ETV Bharat / bharat

Shraddha Murder Case: ବଢିଲା ଅଫତାବର ନ୍ୟାୟିକ ହେପାଜତ ଅବଧି - ଶ୍ରଦ୍ଧା ହତ୍ୟାକାରୀର ବଢିଲା ନ୍ୟାୟିକ ହେପାଜତ ଅବଧି

ଶ୍ରଦ୍ଧା ହତ୍ୟାକାରୀର ବଢିଲା ନ୍ୟାୟିକ ହେପାଜତ ଅବଧି । ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ରହିବ ଅଭିଯୁକ୍ତ ଅଫତାବ । ଅଧିକ ପଢନ୍ତୁ

Shraddha murder case
Shraddha murder case
author img

By

Published : Dec 9, 2022, 1:33 PM IST

ନୂଆଦିଲ୍ଲୀ: ଶ୍ରଦ୍ଧା ଓ୍ବାଲକର ହତ୍ୟା ଘଟଣା(Shraddha murder case) । ବଢିଲା ଅଭିଯୁକ୍ତ ଅଫତାବ ଆମିନ ପୁନାୱାଲର ନ୍ୟାୟିକ ହେପାଜତ ଅବଧି । ପୁଣି ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ରହିବ ଅଭିଯୁକ୍ତ ଅଫତାବ ( Saket Court Extends Aftabs Judicial Custody for 14 days)। ଦିଲ୍ଲୀ ସାକେତ କୋର୍ଟ ନ୍ୟାୟିକ ହେପାଜତ ଅବଧିକୁ ବୃଦ୍ଧି କରିଛନ୍ତି । ଆଜି ଭିଡିଓ କନଫରେସିଂ ଯୋଗେ ଦିଲ୍ଲୀ ସାକେତ କୋର୍ଟରେ ହାଜର ହୋଇଥିବା ବେଳେ ଏପରି ନିଷ୍ପତ୍ତି ଶୁଣାଇଥିଲେ କୋର୍ଟ । ଏହା ପୂର୍ବରୁ ନଭେମ୍ବର ୨୬ ତାରିଖରେ ଅଫତାବ ଆମିନ ପୁନାୱାଲଙ୍କୁ ୧୩ ଦିନିଆ ବିଚାର ବିଭାଗୀୟ ହେପାଜତକୁ ପଠାଯାଇଥିଲା । ଫଳରେ ତିହାର ଜେଲ ପାଲଟିଥିଲା ଅଫତାବର ଠିକଣା ।

ଆଜି ନ୍ୟାୟିକ ହେପାଜତ ଅବଧି ଶେଷ ହେବାକୁ ଥିବା ବେଳେ ଭିଡିଓ କନଫରେସିଂ ଯୋଗେ ସାକେତ କୋର୍ଟରେ ହାଜର ହୋଇଥିବା ଅଭିଯୁକ୍ତ । ପଚରାଉଚରା ପରେ ନ୍ୟାୟିକ ହେପାଜତ ଅବଧିକୁ କୋର୍ଟ ବୃଦ୍ଧି କରିଥିଲେ କୋର୍ଟ । ଏନେଇ ଜେଲ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

ଜେଲ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ଦିଆଯାଇଛି ଯେ, ''ଅଫତାବ ଜେଲରେ ସାଥୀ କଏଦୀଙ୍କ ସହ ଚେସ ଖେଳି ସମୟ ଅତିବାହିତ କରୁଛି । ଅନେକ ସମୟରେ ସେ ସାଥୀଙ୍କ ସହ ଝଗଡା ମଧ୍ୟ କରୁଛି'' । ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଜଣେ ଅଧିକାରୀ କହିଛନ୍ତି, '' ଅଫତାବ ବହୁତ ଚାଲାକ ଅଛି, ଆଗକୁ ଆହୁରି କିଛି ତଥ୍ୟ ସାମ୍ନାକୁ ଆସିବା ନେଇ ଅନୁମାନ କରାଯାଉଛି'' ।

ଏହା ମଧ୍ୟ ପଢନ୍ତୁ-Sharddha Murder Case: VC ଜରିଆରେ ସାକେତ କୋର୍ଟରେ ହାଜର ହେଲା ଅଫତାବ

ତେବେ ତିହାର ଜେଲରେ ଥିବା ସମୟରେ ସାହିତ୍ୟ ଉପନ୍ୟାସ ବହି ପଢିବାକୁ ନିବେଦନ କରିଥିଲା ଅଫତାବ । ପ୍ରସିଦ୍ଧ ଲେଖକ ପଲ ରୁକ୍ସଙ୍କ ରଚିତ ଦି ଗ୍ରେଟ ରେଲୱେ ବଜାର ନୋବେଲ ପଢିବାକୁ ମାଗିଥିଲା । ତାଙ୍କ ନିବେଦନରେ ସମ୍ମତି ପ୍ରକାଶ କରିବା ସହ ଅଫତାବକୁ ନୋବେଲ ଯୋଗାଇ ଦେଇଥିଲେ ଜେଲ କର୍ତ୍ତୃପକ୍ଷ ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ମେ ମାସରେ ନିଜ ଲିଭ୍‌ ଇନ୍‌ ପାର୍ଟନର୍‌ ଶ୍ରଦ୍ଧା ୱାକରକୁ ନିର୍ମମ ଭାବରେ ହତ୍ୟା କରିଥିଲା ଅଫତାବ୍‌ । ହତ୍ୟା କରିବା ପରେ ମୃତଦେହକୁ ୩୫ ଖଣ୍ଡ କରି ଫ୍ରିଜ୍‌ରେ ରଖିଥିଲା । ପରବର୍ତ୍ତୀ ସମୟରେ ମୃତଦେହର ବିଭିନ୍ନ ଅଂଶ ଭିନ୍ନ ଭିନ୍ନ ସ୍ଥାନରେ ଫୋପାଡ଼ିଥିଲା । ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.