ETV Bharat / bharat

ମା’ର ଅନ୍ତିମ ସଂସ୍କାର କରିବାକୁ ମନା କଲା ପୁଅ, ଅଳିଆ ଗାଡ଼ିରେ ଶ୍ମଶାନ ପହଞ୍ଚିଲା ମୃତଦେହ - ଅଳିଆ ଗାଡ଼ିର ଶ୍ମସାନ ପହଞ୍ଚିଲା ମୃତଦେହ

କୋରୋନା ପାଇଁ ସମ୍ପର୍କକୁ ଭୁଲିଗଲା ପୁଅ । ମା’ର ଅନ୍ତିମ ସଂସ୍କାର କରିବାକୁ ମନା କରିବାରୁ ଅଳିଆଫିଙ୍ଗା ଗାଡ଼ିରେ ଶ୍ମଶାନ ପହଞ୍ଚାଇଲା ମ୍ୟୁନିସପାଲିଟି । ଅଧିକ ପଢନ୍ତୁ...

ମା’ର ଅନ୍ତିମ ସଂସ୍କାର କରିବାକୁ ମନା କଲା ପୁଅ, ଅଳିଆ ଗାଡ଼ିର ଶ୍ମସାନ ପହଞ୍ଚିଲା ମୃତଦେହ

author img

By

Published : Apr 18, 2021, 3:15 PM IST

ଜୟପୁର: ରାଜସ୍ଥାନର ସିରୋହିରେ ଏକ ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି । ଏହା ଏଭଳି ଏକ ଘଟଣା, ଯାହା ମାନବିକତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି । ଏହି ଘଟଣା ଆବୁରୋଡ ଅଞ୍ଚଳର ହୋଇଥିବାବେଳେ ଜଣେ ପୁଅ ମା’ର ଅନ୍ତିମ ସଂସ୍କାର କରିବାକୁ ମନା କରିଦେଇଛି । କାରଣ ମା’ଙ୍କ କୋରୋନାରେ ମୃତ୍ୟୁ ହୋଇଥିବା ଅନୁମାନ କରି ପୁଅ ମୃତଦେହ ନିକଟକୁ ଯିବା ପାଇଁ ମନା କରିଦେଇଛି । ତେବେ ମହିଳାଙ୍କ ମୃତଦେହ ଘର ଭିତରେ ସେମିତି ପଡି ରହିଥିଲା ।

ଏନେଇ ପଡୋଶୀ ଖବର ପାଇବା ପରେ ମ୍ୟୁନିସପାଲିଟିକୁ ସୂଚନା ଦେଇଥିଲେ । ତେବେ ପୌରସଂସ୍ଥାକୁ ଏ ବିଷୟରେ ଅବଗତ କରାଯିବା ପରେ ସେମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମହିଳାଙ୍କ ମୃତଦେହକୁ ମୋକ୍ଷଧାମକୁ ନେବା ପାଇଁ ବ୍ୟବସ୍ଥା କରିଥିଲେ । କିନ୍ତୁ ପରିତାପର ବିଷୟ ଯେ ମହିଳାଙ୍କ ମୃତଦେହ କୌଣସି ଆମ୍ବୁଲାନ୍ସ ନୁହେଁ ବରଂ ଅଳିଆ ଗାଡ଼ିରେ ନିଆ ଯାଇଥିଲା ।

ସୂଚନା ଅନୁଯାୟୀ, ମହିଳା ଜଣକ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ । ମହିଳାଙ୍କ ପୁଅ ସହର ବାହାରେ ରୁହନ୍ତି ଏବଂ କିଛି ଦିନ ପୂର୍ବରୁ ଘରକୁ ଆସିଥିଲେ | ଏହା ପରେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ତେବେ ବୋହୂ ମନାଇବା ପରେ ପୁଅ ମା’ଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.