ETV Bharat / bharat

କୋରୋନା ସଂକ୍ରମଣ ରୋକିବାର ସମାଧାନ ନୁହେଁ ଲକଡାଉନ: ଶିବରାଜ ସିଂ ଚୌହାନ - ମଧ୍ୟ ପ୍ରଦେଶ ସରକାର

ଲକଡାଉନ ନେଇ ଶିବରାଜ ସିଂ ଚୌହାନଙ୍କ ବଡ ବୟାନ । ଅଧିକ ପଢନ୍ତୁ...

ଲକଡାଉନ କୋରୋନା ସଂକ୍ରମଣ ରୋକିବାର ସମାଧାନ ନୁହେଁ : ଶିବରାଜଲକଡାଉନ କୋରୋନା ସଂକ୍ରମଣ ରୋକିବାର ସମାଧାନ ନୁହେଁ : ଶିବରାଜ
ଲକଡାଉନ କୋରୋନା ସଂକ୍ରମଣ ରୋକିବାର ସମାଧାନ ନୁହେଁ : ଶିବରାଜ
author img

By

Published : Apr 11, 2021, 6:22 PM IST

ଭୋପାଲ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରାଜ୍ୟରେ ଲକଡାଉନ ନେଇ ଜାରି ରହିଥିବା ଚର୍ଚ୍ଚାକୁ ନେଇ ବଡ ବୟାନ ଦେଇଛନ୍ତି । ଶିବରାଜ କହିଛନ୍ତି ଦେଶରେ କୋଭିଡ ସ୍ଥିତି ଅତ୍ୟନ୍ତ ଜଟିଳ ସ୍ଥିତିରେ ପହଞ୍ଚିଛି । କିନ୍ତୁ ଲକଡାଉନ କୋରୋନା ସଂକ୍ରମଣ ରୋକିବାର ସମାଧାନ ନୁହେଁ । ଆହୁରି ମଧ୍ୟ ସେ କହିଛନ୍ତି ଯେ ରାଜ୍ୟରେ କୋଭିଡ ସଂକ୍ରମଣ ଉପରେ ନିୟନ୍ତ୍ରଣ ଆଣିବା ପାଇଁ କିଛି କଟକଣା ଜାରି କରାଯାଇଛି । କାତ୍ରକାଳୀନ କର୍ଫ୍ୟୁ ମଧ୍ୟ କିଛି ସ୍ଥାନରେ ଘୋଷଣା କରାଯାଇଛି । କିନ୍ତୁ ଏହା ଲକ ଡାଉନ ନୁହେଁ, ବରଂ କୋରୋନା କର୍ଫ୍ୟୁ ।

ଶିବରାଜ କହିଛନ୍ତି ରାଜ୍ୟ ସରକାର କୋଭିଡ ବିରୋଧରେ ଲଢିବା ପାଇଁ ସବୁ ପ୍ରକାର ପ୍ରତିକାରକ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ରାଜ୍ୟବାସୀଙ୍କ ସହଯୋଗ ମଧ୍ୟ ଏକାନ୍ତ କାମ୍ୟ । ଯଦି ଆମକୁ ସଂକ୍ରମଣ ଉପରେ ନିୟନ୍ତ୍ରଣ ପାଇବାକୁ ହେବ ତେବେ ପ୍ରଥମେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ପଡିବ। ସେହି କ୍ରମରେ ସେ ରାଜ୍ୟର ନର୍ସ ଓ ପାରାମେଡିକାଲ ଷ୍ଟାଫ ମାନଙ୍କ ସହ ଭିସି ଯୋଗେ ମଧ୍ୟ ବୈଠକ କରିଛନ୍ତି । ସେମାନଙ୍କ ଦାୟିତ୍ବବୋଧତା ଓ ସେବା ପାଇଁ ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି ଶିବରାଜ । ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟବାସୀଙ୍କୁ ଧର୍ଯ୍ୟ ରଖିବା ସହ କୋଭିଡ ଗାଇଡଲାଇନ କଡାକଡି ଅନୁପାଳନ କରିବାକୁ ପରାମର୍ଶ ଦେଇଛନ୍ତି ଶିବରାଜ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.