ETV Bharat / bharat

ପଞ୍ଚତତ୍ତ୍ବରେ ବିଲୀନ ସୌମିତ୍ର ଚାଟାର୍ଜୀ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଦିଆଗଲା ବିଦାୟ - CM Mamata Banerjee latest news

ପଞ୍ଚଭୂତରେ ବିଲୀନ ହେଲେ ବିଶିଷ୍ଟ ବଙ୍ଗୀୟ ଅଭିନେତା ସୌମିତ୍ର ଚାଟାର୍ଜୀ । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ଦିଆଗଲା ଅନ୍ତିମ ବିଦାୟ । ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସହ ବଙ୍ଗୀୟ ସିନେ ଜଗତର ବହୁ ବିଶିଷ୍ଟ କଳାକାର ଓ ପ୍ରଂଶସକ । ଅଧିକ ପଢନ୍ତୁ...

Soumitra chatterjee's last rite
ପଞ୍ଚତତ୍ତ୍ବରେ ବିଲୀନ ହେଲେ ଅଭିନେତା ସୌମିତ୍ର ଚାଟାର୍ଜୀ,ରାଷ୍ଟ୍ରୀୟ ମର୍ଯ୍ୟଦା ସହ ଦିଆଗଲା ବିଦାୟ
author img

By

Published : Nov 15, 2020, 9:14 PM IST

କୋଲକାତା: ପଞ୍ଚଭୂତରେ ବିଲୀନ ହେଲେ ବିଶିଷ୍ଟ ବଙ୍ଗୀୟ ଅଭିନେତା ସୌମିତ୍ର ଚାଟାର୍ଜୀ । କୋଲକାତାର କିଅରୋତାଲା ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି । ତାଙ୍କୁ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ଅନ୍ତିମ ସଂସ୍କାର କରାଯାଇଛି । ସାମିଲ ହେଲେ ମୁଖ୍ୟମନ୍ତ୍ରୀ ସମେତ ବଙ୍ଗୀୟ ସିନେ ଜଗତର କଳାକାର ଓ ପ୍ରଶଂସକ ।

ପଞ୍ଚତତ୍ତ୍ବରେ ବିଲୀନ ହେଲେ ଅଭିନେତା ସୌମିତ୍ର ଚାଟାର୍ଜୀ,ରାଷ୍ଟ୍ରୀୟ ମର୍ଯ୍ୟଦା ସହ ଦିଆଗଲା ବିଦାୟ

ସୌମିତ୍ର ଚାଟାର୍ଜୀ ଶେଷ ଯାତ୍ରା କଲକାତାର ରବୀନ୍ଦ୍ର ସଦନରୁ ଏକ ଶୋଭାଯାତ୍ରାରେ ବାହାରି କିଅରୋତାଲା ଶ୍ମଶାନରେ ପହଞ୍ଚିଥିଲା । ଶେଷ ଯାତ୍ରାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମିଲ ହୋଇଥିଲେ । ଏଥିରେ ବଙ୍ଗୀୟ ସିନେଜଗତର ବହୁ ବିଶିଷ୍ଟ କଳାକାର ସହ ହଜାର ହଜାର ପ୍ରଂଶସକ ସାମିଲ ହୋଇଥିଲେ । ବିଶିଷ୍ଟ ଅଭିନେତା ସୌମିତ୍ର ଚାଟାର୍ଜୀଙ୍କ ରବିବାର ଅପରାହ୍ନରେ ପରଲୋକ ହୋଇଥିଲା । ମୃତ୍ୟୁବେଳକୁ ତାଙ୍କୁ 85 ବର୍ଷ ହୋଇଥିଲା । କୋରୋନାରେ ଆକ୍ରାନ୍ତ ହୋଇ ସେ କୋଲକାତାର ବେଲେ ଭୁ କ୍ଲିନିକରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ ।

ବଙ୍ଗଳାର ସବୁଠାରୁ ବଡ ଅଭିନେତାମାନଙ୍କ ମଧ୍ୟରେ ସୌମିତ୍ର ଚାଟାର୍ଜୀ ହେଉଛନ୍ତି ଅନ୍ୟତମ । ସେ ଓସ୍କାର ବିଜେତା ତଥା ଚଳଚ୍ଚିତ୍ର ନିର୍ମାତା ସତ୍ୟଜିତ ରଏଙ୍କ ସହ ୧୪ ଟି ଫିଲ୍ମ କରିଛନ୍ତି। ସୋମିତ୍ର ଚାଟାର୍ଜୀ ୧୯୫୫ ମସିହାରେ ସତ୍ୟଜିତ୍ ରାୟଙ୍କ ଚଳଚ୍ଚିତ୍ର ‘ଅପୁର ସନ୍ସର୍’ରେ ଡେବ୍ୟୁ କରିଥିଲେ। ଚଳଚ୍ଚିତ୍ରରେ ତାଙ୍କର ଅମୂଲ୍ୟ ଅବଦାନ ପାଇଁ ସୌମିତ୍ର ଚାଟାର୍ଜୀଙ୍କୁ ୨୦୧୨ ରେ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.