ETV Bharat / bharat

ଫୋକସରେ 2024 ସାଧାରଣ ନିର୍ବାଚନ, ପଞ୍ଜାବରେ ପୁଣି ହେବ ବିଜେପି-ଅକାଳୀ ମେଣ୍ଟ ! - ପଞ୍ଜାବ ରାଜନୀତି

2024 ସାଧାରଣ ନିର୍ବାଚନ ପୂର୍ବରୁ ପଞ୍ଜାବରେ ଦେଖିବାକୁ ମିଳିପାରେ ବିଜେପି ଅକାଳୀ ମେଣ୍ଟ । ଦୁଇ ଦଳ ମେଣ୍ଟରେ ନିର୍ବାଚନ ଲଢିବା ଚର୍ଚ୍ଚା ଜୋର । ଚଳିତ ବିଧାନସଭା ନିର୍ବାଚନରେ ଉଭୟଙ୍କ ପ୍ରଦର୍ଶନ ଥିଲା ଅତ୍ୟନ୍ତ ନୈରାଶ୍ୟଜନକ । ଅଧିକ ପଢନ୍ତୁ

2024 ସାଧାରଣ ନିର୍ବାଚନ ପୂର୍ବରୁ ପଞ୍ଜାବରେ ଦେଖିବାକୁ ମିଳିପାରେ ବିଜେପି ଅକାଳୀ ମେଣ୍ଟ
2024 ସାଧାରଣ ନିର୍ବାଚନ ପୂର୍ବରୁ ପଞ୍ଜାବରେ ଦେଖିବାକୁ ମିଳିପାରେ ବିଜେପି2024 ସାଧାରଣ ନିର୍ବାଚନ ପୂର୍ବରୁ ପଞ୍ଜାବରେ ଦେଖିବାକୁ ମିଳିପାରେ ବିଜେପି ଅକାଳୀ ମେଣ୍ଟ ଅକାଳୀ ମେଣ୍ଟ
author img

By

Published : Apr 6, 2022, 11:00 PM IST

ଚଣ୍ଡିଗଡ: ପଞ୍ଜାବ ବିଧାନସଭା ନିର୍ବାଚନରେ ଶୋଚନୀୟ ​​ପରାଜୟ ବରଣ କରିଛନ୍ତି ଉଭୟ ଶିରୋମଣୀ ଅକଳୀ ଦଳ ଓ ବିଜେପି । ତେବେ ଏପ୍ରକାର ଫଳାଫଳ ପରେ ଆସନ୍ତା ଲୋକସଭା (2024) ପୂର୍ବରୁ ଭିନ୍ନ ଏକ ସମୀକରଣ ମଧ୍ୟ ଦେଖିବାକୁ ମିଳିପାରେ । ଉଭୟ ଶିରୋମଣୀ ଅକାଳୀ ଓ ବିଜେପି ମେଣ୍ଟରେ ନିର୍ବାଚନ ଲଢିପାରନ୍ତି । ଏନେଇ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇସାରିଥିବା ମଧ୍ୟ ସୂଚନା ମିଳିଛି

ଲାଗି ରହିଥିବା ଚର୍ଚ୍ଚା ମଧ୍ୟରେ କୌଣସି ଦଳ ପକ୍ଷରୁ ସୂଚନା ମଧ୍ୟ ମିଳିପାରିନାହିଁ । ଚଳିତ ବିଧାନସଭା ନିର୍ବାଚନରେ ଉଭୟ ବିଜେପି ଓ ଅକାଳୀ ପରସ୍ପର ପୃଥକ ଭାବେ ନିର୍ବାଚନ ଲଢିଥିଲେ । ବିଏସପି ସହ ମେଣ୍ଟରେ ନର୍ବାଚନ ଲଢୁଥିବା ଅକାଳୀ ଦଳ କ୍ଷମତାକୁ ଆସିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିବା ବେଳେ ଫଳାଫଳ ସମ୍ପୂର୍ଣ୍ଣ ବିପରୀତ ହୋଇଥିଲା ।

ଦୁଇ ଦଳ ଏକାଠି ହେବା ଚର୍ଚ୍ଚା କାହିଁକି:-

ପଞ୍ଜାବରେ ବିଜେପିର କୌଣସି ବିଶେଷ ପ୍ରଧାନ୍ୟ ନାହିଁ, ଯଦିଓ କେନ୍ଦ୍ରରେ ତଥା ଦେଶର ଅନ୍ୟାନ୍ୟ ରାଜ୍ୟରେ ବିଜେପି ପ୍ରାଧାନ୍ୟ ବିସ୍ତାର କରିଛି, କିନ୍ତୁ ପଞ୍ଜାବରେ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ । ତେଣୁ ପଞ୍ଜାବରେ ଦଳ ପାଇଁ ସ୍ଥିତି ସୁଧାରିବା ଓ 2024 ରେ ଭଲ ଫଳାଫଳ ପାଇବା ପାଇଁ ଏହା ଏକ ରଣନୀତି ମଧ୍ୟ ହୋଇପାରେ । ଯଦି ଚଳିତ ଥରର ପଞ୍ଜାବ ବିଧାନସଭା ନିର୍ବାଚନର ଫଳାଫଳକୁ ବଚାରକୁ ନିଆଯିବ, ତେବେ ଅକାଳୀ ଦଳ ମାତ୍ର 3ଟି ସିଟ୍ ପାଇଥିବାବେଳେ ବିଜେପି 2ଟି ସିଟ୍ ଜିତିଛି ।

ଅକାଳୀ ଦଳର ଚିନ୍ତା ବଢାଇଛି ବାଦଲ ପରିବାରର ପରାଜୟ:

ପଞ୍ଜାବ ବିଧାନସଭା ନିର୍ବାଚନରେ ​​ଅକାଳୀ ଦଳର ପରାଜୟ ଓ ​​ବାଦଲ ପରିବାରର ପରାଜୟର ଚର୍ଚ୍ଚାରେ ରହିଛି । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ ମଧ୍ୟ ନିଜ ସହରରେ ଏକ ବୃହତ ପରାଜୟର ସମ୍ମୁଖୀନ ହୋଇଛନ୍ତି । ଅନ୍ୟପକ୍ଷରେ ଅକାଳୀ ଦଳର ସଭାପତି ଏବଂ ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କୁ ଜାଲାଲାବାଦରୁ ମଧ୍ୟ ଅମାନତ ହରାଇଛନ୍ତି । ଅମୃତସର ପୂର୍ବ (ଇଷ୍ଟ) ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ଅକାଳୀ ମନ୍ତ୍ରୀ ବିକ୍ରମ ମାଜିଥିଆ ମଧ୍ୟ ହାରିବାକୁ ବାଧ୍ୟ ହୋଇଛନ୍ତି ।

ଅକାଳୀ ଏବଂ ବିଜେପି ମଧ୍ୟରେ ମିଳିତ ମଞ୍ଚ ଭାଙ୍ଗିବାର କାରଣ:-

ଅକାଳୀ ଦଳ ଏବଂ ବିଜେପି ମଧ୍ୟରେ ଥିବା ସୁସମ୍ପର୍କ ଭାଙ୍ଗିବାର ମୁଖ୍ୟ କାରଣ ହେଉଛି କୃଷି ଆଇନ । ଯେତେବେଳେ କେନ୍ଦ୍ର ସରକାରଙ୍କ ଦ୍ୱାରା କୃଷି ଆଇନ ପ୍ରଣୟନ ହେଲା ସେତେବେଳେ ପ୍ରାରମ୍ଭିକ ଭାବେ ଅକାଳୀ ଦଳ ମଧ୍ୟ ଏହି ଆଇନକୁ ସମର୍ଥନ କରିଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ କିନ୍ତୁ କୃଷକ ଆନ୍ଦୋଳନର ଅଗ୍ରଗତି ସହ ନିଜର ଭବିଷ୍ୟତକୁ ଦୃଷ୍ଟିରେ ରଖି ବିଜେପି ସହ ମେଣ୍ଟ ଭାଙ୍ଗିବାକୁ ଉଚତ ଭାବିଥିଲା ଅକାଳୀ । ତେବେ ବର୍ତ୍ତମାନ ଉଭୟ ବିଜେପି ଓ ଅକାଳୀ ଦଳର ନୈରାଶ୍ୟଜନକ ଫଳାଫଳ ପରେ ପୁଣି ଥରେ ସମୀକରଣ ବଦଳିପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇସାରିଥିବା ବେଳେ ଉଭୟ କଥାବାର୍ତ୍ତା ମଧ୍ୟ ଆରମ୍ଭ କରିସାରିଥିବା ଚର୍ଚ୍ଚା ମଧ୍ୟ ଜୋର ଧରିଲାଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.