ETV Bharat / bharat

ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା କଲେ BJP ନେତା ! ଭାଇରାଲ ହେଉଛି ଭିଡିଓ - ଯୁବକଙ୍କ ଉପରେ ପରିସ୍ରା କଲା ଦୁର୍ବୃତ୍ତ

ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା କଲେ BJP ନେତା ! ଏକାଧିକ ଫଟୋ ପୋଷ୍ଟ କରି କଂଗ୍ରେସ କହିଲା ଅଭିଯୁକ୍ତ ସ୍ଥାନୀୟ ବିଜେପି ବିଧାୟକଙ୍କ ପ୍ରତନିଧି । ମୁଖ୍ୟମନ୍ତ୍ରୀ ଦେଲେ ତଦନ୍ତ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା କଲେ ବିଜେପି ନେତା ! ଭାଇରାଲ ହେଉଛି ଭିଡିଓ

author img

By

Published : Jul 4, 2023, 8:35 PM IST

ଭୋପାଳ: ମଧ୍ୟ ପ୍ରଦେଶରୁ ଏକ ଅଭାବନୀୟ ତଥା ଘୃଣ୍ୟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସିଦ୍ଧି ଜିଲ୍ଲାରେ ଜଣେ ଆଦିବାସୀ ଯୁବକଙ୍କ ଉପରେ ଅନ୍ୟ ଜଣେ ଯୁବକ ପରିସ୍ରା କରୁଥିବାର ଭିଡିଓ ଭାଇରାଲ ହେଉଛି । ଅଭିଯୁକ୍ତ ଜଣେ ବିଜେପି କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ ବିଧାୟକ କେଦାରନାଥ ଶୁକ୍ଳାଙ୍କ ପ୍ରତିନିଧି ବୋଲି କଂଗ୍ରେସ ଅଭିଯୋଗ କରିଛି । ପୋଲିସ ଅଭିଯୁକ୍ତର କୌଣସି ରାଜନୈତିକ ଲିଙ୍କ ଥିବା କଥା ଏପର୍ଯ୍ୟନ୍ତ ସ୍ପଷ୍ଟ କରିନଥିବା ବେଳେ ତଦନ୍ତ ଆରମ୍ଭ କରିଛି । ଭିଡିଓ ଭାଇରାଲ ହେବା ପରେ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

  • मेरे संज्ञान में सीधी जिले का एक वायरल वीडियो आया है...

    मैंने प्रशासन को निर्देश दिए हैं कि अपराधी को गिरफ्तार कर कड़ी से कड़ी कार्रवाई कर एनएसए भी लगाया जाए।

    — Shivraj Singh Chouhan (@ChouhanShivraj) July 4, 2023 " class="align-text-top noRightClick twitterSection" data=" ">

କଂଗ୍ରେସ ନେତା ଅବ୍ବାସ ହାଫିଜ ଏକାଧିକ ଟ୍ବିଟ କରି ଏହି ଅଭିଯୁକ୍ତଜଣଙ୍କର ନାମ ପ୍ରବେଶ ଶୁକ୍ଳା ଓ ସେ ସ୍ଥାନୀୟ ବିଧାୟକ କେଦାରନାଥ ଶୁକ୍ଳାଙ୍କ ପ୍ରତିନିଧି ବୋଲି ଦାବି କରିଛନ୍ତି । ଏହି ଅଭିଯୁକ୍ତଙ୍କୁ ରାଜ୍ୟ ବିଜେପିର ଏକାଧିକ ବରିଷ୍ଠ ନେତାଙ୍କ ସହ ମଧ୍ୟ ବୁଲୁଥିବାର ଫଟୋ ସେୟାର କରିଛନ୍ତି ହାଫିଜ ଓ ଅନ୍ୟ କଂଗ୍ରେସ ନେତା । ହାଫିଜ ଲେଖିଛନ୍ତି, ମଧ୍ୟ ପ୍ରଦେଶରେ ଆଦିବାସୀଙ୍କ ଉପରେ ସର୍ବାଧିକ ନିର୍ଯାତନାର ମାମଲା ସାମ୍ନାକୁ ଆସୁଛି । ହେଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କେବଳ କଡା କାର୍ଯ୍ୟାନୁଷ୍ଠାନର ଆଶ୍ବସନା ଦେଉଥିବା ବେଳେ ସେପରି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ବିଗତ ଦିନର ଏକାଧିକ ଘଟଣାରୁ ସ୍ପଷ୍ଟ ହୋଇଛି । କେବଳ କଂଗ୍ରେସ ନୁହେଁ ବରଂ ଆମ ଆଦମୀ ପାର୍ଟି ବିଧାୟକ ନରେଶ ବଲ୍ୟାନ ମଧ୍ୟ ଏହି ଭିଡିଓ ସେୟାର କରି ମଧ୍ୟ ପ୍ରଦେଶ ଶାସନ ଉପରେ ପ୍ରଶ୍ନ ଉଠାଇବା ସହ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଏହି ଘଟଣାଟି ମଧ୍ୟ ପ୍ରଦେଶର ସିଦ୍ଧି ଜିଲ୍ଲାର କବାରୀ ବଜାର ଅଞ୍ଚଳର । ଘଟଣାଟି ପ୍ରାୟ 9 ଦିନ ତଳେ ଘଟିଛି । ଏବେ ଏହି ଭିଡିଓ ଭାଇରାଲ ହେବା ପରେ ସାରା ରାଜ୍ୟରେ ଆଲୋଡନା ସୃଷ୍ଟି ହୋଇଛି । ଘଟଣାକୁ ଅତିଗମ୍ଭୀରତାର ନିଆଯାଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ । ଟ୍ବିଟ କରି ମୁଖ୍ୟମନ୍ତ୍ରୀ ଚୌହାନ କହିଛନ୍ତି, ଏହି ଘଟଣାରେ ତୁରନ୍ତ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ପୋଲିସକୁ ନିର୍ଦ୍ଦେଶ ଦେଇସାରିଛନ୍ତି । ଅଭିଯୁକ୍ତ ବିରୋଧରେ କଡା କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ । ଅଭିଯୁକ୍ତ ଜଣେ ବିଜେପି କାର୍ଯ୍ୟକର୍ତ୍ତା ହୋଇଥିବା ଅଭିଯୋଗରେ ଭାରତୀୟ ଜନତା ପାର୍ଟି କିଛି ପ୍ରତିକ୍ରିୟା ରଖିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.