ETV Bharat / bharat

ଦୁଷ୍କର୍ମ ନୁହେଁ 15 ବର୍ଷରୁ ଉର୍ଦ୍ଧ୍ବ ବୟସ୍କା ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ: ଆହ୍ଲାବାଦ ହାଇକୋର୍ଟ

author img

By

Published : Aug 6, 2021, 12:37 PM IST

15 ବର୍ଷରୁ ଊର୍ଦ୍ଧ୍ବ ବୟସର ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ । ଏକ ମାମଲାର ଶୁଣାଣି କରି ଉତ୍ତରପ୍ରଦେଶ ଆହ୍ଲାବାଦ ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

15 ବର୍ଷରୁ ଊର୍ଦ୍ଧ୍ବ ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ବଳତ୍କାର ନୁହେଁ: ଆହ୍ଲାବାଦ ହାଇକୋର୍ଟ

ଲକ୍ଷ୍ନୌ: 15 ବର୍ଷରୁ ଊର୍ଦ୍ଧ୍ବ ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଅପରାଧ ନୁହେଁ । ଯଦି ଜଣେ ପୁରୁଷ ପତ୍ନୀର ଅନିଚ୍ଛା ସତ୍ତ୍ବେ ଶାରୀରିକ ସମ୍ପର୍କ ରଖୁଛି ଏବଂ ପତ୍ନୀଙ୍କ15 ବର୍ଷରୁ ଊର୍ଦ୍ଧ୍ବ ହୋଇଥିବେ ତେବେ ତାହା ଦୁଷ୍କର୍ମ ଅନ୍ତର୍ଭୁକ୍ତ ହେବନାହିଁ । ଏନେଇ ଉତ୍ତରପ୍ରଦେଶ ଆହ୍ଲାବାଦ ହାଇ କୋର୍ଟ ରାୟ ଶୁଣାଇଛନ୍ତି ।

ଜଷ୍ଟିସ ମହମ୍ମଦ ଆସଲାମ, ଖୁସାବେ ଅଲି ନାମକ ଜଣେ ବ୍ୟକ୍ତିଙ୍କ ବିରୁଦ୍ଧରେ ହୋଇଥିବା ଯୌନ ଶୋଷଣ ଓ ଯୌତୁକ ନିର୍ଯାତନା ମାମଲାର ଶୁଣାଣି କରି ଗତକାଲି(ଗୁରୁବାର) ଏପରି ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଅଭିଯୁକ୍ତ ଖୁସାବେଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । IPC ଧାରା 315 ଅନୁଯାୟୀ ହାଇକୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଭାରତୀୟ ଦଣ୍ଡ ବିଧାନର ଧାରା 375 (ବ୍ୟତିକ୍ରମ) ଅନୁଯାୟୀ- 15 ବର୍ଷରୁ ଊର୍ଦ୍ଧ୍ବ ପତ୍ନୀ ସହ ଯୌନ ସମ୍ପର୍କ ଅପରାଧ ନୁହେଁ ।

ଅୁରାଧ ସଂଶୋଧନ ଆଇନ, 2013 ରେ ଧାରା 375 କୁ ସଂଶୋଧନ କରାଯାଇଥିଲା । ଯେଉଁଥିରେ ଯୌନ ସମ୍ପର୍କ ପାଇଁ ପତ୍ନୀଙ୍କ ବୟସ 18 ବର୍ଷକୁ ବୃଦ୍ଧି କରାଯାଇଥିଲା । ସୂଚନା ଅନୁଯାୟୀ ଗତବର୍ଷ ସେପ୍ଟେମ୍ବର 8 ତାରିଖରେ ମୋରଦାବାଦର ଖୁସାବେ ଅଲି ନାମକ ଜଣେ ବ୍ୟକ୍ତିଙ୍କ ନାମରେ ଯୌନ ନିର୍ଯାତନା, ଅନିଚ୍ଛା ସତ୍ତ୍ବେ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ ଏବଂ ଯୌତୁକ ନିର୍ଯାତନା ଅଭିଯୋଗ ହୋଇଥିଲା । ଭୋଜପୁର ପୋଲିସ ଷ୍ଟେସନରେ ଏନେଇ ଖୁସାବେଙ୍କ ପତ୍ନୀ ଅଭିଯୋଗ କରିଥିଲେ । ତେବେ ପତ୍ନୀଙ୍କ ଦ୍ବାରା ହୋଇଥିବା ଆବେଦନରେ ସ୍ବାମୀ ଖୁସାବେଙ୍କୁ ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦୋଶରେ ଖଲାସ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.