ETV Bharat / bharat

ଷ୍ଟଡି ଟୁର୍‌ରେ ଯିବା ବେଳେ ଓଲଟିଲା ବସ୍‌, 15 ଛାତ୍ର ମୃତ

ଲୋଗୋଁସାଇ ତୁବୁଙ୍ଗ ଗାଁ ନିକଟରେ ଔଲଡା କଛାର ରାସ୍ତାରେ ଏକ ସ୍କୁଲ ବସ୍‌ ଅନ୍ୟ ଏକ ସ୍କୁଲ ବସକୁ ଧକ୍କା ଦେଇଥିଛି । ଦୁର୍ଘଟଣାରେ ଅତିକମରେ 15 ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପପଡିଛି । ଏହାସହ ଏକାଧିକ ଛାତ୍ର ଗମ୍ଭୀର ଭାବେ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

manipur school bus accident
manipur school bus accident
author img

By

Published : Dec 21, 2022, 6:16 PM IST

ଇମ୍ଫାଲ: ମଣିପୁର ନୋନି ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିିଛି । ଆଜି(ବୁଧବାର) ସକାଳୁ ଏକ ସ୍କୁଲ୍‌ ବସ ଦୁର୍ଘଟଣା (manipur school bus accident) ହେବା ପରେ ଏକାଧିକ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଲୋଗୋଁସାଇ ତୁବୁଙ୍ଗ ଗାଁ ନିକଟରେ ଔଲଡା କଛାର ରାସ୍ତାରେ ଏକ ସ୍କୁଲ ବସ ଅନ୍ୟ ଏକ ସ୍କୁଲ ବସକୁ ଧକ୍କା ଦେଇଥିଛି । ପ୍ରାଥମିକ ସୂଚନା ଅନୁସାରେ ଇମ୍ଫାଲ ପୂର୍ବ ଜିଲ୍ଲାର ଥମ୍ବୁଲନୁ ଉଚ୍ଚ ମାଧ୍ୟମିକ ସ୍କୁଲ ୟାରିପୋକର ଦୁଇଟି ବସ ଛାତ୍ରଛାତ୍ରୀଙ୍କୁ ନେଇ ଷ୍ଟଡି ଟୁରରେ ଖୌପୁମ ଯାଉଥିଲା । ତେବେ ଏହି ସମୟରେ ଉଭୟ ବସ ମଧ୍ୟରେ ଧକ୍କା ହେବାରୁ ଅତିକମରେ 15 ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପପଡିଛି । ଏହାସହ ଏକାଧିକ ଛାତ୍ର ଗମ୍ଭୀର ଭାବେ ଆହତ ମଧ୍ୟ ହୋଇଛନ୍ତି ।

  • Deeply saddened to hear about the accident of a bus carrying school children at the Old Cachar Road today. SDRF, Medical team and MLAs have rushed to the site to coordinate the rescue operation.

    Praying for the safety of everyone in the bus.@PMOIndia pic.twitter.com/whbIsNCSxO

    — N.Biren Singh (@NBirenSingh) December 21, 2022 " class="align-text-top noRightClick twitterSection" data=" ">

ତେବେ ସରକାରୀ ଭାବେ କେତେ ଛାତ୍ରଙ୍କ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ କରାଯାଇନାହିଁ । କୁହାଯାଉଛି ଦୁର୍ଘଟଣା ଲୋଗୋଁସାଇ ତୁବୁଙ୍ଗ ଗାଁ ନିକଟ ବିଷ୍ଣୁପୁର- ଖୌପମ ରୋଡରେ ଘଟିଛି । ଆହତ ଛାତ୍ରଙ୍କୁ ପ୍ରଥମେ ବିଷ୍ଣୁପୁର ହସ୍ପିଟାଲରେ ପରେ ଉଚ୍ଚ ଇମ୍ଫାଲ ମୋଡିସିଟି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ସୁଦ୍ଧା 22 ଜଣ ଛାତ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଘଟଣାକୁ ନେଇ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଦୁଃଖ ପ୍ରକାଶ କରିବା ସହ ଯୁଦ୍ଧକାଳୀନ ଭିତରେ ଉଦ୍ଧାର କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ମୃତ ଛାତ୍ରଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.