ETV Bharat / bharat

Sivakashi FireCracker Explosion: ବାଣ ବିସ୍ଫୋରଣରେ ୩ ମୃତ, ଅନେକ ଆହତ

author img

By

Published : Jan 1, 2022, 1:33 PM IST

ତାମିଲନାଡୁ ଶିବକାଶି ନିକଟ ବାଣ ତିଆରି କାରଖାନାରେ ଘଟିଛି ବିସ୍ଫୋରଣ । ଏଥିରେ ୩ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ

Sivakashi FireCracker Explosion: ଦୁର୍ଘଟଣାରେ ୩ କର୍ମଚାରୀ ମୃତ, ଅନେକ ଆହତ

ଚେନ୍ନାଇ: ତାମିଲନାଡୁ ଶିବକାଶିର ଏକ ବାଣ ନିର୍ମାଣ ଫ୍ୟାକ୍ଟ୍ରିରେ ଶନିବାର ଘଟିଛି ଅଗ୍ନିକାଣ୍ଡ । ଏହି ଦୁର୍ଘଟଣାରେ ୩ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡ଼ିଛି ।

ଶିବକାଶି ଏମ ପୁଦୁପାଟ୍ଟି ଗ୍ରାମ ନିକଟରେ ଥିବା ଭାଡ଼ିଭେଲ ଫ୍ୟାକ୍ଟ୍ରିରେ ଘଟିଛି ଏହି ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇବା ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି । ତେବେ ବାଣ ତିଆରି କରୁଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ୩ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି ।

ଘଟଣାସ୍ଥଳରେ ପୋଲିସ ମଧ୍ୟ ପହଞ୍ଚି ଆହତଙ୍କୁ ଶିବକାଶି ହସ୍ପିଟାଲକୁ ପଠାଇଛି । ଏହି ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଦୁପାଟ୍ଟି ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.