ସୁନ୍ଦର ଭାବେ ଏଥିରେ ଖୋଦିତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.