ETV Bharat / bharat

କାଶ୍ମୀରରେ ସେନା ବାହନ ଦୁର୍ଘଟଣାଗ୍ରସ୍ତ: 2 ଯବାନ ମୃତ, 4 ଆହତ

author img

By

Published : Apr 14, 2022, 4:50 PM IST

ସୋପିଆନରେ ସେନା ଗାଡି ଦୁର୍ଘଟଣାଗ୍ରସ୍ତ । 2 ଯବାନ ମୃତ ଓ 4 ଆହତ ଯବାନ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

କାଶ୍ମୀରରେ ସେନା ବାହନ ଦୁର୍ଘଟଣାଗ୍ରସ୍ତ: 2 ଯବାନ ଶହୀଦ, 4 ଆହତ

ଶ୍ରୀନଗର: ଜମ୍ମୁ କାଶ୍ମୀରର ସୋପିଆନରେ ସେନା ଯବାନଙ୍କୁ ନେଇ ଯାଉଥିବା ବାହନ ଦୁର୍ଘଟଣାର ଶିକାର ହୋଇଛି । ଫଳରେ 2 ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 4ଜଣ ଯବାନ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପ୍ରଥମେ ଆହତଙ୍କ ଚିକିତ୍ସା ସ୍ଥାନୀୟ ସୋପିଆନ ହସ୍ପିଟାଲରେ ଜାରି ରହିଥିବା ବେଳେ ଗୁରୁତରଙ୍କୁ ଶ୍ରୀନଗର ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଥିବା ସେନା ପକ୍ଷରୁ କୁହାଯାଇଛି । ମିଳିଥିବା ସୂଚନା ଅନୁସାରେ ଏକ ସୁମୋ ଗାଡିରେ ଯବାନମାନେ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାର କାରଣ ସମ୍ପର୍କରେ ମଧ୍ୟ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.