ETV Bharat / bharat

Pulitzer Prize 2022: ଫଟୋ ସାମ୍ବାଦିକ ଦାନିଶ ସିଦ୍ଦିକିଙ୍କୁ ପୁଲିତଜର ପୁରସ୍କାର - ଫଟୋ ସାମ୍ବାଦିକ ଦାନୀଶ ସିଦ୍ଦିକୀଙ୍କୁ ପୁଲିତଜର ପୁରସ୍କାର

ପୁଲିତଜର ପୁରସ୍କାର 2022 ଘୋଷଣା ହୋଇଛି । ଆଫଗାନିସ୍ତାନ ସଂଘର୍ଷରେ ପ୍ରାଣ ହରାଇଥିବା ସାମ୍ବାଦିକ ଦାନିଶ ସିଦ୍ଦିକିଙ୍କୁ ପୁଲିତଜର ପୁରସ୍କାରରେ ସମ୍ମାନିତ କରାଯାଇଛି । ଭାରତରେ କୋଭିଡ୍‌ ସମୟରେ ଉଲ୍ଲେଖନୀୟ ଫିଚର ଫଟୋଗ୍ରାଫି ପାଇଁ ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଛି । ତାଙ୍କ ସହ 4 ଭାରତୀୟଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଛି । ଅଧିକ ପଢନ୍ତୁ

ଫଟୋ ସାମ୍ବାଦିକ ଦାନୀଶ ସିଦ୍ଦିକୀଙ୍କୁ ପୁଲିତଜର ପୁରସ୍କାର

author img

By

Published : May 10, 2022, 12:05 PM IST

ନୂଆଦିଲ୍ଲୀ: ପୁଲିତଜର ପୁରସ୍କାର 2022 ଘୋଷଣା ହୋଇଛି । ଆଫଗାନିସ୍ତାନ ସଂଘର୍ଷରେ ପ୍ରାଣ ହରାଇଥିବା ସାମ୍ବାଦିକ ଦାନିଶ ସିଦ୍ଦିକିଙ୍କୁ ପୁଲିତଜର ପୁରସ୍କାରରେ ସମ୍ମାନୀତ କରାଯାଇଛି । ଭାରତରେ କୋଭିଡ୍‌ ସମୟରେ ଉଲ୍ଲେଖନୀୟ ଫିଚର ଫଟୋଗ୍ରାଫି ପାଇଁ ତାଙ୍କୁ ଏହି ପୁରସ୍କାରରେ(Pulitzer Prize 2022) ମିଳିଛି । ତାଙ୍କ ସହ 4 ଭାରତୀୟଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଛି । ରଏଟର୍ସ ସାମ୍ବାଦିକ ଅଦନାନ୍‌ ଅବିଦି, ସାନ୍ନା ଇଶ୍ରଦ ମାତ୍ତୋ ଏବଂ ଅମିତ ଦେବଙ୍କୁ ପୁଲିତଜର ପୁରସ୍କାର ପ୍ରଦାନ କରାଯାଇଛି । ରଏଟର୍ସ ପକ୍ଷରୁ ଦାନିଶ ଭାରତରେ ମୁଖ୍ୟ ଫଟୋଗ୍ରାଫର ଥିଲେ । ସମାଚାର ଏଜେନ୍ସି ରଏଟର୍ସ ପାଇଁ କାମ କରୁଥିବା ୩୯ ବର୍ଷୀୟ ସିଦ୍ଦିକି ଜାମିଆ ବିଶ୍ବବିଦ୍ୟାଳୟର ପୂର୍ବତନ ଛାତ୍ର ଥିଲେ ।

ଜାମିଆ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ ଦାନିଶ । ଏହା ପୂର୍ବରୁ ସିଦ୍ଦିକି ସମାଚାର ଏଜେନ୍ସି ରଏଟର୍ସ ପାଇଁ କାର୍ଯ୍ୟ କରୁଥିବାବେଳେ ୨୦୧୮ରେ ମଧ୍ୟ ଫଟୋ ଫିଚର ପାଇଁ ପାଇଁ ପୁଲିତଜର ପୁରସ୍କାର ପାଇଥିଲେ । ଦାନିଶ ବିଶ୍ବର ଜଣେ ଜଣାଶୁଣା ଫଟୋ ସାମ୍ବାଦିକ ରୂପେ ପରିଚିତ । ୨୦୨୧ରେ ଯୁଦ୍ଧ ବିଧ୍ୱସ୍ତ ଆଫଗାନସ୍ଥାନରେ ସେ କର୍ତ୍ତବ୍ୟରତ ଥିବାବେଳେ ତାଲିବାନି ଗୁଳିରେ ପ୍ରାଣ ହରାଇଥିଲେ । ସେ ଆଫଗାନିସ୍ଥାନର କାନ୍ଦାହାର ପ୍ରଦେଶ ସ୍ଥିତ ସ୍ପିନ ବୋଲଡକ୍ ଜିଲ୍ଲାରେ ଚାଲିଥିବା ତାଲିବାନ ଓ ଆଫଗାନ ସେନାଙ୍କ ସଂଘର୍ଷର କଭରେଜ୍ ପାଇଁ ସେଠାକୁ ଯାଇଥିଲେ ।

୨୦୧୮ରେ ନିଜ ସହଯୋଗୀ ଆବିଦୀଙ୍କ ସହ ପୁଲିତ୍‌ଜର ପୁରସ୍କାର ହାସଲ କରିଥିଲେ ଦାନିଶ ସେ ସମୟରେ ସେ ପୁଲିତ୍‌ଜର ପୁରସ୍କାର ଜିତିଥିବା ପ୍ରଥମ ଭାରତୀୟ ଥିଲେ । ରୋହିଙ୍ଗ୍ୟା ଶରଣାର୍ଥୀ ସଙ୍କଟକୁ ମଧ୍ୟ ସେ କଭର କରିଥିଲେ । ଦାନିଶ ଟିଭି ରିପୋର୍ଟରରୁ ନିଜ କ୍ୟାରିଅର ଆରମ୍ଭ କରି ପରେ ଫଟୋ ସାମ୍ବାଦିକତା କରୁଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.