ETV Bharat / bharat

Phogat Death Mystery, ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପରିବାରର ସିବିଆଇ ତଦନ୍ତ ଦାବି - ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା ସୋନାଲିଙ୍କ ପରିବାର

ଅଭିନେତ୍ରୀ ତଥା ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁ ଘଟଣା । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସିବିଆଇ ତଦନ୍ତ ଦାବି କଲା ପରିବାର । ଅଧିକ ପଢନ୍ତୁ

Phogat Death Mystery, ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପରିବାରର ସିବିଆଇ ତଦନ୍ତ ଦାବି

author img

By

Published : Aug 28, 2022, 8:45 PM IST

ଚଣ୍ଡିଗଡ଼: ଅଭିନେତ୍ରୀ ତଥା ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁ ଘଟଣାରୁ ଲଗାତାର ଖୁଲାସା ହେବାରେ ଲାଗିଛି । ଏହି ଘଟଣାର CBI (Sonali Phogat murder cbi probe) ଯାଞ୍ଚ କରିବା ଲାଗି ସୋନାଲିଙ୍କ ପରିବାର ମୁଖ୍ୟମନ୍ତ୍ରୀ ମନୋହର ଲାଲଙ୍କୁ ଭେଟି ଦାବି କରିଛନ୍ତି । ପରିବାରଙ୍କ ଅଭିଯୋଗ ପରେ ହରିୟାଣା ସରକାର ଗୋଆ ସରକାରଙ୍କୁ ସିବିଆଇ ତଦନ୍ତ ପାଇଁ ଅନୁରୋଧ କରିଛନ୍ତି ।

Phogat Death Mystery, ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପରିବାରର ସିବିଆଇ ତଦନ୍ତ ଦାବି

ମୁଖ୍ୟମନ୍ତ୍ରୀ ମନୋହର ଲାଲଙ୍କୁ ଭେଟିବା ପରେ ସୋନାଲିଙ୍କ ଝିଅ ଯଶୋଧରା ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯାଉ ବୋଲି ସେ ଦାବି କରିଛନ୍ତି । ଯଶୋଧରା କହିଛନ୍ତି ଯେ, "ମୁଖ୍ୟମନ୍ତ୍ରୀ ସେମାନଙ୍କ ଦାବିକୁ ଭଲ ଭାବରେ ଶୁଣି ଆଶ୍ବାସନା ଦେଇଛନ୍ତି । ସିବିଆଇ ତଦନ୍ତ କରାଯାଇ ପରିବାରକୁ ନ୍ୟାୟ ମିଳୁ ।" ସେପଟେ ସୋନାଲିଙ୍କ ସମ୍ପର୍କୀୟ ଅମନ ପୁନିଆ କହିଛନ୍ତି, "ଏହା କେବଳ ସମ୍ପତ୍ତି ମାମଲା ନୁହେଁ । ଏହା ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି । ସୋନାଲିଙ୍କୁ ରାଜନୈତିକ ଦୃଷ୍ଟିରୁ ହତ୍ୟା କରାଯାଇଛି ।"

ଏହା ବି ପଢନ୍ତୁ- ସୋନାଲି ଫୋଗଟ୍‌ଙ୍କୁ ଜବରଦସ୍ତ ଦିଆଯାଇଥିଲା ଡ୍ରଗ୍ସ, PA ସୁଧୀରଙ୍କ ସମେତ ଦୁଇ ଗିରଫ

ଗତକାଲି ସୋନାଲିଙ୍କ ଏକ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଥିଲା । ଏହି ଭିଡିଓଟି ଗୋଆର ଏକ ନାଇଟ କ୍ଲବର ବୋଲି କୁହାଯାଉଛି । ଯେଉଁଥିରେ ପାର୍ଟି ଚାଲିଥିବା ବେଳେ ସୋନାଲିଙ୍କ ପିଏ ସୁଧୀର ସାଙ୍ଗୱାନ୍ ସୋନାଲିଙ୍କୁ କିଛି ନିଶା ପାନୀୟ ପିଆଉଥିବାର ଦେଖିବାକୁ ମିଳିଛି । ପିଇବା ସମୟରେ ସୋନାଲି ସ୍ବାଭାବିକ ନଜର ଆସୁ ନଥିବାବେଳେ ସୁଧୀର ତାଙ୍କୁ ଅନିଚ୍ଛା ସତ୍ତ୍ବେ ମଧ୍ୟ ପିଆଉଥିବା ଦେଖିବାକୁ ମିଳିଛି । ପୂର୍ବରୁ ସୁଧୀର ଓ ତାର ସହଯୋଗୀଙ୍କୁ ପୋଲିସ ଗିରଫ କରିସାରିଥିବାବେଳେ ରିମାଣ୍ଡରେ ମଧ୍ୟ ନେଇଛି ।

ଏହା ବି ପଢନ୍ତୁ- Sonali Phogat murder case, ୧୦ ଦିନିଆ ପୋଲିସ ରିମାଣ୍ଡରେ ଗଲେ ୨ ମୁଖ୍ୟ ଅଭିଯୁକ୍ତ

ସୂଚନା ଥାଉ କି, ଗତ ଅଗଷ୍ଟ ୨୩ ତାରିଖରେ ସୋନାଲିଙ୍କ ମୃତ୍ୟୁ ଘଟିଥିଲା । ତାଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଛି ବୋଲି ଖବର ପ୍ରକାଶ ପାଇଥଲା । ସୋନାଲି ତାଙ୍କର କିଛି କର୍ମଚାରୀଙ୍କ ସହ ଗୋଆ ବୁଲିବାକୁ ଯାଇଥିବା ବେଳେ ସେହିଠ‌ାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଗୋଆର ମେଡିକାଲ ଏବଂ ଫରେନସିକ୍ କଲେଜରେ ବସୋନାଲି ଫୋଗାଟଙ୍କ ମୃତଦେହ ପୋଷ୍ଟମର୍ଟମ କରାଯାଇଥିଲା । ଏହି ସମୟରେ ସୋନାଲି ଫୋଗାଟଙ୍କ ଶରୀରରେ ଗଭୀର ଆଘାତ ଚିହ୍ନ ଥିବା ରିପୋର୍ଟ ସାମ୍ନାକୁ ଆସିଥିଲା । ତେବେ ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.