ETV Bharat / bharat

ଦିଲ୍ଲୀରେ ହିଂସା ରୋକିବାରେ ଶାହ ବିଫଳ: NCP ମୁଖ୍ୟ ଶରଦ ପାଓ୍ବାର

author img

By

Published : Apr 24, 2022, 11:38 AM IST

ଦିଲ୍ଲୀ ଜାହାଙ୍ଗୀରପୁରୀ ହିଂସାକାଣ୍ଡ । ଏନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ( NCP president Sharad Pawar) ଏନସିପି ମୁଖ୍ୟ ଶରଦ ପାଓ୍ବାର । ସିଧାସଳଖ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସମାଲୋଚନା କରିଛନ୍ତି । ଅଧିକ ପଢନ୍ତୁ

ଦିଲ୍ଲୀରେ ହିଂସା ରୋକିବାକୁ ଶାହା ବିଫଳ: ଏନସିପି ମୁଖ୍ୟ ଶରଦ ପାଓ୍ବାର

ନୂଆଦିଲ୍ଲୀ: ଦିଲ୍ଲୀ ଜାହାଙ୍ଗୀରପୁରୀ ହିଂସାକାଣ୍ଡ । ଏନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ( NCP president Sharad Pawar) ଏନସିପି ମୁଖ୍ୟ ଶରଦ ପାଓ୍ବାର । ସିଧାସଳଖ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସମାଲୋଚନା କରିଛନ୍ତି ।

ଏନସିପି ସଭାପତି ଶରଦ ପାୱାର କହିଛନ୍ତି ଯେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀକୁ ସାମ୍ପ୍ରଦାୟିକ ଦଙ୍ଗାରୁ ରକ୍ଷା କରିପାରିଲେ ନାହିଁ। କିଛି ଦିନ ପୂର୍ବରୁ ସାମ୍ପ୍ରଦାୟିକ ତିକ୍ତତା କାରଣରୁ ଦିଲ୍ଲୀ ଜଳୁଥିଲା । ଦିଲ୍ଲୀକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିୟନ୍ତ୍ରଣ କରୁଛନ୍ତି । କିନ୍ତୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅମିତ ଶାହଙ୍କ ଅଧୀନରେ ରହୁଛି । ପୋଲିସ ବିଭାଗ ମଧ୍ୟ ଗୃହ ବିଭାଗ ଅଧିନରେ ଆସୁଛି । ହେଲେ ସହରକୁ ସାମ୍ପ୍ରଦାୟିକ ଦଙ୍ଗାରୁ ରକ୍ଷା କରିବାରେ ଶାହ ସମ୍ପୂର୍ଣ୍ଣ ବିଫଳ ବୋଲି କହିଛନ୍ତି ଏନସିପି ସଭାପତି ।

ପଶ୍ଚିମ ମହାରାଷ୍ଟ୍ରର କୋହ୍ଲାପୁର ଠାରେ କଂଗ୍ରେସର ପକ୍ଷରୁ ଆୟୋଜିତ ହୋଇଥିବା ଏକ ରାଲିରେ ଯୋଗ ଦେଇ ସେ ଏପରି କହିଛନ୍ତି । ଯଦି ଦିଲ୍ଲୀରେ କିଛି ଘଟେ ତେବେ ଏ ଖବର ସାରା ଦୁନିଆ ଜାଣେ । ଦିଲ୍ଲୀରେ ଅଶାନ୍ତି ଲାଗି ରହିଛି ବୋଲି ସାରା ବିଶ୍ବବାସୀ ଜାଣିବେ । ତୁମର ଶକ୍ତି ଅଛି, କିନ୍ତୁ ତୁମେ ଦିଲ୍ଲୀକୁ ସମ୍ଭାଳି ପାରୁନ ବୋଲି କହି ଶାହଙ୍କୁ ଟାର୍ଗେଟ କରିଛନ୍ତି କହିଛନ୍ତି ଶରଦ । କର୍ଣ୍ଣାଟକ ହୁଗଲି(Hooghly)ରେ ହୋଇଥିବା ଦଙ୍ଗାକୁ ନେଇ ସେ ବିଜେପି ସରକାରଙ୍କୁ ମଧ୍ୟ ଘେରିଛନ୍ତି । କିଛି ସମ୍ପ୍ରଦାୟର ଦୋକାନୀଙ୍କ ନାଁ ଏକ ହୋଡିଙ୍ଗରେ କିଛି ଲେଖି ସେହି ଦୋକାନୀଙ୍କ ଠାରୁ ଜିନିଷ ନ କିଣିବା ପାଇଁ କୁହାଯାଇଥିଲା । ବିଜେପି ଶାସିତ ରାଜ୍ୟ ଗୁଡିକରେ ଏପରି ଶାସନ ଚାଲିଥିବା କହିଛନ୍ତି ଶରଦ ପାଓ୍ବାର ।

ସୂଚନା ଅନୁସାରେ,ଗତ ୧୬ ଅପ୍ରିଲ ଅର୍ଥାତ ହନୁମାନ ଜୟନ୍ତୀ ଦିନ ଜାହାଙ୍ଗୀରପୁରୀରେ ସାମ୍ପ୍ରଦାୟିକତା ହିଂସା ହୋଇଥିଲା । ପରେ ଜାତୀୟ ରାଜଧାନୀ ଦିଲ୍ଲୀରେ ସାମ୍ପ୍ରତିକ ହିଂସାକାଣ୍ଡ ପରେ ଅବୈଧ ନିର୍ମାଣକୁ ଭଙ୍ଗା ଯିବାକୁ ଉତ୍ତର ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ ଘୋଷଣା କରାଯାଇଥିଲା । ଏଥିପାଇଁ ଏପ୍ରିଲ ୨୦ ଏବଂ ୨୧ ଦୁଇଦିନ ଧରି ବେଆଇନ୍‌ ଉଚ୍ଛେଦ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସ୍ଥିର କରାଯାଇଥିଲା । ହେଲେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏ ବେଆଇନ ଉଚ୍ଛେଦ ପ୍ରକ୍ରିୟାରେ ରୋକ ଲଗାଯାଇଥିଲା । ଏ ନେଇ ସୁପ୍ରିମକୋର୍ଟରେ ୨ ସପ୍ତାହ ପରେ ଏ ମାମଲାର ଶୁଣାଣୀ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.