ETV Bharat / bharat

କଂଗ୍ରେସ ହାଇକମାଣ୍ଡଙ୍କୁ ସିବଲଙ୍କ ପ୍ରଶ୍ନ, କିଏ ନେଉଛି ଦଳରେ ନିଷ୍ପତ୍ତି ?

author img

By

Published : Sep 29, 2021, 9:22 PM IST

ନେତୃତ୍ବ ସଙ୍କଟ ମଧ୍ୟରେ କଂଗ୍ରେସରେ କୁହୁଳୁଛି ବିଦ୍ରୋହର ନିଆଁ । ଏହାରି ମଧ୍ୟରେ କଂଗ୍ରେସର ନେତୃତ୍ବ ଉପରେ ପ୍ରଶ୍ନ ଉଠାଇଛନ୍ତି ଦଳର ବରିଷ୍ଠ ନେତା କପିଲ ସିବଲ । କ୍ରମାଗତ ବଦଳୁଥିବା ଘଟଣାକ୍ରମକୁ ଦୃଷ୍ଟିରେ ରଖି ପ୍ରଶ୍ନ ବାଣରେ ଗାନ୍ଧୀ ପରିବାରକୁ ଘେରିଛନ୍ତି କପିଲ । ଅଧିକ ପଢନ୍ତୁ...

କଂଗ୍ରେସ ହାଇକମାଣ୍ଡଙ୍କ କପିଲ ସିବଲଙ୍କ ପ୍ରଶ୍ନ, କିଏ ନେଉଛି ଦଳରେ ନିଷ୍ପତ୍ତି ?

ନୂଆଦିଲ୍ଲୀ: ଦିନକୁ ଦିନ କଂଗ୍ରେସ ଉପରେ ବୋଝ ହେଉଛି କି ଗାନ୍ଧୀ ପରିବାର ? ନେତୃତ୍ବ ସଙ୍କଟ ମଧ୍ୟରେ କଂଗ୍ରେସରେ କୁହୁଳୁଛି ବିଦ୍ରୋହର ନିଆଁ । ସୋନିଆ, ପ୍ରିୟଙ୍କା ଓ ରାହୁଲଙ୍କ ତ୍ରିମୁଖୀ ନେତୃତ୍ବରେ କଂଗ୍ରେସ ପରିଚାଳିତ ହେଉଥିବାବେଳେ ଦଳର ବରିଷ୍ଠ ନେତାଙ୍କ ବିଦ୍ରୋହ ଏବେ ଗାନ୍ଧୀ ପରିବାର ପାଇଁ ପାଲଟିଛି ବଡ ଚ୍ୟାଲେଞ୍ଜ ।

ପଞ୍ଜାବ କଂଗ୍ରେସରେ ଚାଲିଛି ହାଇଭୋଲଟେଜ ଡ୍ରାମା । ବନ୍ଧବାଡ ଭାଙ୍ଗି ପଦାରେ ପଡିଛି କଂଗ୍ରେସ କନ୍ଦଳ । ଆଉ ଏହାରି ମଧ୍ୟରେ କଂଗ୍ରେସର ନେତୃତ୍ବ ଉପରେ ପ୍ରଶ୍ନ ଉଠାଇଛନ୍ତି ଦଳର ବରିଷ୍ଠ ନେତା କପିଲ ସିବଲ । କ୍ରମାଗତ ବଦଳୁଥିବା ଘଟଣାକ୍ରମକୁ ଦୃଷ୍ଟିରେ ରଖି ପ୍ରଶ୍ନ ବାଣରେ ଗାନ୍ଧୀ ପରିବାରକୁ ଘେରିଛନ୍ତି କପିଲ ।

ନେତାମନ୍ତ୍ରୀ ଦଳ ଛାଡୁଛନ୍ତି । ଦଳକୁ କିପରି ମଜବୁତ କରାଯିବ ସେ ବିଷୟରେ ଚିନ୍ତା କରିବାର ଆବଶ୍ୟକତା ରହିଛି । ବର୍ତ୍ତମାନ ଦଳରେ କୌଣସି ମୁଖିଆ ନାହାଁନ୍ତି। ଏଭଳିସ୍ଥିତିରେ କଂଗ୍ରେସରେ କିଏ ନିଷ୍ପତ୍ତି ନେଉଛି ବୋଲି ପ୍ରଶ୍ନ କରିଛନ୍ତି ସିବଲ । ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ କହିଛନ୍ତି, ଆମେ କାହିଁକି ଏପରି ପରିସ୍ଥିତିରେ ଅଛୁ ? ଏଥିପାଇଁ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଡାକି ତୁରନ୍ତ ଚର୍ଚ୍ଚା କରାଯିବା ଦରକାର । ଯଦି ଦଳରେ ଅଧ୍ୟକ୍ଷ ଥାନ୍ତେ, ତେବେ ଏଭଳି ସ୍ଥିତି ଉପୁଜିନଥାନ୍ତା । ଦେଶ ହେଉ କି ଦଳ, କ୍ଷମତା ଏକଚାଟିଆ ହେବା ଉଚିତ ନୁହେଁ ବୋଲି ଗାନ୍ଧୀ ପରିବାରକୁ ଟାର୍ଗେଟ କରି କହିଛନ୍ତି କପିଲ ସିବଲ । କଂଗ୍ରେସରେ ନେତୃତ୍ବକୁ ନେଇ ପୂର୍ବରୁ ମଧ୍ୟ ପ୍ରଶ୍ନ ଉଠାଇସାରିଛନ୍ତି ବରିଷ୍ଠ ନେତା ।

କପିଲ ସିବଲ କହିଛନ୍ତି, ସେହି କଂଗ୍ରେସ ନେତାଙ୍କ ପକ୍ଷରୁ କହିବାକୁ ଚାହୁଁଛି, ଯେଉଁମାନେ ଗତ ବର୍ଷ ଅଗଷ୍ଟରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଓ ସେଣ୍ଟ୍ରାଲ ଇଲେକ୍ସନ କମିଟିକୁ ଦଳର ଅଧ୍ୟକ୍ଷ ନିର୍ବାଚନ ପାଇଁ ଚିଠି ଲେଖିଥିଲେ । ଅପେକ୍ଷାର ଗୋଟିଏ ସୀମା ଥାଏ । ଆମେ କେତେ ଦିନ ଅପେକ୍ଷା କରିବୁ ? ଆମେ କେବଳ ଏକ ମଜବୁତ ସାଙ୍ଗଠନିକ ଢାଞ୍ଚା ଚାହୁଁଛୁ । ପଞ୍ଜାବର ସ୍ଥିତି ଉପରେ ଚର୍ଚ୍ଚା ହେବାର ଆବଶ୍ୟକତା ଥିବା ସେ କହିଛନ୍ତି ।

କଂଗ୍ରେସ ନେତାଙ୍କ ଦଳ ଛାଡିବାକୁ ନେଇ କପିଲ ସିବଲ କହିଛନ୍ତି, ସିନ୍ଧିଆ ଚାଲିଗଲେ, ଜିତିନ ପ୍ରସାଦ ଚାଲିଗଲେ । କେରଳରେ ସୁଧିରନ ଦଳ ଛାଡିଲେ । ଫେଲେରିୟୋ ମଧ୍ୟ ହାତ ଛାଡିସାରିଛନ୍ତି । ନେତା କାହିଁକି ଦଳ ଛାଡୁଛନ୍ତି ଏହା ବଡ ପ୍ରଶ୍ନ । ଏହାର ଏକ ତର୍କ ବିଶିଷ୍ଟ ଉତ୍ତର ଆସିବା ଦରକାର ।

ପାକିସ୍ତାନ ସୀମାରୁ ୩୦୦ କିଲୋମିଟର ଦୂର ପଞ୍ଜାବରେ କଣ ଚାଲିଛି ବୋଲି ପ୍ରଶ୍ନ କରିଛନ୍ତି କପିଲ ସିବଲ । ସେ କହିଛନ୍ତି ସେଠାକାର ସ୍ଥିତି ବିଷୟରେ ଆମେ ଜାଣୁ । ଆମେ ଏହାର ଇତିହାସ ବାବଦରେ ମଧ୍ୟ ଅବଗତ । କଂଗ୍ରେସକୁ ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି ଯେ ଆମେ ଏକଜୁଟ । ଆମେ କଂଗ୍ରେସକୁ ଦୁର୍ବଳ ହେଉଥିବା ଦେଖିପାରିବୁ ନାହିଁ । ଆମେ ସେହିମାନଙ୍କ ମଧ୍ୟରେ ଯିଏ ସର୍ବଦା କଂଗ୍ରେସ ସହ ଛିଡା ହେବେ । ହେଲେ ଲୋକଙ୍କ କଥା ଶୁଣାଯାଉ ଓ ସଙ୍ଗଠନକୁ ମଜବୁତ କରାଯାଉ ବୋଲି ଅପିଲ କରିଛନ୍ତି ସିବଲ । ଶେଷରେ ଗାନ୍ଧୀ ପରିବାର ସପକ୍ଷରେ ଥିବା ନେତାଙ୍କୁ କଟାକ୍ଷ କରି ସିବଲ କହିଛନ୍ତି ‘ଆମେ ଜି ହଜୁର.. ୨୩ ନହେଁ’ । ଆମେ ଆମ କଥା ରଖିବୁ ଓ ଦାବି ଦୋହରାଇବୁ ବୋଲି ଜୋର ଦେଇ କହିଛନ୍ତି କପିଲ ସିବଲ ।

ସେପଟେ ଗୁଲାମ ନବୀ ଆଜାଦ ମଧ୍ୟ କପିଲ ସିବଲଙ୍କ ସ୍ବରରେ ସ୍ବର ମିଶାଇ ଜରୁରୀକାଳୀନ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଡକାଇବାକୁ ପରାମର୍ଶ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.