ETV Bharat / bharat

ମାରିଉପୋଲରେ ଗୁଳି ବର୍ଷଣ, ୧୫୦୦ ନାଗରିକ ମୃତ - Russia Ukraine News

ଦୁଇ ଦେଶ ମଧ୍ୟରେ ଚାଲିଛି ଭୟଙ୍କର ଯୁଦ୍ଧ । ଯୁଦ୍ଧ ମଧ୍ୟରେ ୟୁକ୍ରେନର ମାରିଉପୋଲରେ ହୋଇଥିଲା ଆଖିବୁଜା ଗୁଳି ଚାଳନା । ଏହି ଗୁଳି ଚାଳନାରେ ୟୁକ୍ରେନର ମାରିଅପୋଲରେ ୧୫୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଅଧିକ ପଢ଼ନ୍ତୁ

The shooting in Mariupol, Over fifteen hundred civilians death

author img

By

Published : Mar 13, 2022, 11:50 AM IST

କିଭ୍: ଦୁଇ ଦେଶ ମଧ୍ୟରେ ଚାଲିଛି ଭୟଙ୍କର ଯୁଦ୍ଧ । ଯୁଦ୍ଧ ମଧ୍ୟରେ ୟୁକ୍ରେନର ମାରିଉପୋଲରେ ହୋଇଥିଲା ଆଖିବୁଜା ଗୁଳିଚାଳନା । ଏହି ଗୁଳି ଚାଳନାରେ ୟୁକ୍ରେନର ମାରିଉପୋଲରେ ୧୫୦୦ରୁ ଅଧିକ ସାଧାରଣ ନାଗରିକଙ୍କ ଜୀବନ ଯାଇଛି । ଋଷ ସୈନ୍ୟମାନେ ଅବରୋଧିତ ବନ୍ଦର ସହର ଉପରେ ଆକ୍ରମଣ କରିବାରୁ ୧୫୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଯାହାକୁ ନେଇ ଭୟଭୀତ ହୋଇଯାଇଛନ୍ତି ୟୁକ୍ରେନବାସୀ । ଏହି ସୂଚନା ଦେଇଛନ୍ତି ୟୁକ୍ରେନ କର୍ତ୍ତୃପକ୍ଷ।

ସେପଟେ ଋଷର ସୈନ୍ୟମାନେ ୟୁକ୍ରେନର ପଶ୍ଚିମରେ ଥିବା ଲୁଟସ୍କ ବିମାନ ବନ୍ଦର ଉପରେ ମଧ୍ୟ ଏୟାର ଷ୍ଟ୍ରାଇକ୍ କରିଛନ୍ତି । ଫଳରେ ଏୟାର ଷ୍ଟ୍ରାଇକରେ ବିମାନ ବନ୍ଦର ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି । ଉକ୍ତ ଘଟଣାରେ ବିମାନ ବନ୍ଦରର ୨ ଜଣ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ଅନ୍ୟପଟେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଅଣନିଶ୍ବାସୀ ହୋଇ ପଡ଼ିଲେଣି ଉଭୟ ଋଷ ଏବଂ ୟୁକ୍ରେନବାସୀ । ଦୁଇ ଦେଶ ଉପରେ ଚାଲିଥିବା ଯୁଦ୍ଧକୁ ନେଇ ୟୁକ୍ରେନର ଉପପ୍ରଧାନମନ୍ତ୍ରୀ ଇରିନା ଭେରସ୍କୁ କହିଛନ୍ତି ଯେ ୟୁକ୍ରେନ କର୍ତ୍ତୃପକ୍ଷ ପୁନର୍ବାର ମାରିଉପୋଲରୁ ବଞ୍ଚିତ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଚେଷ୍ଟା କରୁଛନ୍ତି । ସେହିପରି ମନ୍ତ୍ରୀ ଇରିନା ଭେରେସ୍କୁକ୍ ମାରିଅପୋଲରେ ପରିସ୍ଥିତିକୁ ଏକ ମାନବିକ ବିପର୍ଯ୍ୟୟ ବୋଲି କହିବା ସହ ମାନବିକ ସହାୟତା ନଥିବାରୁ ପ୍ରାୟ 30,000 ଲୋକ ଜଳ ଅଭାବ, ଥଣ୍ଡା ଏବଂ ଭୋକରେ ପୀଡ଼ିତ ଅଛନ୍ତି।

ସୂଚନାନୁସାରେ ଫେବୃଆରୀ 24 ତାରିଖରୁ ମାରିଅପୋଲରେ ଋଷ ଯୁଦ୍ଧ ଆରମ୍ଭ କରିଥିଲା । ପ୍ରଥମଦିନ ଯୁଦ୍ଧରେ ହିଁ ଭୟଙ୍କର ଆକ୍ରମଣ କରିଥିଲା । ଯେଉଁଥିରେ ଏକ ଶିଶୁ ଏବଂ ପ୍ରସୂତୀଙ୍କର ମୃତ୍ୟୁ ଘଟିଥିବା ବେଳେ 17 ଜଣ ଆହତ ହୋଇଥିଲେ। ଆଜି ଏହି ଯୁଦ୍ଧ ୧୮ ଦିନରେ ପହଞ୍ଚିଛି । ତଥାପି ଦୁଇ ଦେଶ ମଧ୍ୟରେ ଥିବା ବାଦବିବାଦ କମିବାରେ ନାଁ ନେଉନି। ତେବେ କେବେ ସରିବ ଯୁଦ୍ଧ ତାହା ଅନିଶ୍ଚିତତା ମଧ୍ୟରେ ରହିଛି । ହେଲେ ଯୁଦ୍ଧକୁ ନେଇ ଅତିଷ୍ଠ ହୋଇପଡ଼ିଲେଣି ସହରବାସୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.