ETV Bharat / bharat

ଆସାମରେ ବାଂଲାଦେଶୀ ଜିହାଦୀ ଗୋଷ୍ଠୀ ଲିଙ୍କ୍ ପର୍ଦ୍ଦାଫାସ, 6 ସନ୍ଦୀଗ୍ଧ ଆତଙ୍କୀ ଗିରଫ - ଆସାମରେ ଜିହାଦୀ ଲିଙ୍କ

ବାଂଲାଦେଶରୁ ଅପରେଟ ହୋଉଥିବା ଏକ ଜିହାଦୀ ସଂଗଠନ ସମ୍ପୃକ୍ତି ଅଭିଯୋଗରେ 6 ସନ୍ଦୀଗ୍ଧ ଆତଙ୍କୀଙ୍କୁ ବାନ୍ଧିଲା ଆସାମ ପୋଲିସ । ଜାରି ରହିଛି ପଚରା ଉଚରା । ଅଧିକ ପଢନ୍ତୁ

ଜିହାଦୀ ଗୋଷ୍ଠୀ ସମ୍ପୃକ୍ତି ଅଭିଯୋଗରେ 6 ଜଣଙ୍କୁ ବାନ୍ଧିଲା ଆସାମ ପୋଲିସ

author img

By

Published : Apr 16, 2022, 10:36 PM IST

ଗୌହାଟୀ: ବାଂଲାଦେଶରୁ ଅପରେଟ ହୋଉଥିବା ଆତଙ୍କୀ ବା ଜିହାଦୀ ସଂଗଠନ ନେଇ ବଡ ପର୍ଦ୍ଦାଫାସ । ଜିହାଦୀ ଅଲ୍-କାଏଦା ମଡ୍ୟୁଲ୍ ପର୍ଦ୍ଦାଫାସ ସହ ଏଥିରେ ସମ୍ପୃକ୍ତି ଅଭିଯୋଗରେ 6 ସନ୍ଦୀଗ୍ଧ ଆତଙ୍କୀଙ୍କୁ ଆସାମ ପୋଲିସ ଗିରଫ କରିଛି । ଗିରଫ ସନ୍ଦୀଗ୍ଧ ଆତଙ୍କୀମାନେ ଆସାମର ବାରପେଟା ଜିଲ୍ଲାର ବିଭିନ୍ନ ଅଞ୍ଚଳର ହୋଇଥିବା ପୋଲିସ ସୂଚନାରୁ ସ୍ପଷ୍ଟ ହୋଇଛି । ସେମାନେ ଏପରି କାର୍ଯ୍ୟକଳାପରେ ସାମିଲ ଥିବା ପୋଲିସ ପାଖରେ ପୂର୍ବ ସୂଚନା ରହିଥିଲା । ଆଜି ଚଢାଉ କରାଯାଇ ଏମାନଙ୍କୁ ଗିରଫ କରାଯାଇଛି ।

ବାରପେଟା ଜିଲ୍ଲା ପୋଲିସ ଅଧୀକ୍ଷକ ଅମିତାଭ ସିହ୍ନାଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗିରଫ ସନ୍ଦୀଗ୍ଧ ଆତଙ୍କବାଦୀମାନେ ବାଂଲାଦେଶରୁ ଅପରେଟ ହେଉଥିବା Al-Quaeda in Indian Subcontinent (AQIS) ନାମକ ଏକ ଆତଙ୍କୀ ସଗଠନ ସହ ସମ୍ପୃକ୍ତ ରହିଛନ୍ତି । ଏହି ସନ୍ଦୀଗ୍ଧ ମାନେ ମୁଫତି ସିଲିମାନ, ଜେହିଦୁଲ ଇସଲାମ, ସଦ୍ଦନ ହୁସେନ୍, ରସିଦୁଲ ଇସଲାମ, ମୁଶରଫ ହୁସେନ୍ ଏବଂ ମାକିବୁଲ ଇସଲାମ ବୋଲି ପରିଚୟରୁ ସ୍ପଷ୍ଟ ହୋଇଛି । ଏମାନେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଗିରଫ ହୋଇଛନ୍ତି । ଏମାନଙ୍କୁ ଅଧିକ ପଚରା ଉଚରା ଜାରି ରହିଥିବା ମଧ୍ୟ ଏସପି ସିହ୍ନା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.