ETV Bharat / bharat

Bharat Jodo Yatra: ବିଦ୍ୟୁତ ଆଘାତରେ 4 ଆହତ, ହସ୍ପିଟାଲରେ ଭେଟିଲେ ରାହୁଲ

author img

By

Published : Oct 16, 2022, 3:10 PM IST

କର୍ଣ୍ଣାଟକର ବେଲାରୀରେ ଭାରତ ଯୋଡୋ ଯାତ୍ରା ବେଳେ ଅଘଟଣ । ବିଦ୍ୟୁତ ଆଘାତରେ ଆସି 4 କଂଗ୍ରେସ କର୍ମୀ ଆହତ । ହସ୍ପିଟାଲରେ ଭେଟିଲେ ରାହୁଲ ଗାନ୍ଧୀ । ଚିକିତ୍ସା ପାଇଁ ଦଳ ଘୋଷଣା କଲା ଲକ୍ଷେ ଟଙ୍କା ଲେଖାଁଏ ସହାୟତା । ଅଧିକ ପଢନ୍ତୁ

ଭାରତ ଯୋଡୋ ଯାତ୍ରାରେ ବିଦ୍ୟୁତ ଆଘାତରେ 4 ଆହତ, ହସ୍ପିଟାଲରେ ଭେଟିଲେ ରାହୁଲ, ଦଳ ଘୋଷଣା କଲା ଲକ୍ଷେ ଲେଖାଁଏ ସହାୟତା

ବେଙ୍ଗାଲୁରୁ: କଂଗ୍ରେସର ଭାରତ ଯୋଡ଼ ଯାତ୍ରାରେ ଅଘଟଣ । ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଯାତ୍ରା ଜାରି ରହିଥିବାବେଳେ, କର୍ଣ୍ଣାଟକର ବେଲାରୀରେ ବିଦ୍ୟୁତ ସଂସ୍ପର୍ଷରେ ଆସି 4 ଜଣ ଦଳୀୟ ସମର୍ଥକ ଆହତ ହୋଇଛନ୍ତି (Accident Bharat Jodo Yatra)। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ମଧ୍ୟ ସୂଚନା ମିଳିଛି । ଦଳର ବରିଷ୍ଠ ଓ ସ୍ଥାନୀୟ କଂଗ୍ରେସ ନେତା ହସ୍ପିଟାଲରେ ପହଞ୍ଚି ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିବାବେଳେ ଯାତ୍ରାର ନେତୃତ୍ବ ନେଉଥିବା ରାହୁଲ ଗାନ୍ଧୀ ମଧ୍ୟ ଆହତଙ୍କୁ ହସ୍ପିଟାଲରେ ଭେଟିଛନ୍ତି ।

  • Shri Rahul Gandhi visited the Civil Hospital, New Moka, Ballary and met up with all the friends, who had got the electric shock during an accident in Yatra to know their well being.

    Spirit of #BharatJodoYatra is to care for each other with love and compassion. Proud of Rahulji. pic.twitter.com/huUToWb5wH

    — Randeep Singh Surjewala (@rssurjewala) October 16, 2022 " class="align-text-top noRightClick twitterSection" data=" ">

Shri Rahul Gandhi visited the Civil Hospital, New Moka, Ballary and met up with all the friends, who had got the electric shock during an accident in Yatra to know their well being.

Spirit of #BharatJodoYatra is to care for each other with love and compassion. Proud of Rahulji. pic.twitter.com/huUToWb5wH

— Randeep Singh Surjewala (@rssurjewala) October 16, 2022

ପ୍ରତ୍ୟେକ ଆହତଙ୍କ ଚିକିତ୍ସା ପାଇଁ ଦଳ ପକ୍ଷରୁ ଏକ ଲକ୍ଷ ଟଙ୍କା ଲେଖାଁଏ ପ୍ରଦାନ କରାଯିବା ନେଇ ଦଳର ବରିଷ୍ଠ ମୁଖପାତ୍ର ରଣଦ୍ବୀପ ସୂର୍ଜେଓ୍ବାଲା ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ଆଜି (ରବିବାର) ସକାଳେ କର୍ଣ୍ଣାଟକର ବେଲାରୀରେ ଜାରି ରହିଥିବା ଏହି ଯାତ୍ରାରେ ସାମିଲ ଥିବା 4 ଦଳୀୟ କର୍ମୀ କୌଣସି କାରଣରୁ ବିଦ୍ୟୁତ ସଂସ୍ପର୍ଷରେ ଆସି ଆହତ ହୋଇଥିଲେ । ପରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରଥମେ ଦଳର ସ୍ଥାନୀୟ ନେତୃତ୍ବ ହସ୍ପିଟାଲରେ ପହଞ୍ଚି ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ପରେ ଯାତ୍ରାର ନେତୃତ୍ବ ନେଉଥିବା ରାହୁଲ ଗାନ୍ଧୀ ମଧ୍ୟ ଆହତଙ୍କୁ ଭେଟିବାକୁ ହସ୍ପିଟାଲରେ ପହଞ୍ଚିଥିଲେ । ଦଳ ପକ୍ଷରୁ ଏକ ଲକ୍ଷ ଟଙ୍କା ଲେଖାଁଏ ସହାୟତା ରାଶି ଘୋଷଣା କରାଯାଇଥିବା ସୂଚନା ମିଳିଛି ।

ବେଙ୍ଗାଲୁରୁ: କଂଗ୍ରେସର ଭାରତ ଯୋଡ଼ ଯାତ୍ରାରେ ଅଘଟଣ । ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଯାତ୍ରା ଜାରି ରହିଥିବାବେଳେ, କର୍ଣ୍ଣାଟକର ବେଲାରୀରେ ବିଦ୍ୟୁତ ସଂସ୍ପର୍ଷରେ ଆସି 4 ଜଣ ଦଳୀୟ ସମର୍ଥକ ଆହତ ହୋଇଛନ୍ତି (Accident Bharat Jodo Yatra)। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ମଧ୍ୟ ସୂଚନା ମିଳିଛି । ଦଳର ବରିଷ୍ଠ ଓ ସ୍ଥାନୀୟ କଂଗ୍ରେସ ନେତା ହସ୍ପିଟାଲରେ ପହଞ୍ଚି ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିବାବେଳେ ଯାତ୍ରାର ନେତୃତ୍ବ ନେଉଥିବା ରାହୁଲ ଗାନ୍ଧୀ ମଧ୍ୟ ଆହତଙ୍କୁ ହସ୍ପିଟାଲରେ ଭେଟିଛନ୍ତି ।

  • Shri Rahul Gandhi visited the Civil Hospital, New Moka, Ballary and met up with all the friends, who had got the electric shock during an accident in Yatra to know their well being.

    Spirit of #BharatJodoYatra is to care for each other with love and compassion. Proud of Rahulji. pic.twitter.com/huUToWb5wH

    — Randeep Singh Surjewala (@rssurjewala) October 16, 2022 " class="align-text-top noRightClick twitterSection" data=" ">

ପ୍ରତ୍ୟେକ ଆହତଙ୍କ ଚିକିତ୍ସା ପାଇଁ ଦଳ ପକ୍ଷରୁ ଏକ ଲକ୍ଷ ଟଙ୍କା ଲେଖାଁଏ ପ୍ରଦାନ କରାଯିବା ନେଇ ଦଳର ବରିଷ୍ଠ ମୁଖପାତ୍ର ରଣଦ୍ବୀପ ସୂର୍ଜେଓ୍ବାଲା ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ଆଜି (ରବିବାର) ସକାଳେ କର୍ଣ୍ଣାଟକର ବେଲାରୀରେ ଜାରି ରହିଥିବା ଏହି ଯାତ୍ରାରେ ସାମିଲ ଥିବା 4 ଦଳୀୟ କର୍ମୀ କୌଣସି କାରଣରୁ ବିଦ୍ୟୁତ ସଂସ୍ପର୍ଷରେ ଆସି ଆହତ ହୋଇଥିଲେ । ପରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରଥମେ ଦଳର ସ୍ଥାନୀୟ ନେତୃତ୍ବ ହସ୍ପିଟାଲରେ ପହଞ୍ଚି ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ପରେ ଯାତ୍ରାର ନେତୃତ୍ବ ନେଉଥିବା ରାହୁଲ ଗାନ୍ଧୀ ମଧ୍ୟ ଆହତଙ୍କୁ ଭେଟିବାକୁ ହସ୍ପିଟାଲରେ ପହଞ୍ଚିଥିଲେ । ଦଳ ପକ୍ଷରୁ ଏକ ଲକ୍ଷ ଟଙ୍କା ଲେଖାଁଏ ସହାୟତା ରାଶି ଘୋଷଣା କରାଯାଇଥିବା ସୂଚନା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.