ଗାନ୍ଧୀନଗର: ପିକନିକ୍ ହେଲା କାଳ । ପିକନିକ୍ ପାଇଁ ଯାଇଥିବା ବେଳେ ସମୁଦ୍ରରେ ବୁଡିଗଲେ ଗୋଟିଏ ପରିବାରର ୬ ଜଣ । ଗତକାଲି (ଶୁକ୍ରବାର) ଗୁଜୁରାଟର ଭରୁଚ ସହରରେ ଏହି ଅଘଟଣ ଘଟିଛି । ଗୋଟିଏ ପରିବାର ୮ ଜଣ ସଦସ୍ୟ ହସଖୁସିରେ ପିକନିକରେ ଯାଇଥିବା ବେଳେ ଦହେଜ ସମୁଦ୍ରରେ ବୁଡି ଯାଇଛନ୍ତି । ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଛି । ଘଟଣା ସମ୍ପର୍କରେ ଭରୁଚ ଡିଏସପି ଲୀନା ପାଟିଲ ସୂଚନା ଦେଇଛନ୍ତି ।
ପୋଲିସର ସୂଚନା ମୁତାବକ, ସମସ୍ତ ମୃତକ ଗୋଟିଏ ପରିବାରର ସଦସ୍ୟ । ଘର ଭରୁଚ ଜିଲ୍ଲା ମୁଲେର ଗ୍ରାମରେ । ଗତକାଲି ପୁରା ପରିବାର ପିକନିକ୍ ପାଇଁ ଦହେଜ ବେଳାଭୂମି ଆସିଥିଲେ । ଏହି ସମୟରେ ବଡ ଅଘଟଣ ଘଟି ଯାଇଥିଲା । ସମୁଦ୍ରରେ ଗାଧୋଇବା ଥିବାବେଳେ ସମସ୍ତେ ଲହଡିରେ ଭାସି ଯାଇଥିଲେ । ପାଣିରେ ବୁଡି ୬ ଜଣଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ୨ଜଣଙ୍କୁ ଉଦ୍ଧାର କରାଯାଇଥିଲା । ଗୁରୁତର ଅବସ୍ଥାରେ ସେମାନଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଭୟ ଚିକିତ୍ସାଧୀନ ଅଛନ୍ତି ।
ମୃତ୍ୟୁ କେତେବେଳେ କେଉଁ ରୂପରେ ଆସିବ ତାହା କିଏ ବା ଜାଣେ । ଠିକ୍ ଯେମିତି ଗୁଜୁରାଟର ଏହି ପରିବାର ସହ ଘଟିଛି । ସମସ୍ତେ ହସଖୁସିରେ ପିକନିକ୍ ପାଇଁ ଯାଇଥିବା ବେଳେ ଏମିତି ଅଘଟଣ ଘଟିଯିବ ବୋଲି କାହାକୁ ବା ଜଣାଥିଲା । ଗୋଟିଏ ପରିବାରର ୬ ଜଣଙ୍କର ଏପରି ଦୁଃଖଦ ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ତେବେ ଏହି ଘଟଣା ସମ୍ପର୍କରେ ଅଧିକ ସୂଚନା ହସ୍ତଗତ ହୋଇପାରିନାହିଁ ।
ଏହାମଧ୍ୟ ପଢନ୍ତୁ: RBI 2000 Note News: ଖଣ୍ଡିଏ ୨୦୦୦ ଟଙ୍କିଆ ନୋଟ ଛାପିବାରେ କେତେ ଖର୍ଚ୍ଚ ହୁଏ ?
ଏଠାରେ ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ଗୁଜୁରାଟ ଗାନ୍ଧୀନଗରରେ ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା । କିଛି ଯାତ୍ରୀ ବସଷ୍ଟାଣ୍ଡରେ ଅପେକ୍ଷା କରିଥିବା ବେଳେ ଦୁଇଟି ବସ୍ ମଧ୍ୟରେ ଦୁର୍ଘଟଣା ଘଟିଥିଲା । ଫଳରେ ସେଥରୁ ଗୋଟିଏ ବସ୍ ଭାରସାମ୍ୟ ହରାଇ ସେଠାରେ ଛିଡା ହୋଇଥିବା ଯାତ୍ରୀଙ୍କ ଉପରେ ମାଡି ଯାଇଥିଲା । ଏଥିରେ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଥିଲେ ।
ଏହାମଧ୍ୟ ପଢନ୍ତୁ: ସୁନ୍ଦର ପିଚାଈଙ୍କ ପୈତୃକ ବାସଭବନ ହେଲା ବିକ୍ରି, କିଣିଲେ ଏହି ତାମିଲ ଆକ୍ଟର
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ