ETV Bharat / bharat

ସଂସଦ ବାହାରେ ଫ୍ଲାଇଂ କିସ୍‌ କଲେ ରାହୁଲ ! ଇରାନୀ କହିଲେ ମହିଳା ବିରୋଧୀ ପୁରୁଷ

author img

By

Published : Aug 9, 2023, 3:49 PM IST

ରାହୁଲ ଗାନ୍ଧୀଙ୍କ ବିରୋଧରେ ଅଶ୍ଳୀଳ ଇଙ୍ଗୀତ ଅଭିଯୋଗ । ସଂସଦ ବାହାରେ ରାହୁଲ ଫ୍ଲାଇଂ କିସ୍‌ କରିଥିବା ଅଭିଯୋଗ କରି ସ୍ମୃତି ଇରାନୀ କହିଲେ ମହିଳା ବିରୋଧୀ ପୁରୁଷ । ବାଚସ୍ପତି ବିର୍ଲାଙ୍କ ନିକଟରେ ଫେରାଦ ହେଲା ବିଜେପି ମହିଳା ସାଂସଦଙ୍କ ଏକ ଟିମ୍‌ । ଅଧିକ ପଢନ୍ତୁ

ସଂସଦ ବାହାରେ ରାହୁଲ ଫ୍ଲାଇଁ କିସ କରିଥିବା ଅଭିଯୋଗ, ଇରାନୀ କହିଲେ ମହିଳା ବିରୋଧୀ

ନୂଆଦିଲ୍ଲୀ: ଆଜି ଅନାସ୍ଥା ପ୍ରସ୍ତାବ ଚର୍ଚ୍ଚାରେ ଅଂଶଗ୍ରହଣ କରି ସଦସ୍ୟତା ଫେରିପାଇବା ପରେ ଗୃହକୁ ଫେରିଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଣିପୁର ହିଂସା ପ୍ରସଙ୍ଗରେ ସିଧା ପ୍ରଧାନମନ୍ତ୍ରୀ ଓ ଭାରତୀୟ ଜନତା ପାର୍ଟି ସରକାରକୁ ଜୋରଦାର ସମାଲୋଚନା କରିଛନ୍ତି । ଏହା ପରେ ରାହୁଲଙ୍କୁ ଟାର୍ଗେଟ କରିଛନ୍ତି ତାଙ୍କ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ।

ଆଜି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଅଭିଯୋଗ କରିଛନ୍ତି ଯେ, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଗୃହରେ ଅନାସ୍ଥା ପ୍ରସ୍ତାବରେ ବକ୍ତବ୍ୟ ରଖିବା ପରେ ସଂସଦରୁ ବାହାରକୁ ଯାଉଥିବାବେଳେ 'ଫ୍ଲାଇଂ କିସ୍' ଇଙ୍ଗୀତ କରିଥିଲେ । ସ୍ମୃତି କହିଥିଲେ, "ସଂସଦରେ ମହିଳା ସଦସ୍ୟମାନେ ମଧ୍ୟ ଅଛନ୍ତି । ଗୃହରେ ମହିଳାଙ୍କ ସମ୍ମାନ ପାଇଁ ଆଇନ ପ୍ରଣୟନ ହେଉଛି । କେବଳ ଜଣେ ମହିଳା ବିରୋଧୀ ପୁରୁଷ ହିଁ ଏପରି କାର୍ଯ୍ୟ କରିପାରେ । ଏହା ସଂସଦରେ କେବେ ହୋଇନଥିଲା ।"

ଭାରତୀୟ ଜନତା ପାର୍ଟି(ବିଜେପି)ର ମହିଳା ସାଂସଦମାନେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅଭିଯୋଗ କରି ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ନିକଟରେ ଦ୍ବାରସ୍ଥ ହୋଇଛନ୍ତି । ବିଜେପି ସାଂସଦ ଶୋଭା କରନ୍ଦଲାଜେ କହିଛନ୍ତି, ସଂସଦ ଇତିହାସରେ ଏପରି କେବେ ହୋଇନଥିଲା । ଏହା ସମସ୍ତ ମହିଳା ସଦସ୍ୟଙ୍କ ପ୍ରତି ଅପମାନ । ସେମାନେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଏସମ୍ପର୍କରେ ଅଭିଯୋଗ କରିଛନ୍ତି । ସଂସଦର ସିସିଟିଭି ଫୁଟେଜ୍‌ ଚେକ୍‌ କରି ରାହୁଲ ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-ମୋଦି ସରକାରଙ୍କ ଉପରେ ବର୍ଷିଲେ ରାହୁଲ: କହିଲେ ବିଜେପି ମଣିପୁରରେ ଭାରତର ହତ୍ୟା କରିଛି

ଆଜି ଅନାସ୍ଥା ପ୍ରସ୍ତାବ ଆଲୋଚନାର ଦ୍ବିତୀୟ ଦିନରେ ବକ୍ତବ୍ୟ ରଖିଥିଲେ ରାହୁଲ । ମଣିପୁର ହିଂସା ପ୍ରସଙ୍ଗରେ ରାହୁଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି, "କିଛି ଦିନ ତଳେ ମୁଁ ମଣିପୁର ଯାଇଥିଲି । ଆଜି ଯାଏଁ ପ୍ରଧାନମନ୍ତ୍ରୀ ସେଠାକୁ ଯାଇନାହାନ୍ତି । କାରଣ ପ୍ରଧାନମନ୍ତ୍ରୀଙ୍କ ପାଇଁ ମଣିପୁର ମୂଲ୍ୟହୀନ । ଏମାନେ ମଣିପୁରରେ ଭାରତର ହତ୍ୟା କରିଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ମଣିପୁରକୁ ଯାଇପାରିବେ ନାହିଁ । ଏମାନେ ଭାରତମାତାର ରକ୍ଷକ ନୁହଁନ୍ତି ବରଂ ହତ୍ୟାକାରୀ ।" ଆହୁରି ମଧ୍ୟ ରାହୁଲ ପ୍ରଧାନମନ୍ତ୍ରୀଙ୍କୁ ରାବଣ ସହ ତୂଳନା କରିଥିଲେ । ରାହୁଲଙ୍କ ଏପରି କଡ଼ା ସମାଲୋଚନା ପରେ ଏପରି ଶବ୍ଦକୁ ମଧ୍ୟ ଭାରତୀୟ ଜନତା ପାର୍ଟି ନିନ୍ଦା କରିବା ସହ ରାହୁଲଙ୍କ କ୍ଷମା ପ୍ରାର୍ଥନା ଦାବି କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.