ETV Bharat / bharat

Bihar: ଝଡ ପବନରେ ବୁଡିଲା ଡଙ୍ଗା, 3 ଶିଶୁ ଓ ମହିଳାଙ୍କ ସମେତ 5 ମୃତ

ବିହାର ଦରଭଙ୍ଗାରେ ଡଙ୍ଗା ବୁଡି 5 ଜଣଙ୍କ ମୃତ୍ୟୁ ।ମୃତକଙ୍କ ମଧ୍ୟରେ ଶିଶୁ ଓ ମହିଳା । ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 6, 2023, 8:13 PM IST

Updated : Sep 6, 2023, 8:58 PM IST

Bihar: ଡଙ୍ଗା ବୁଡି 5 ମୃତ
Bihar: ଡଙ୍ଗା ବୁଡି 5 ମୃତ

ପାଟନା: ବିହାର ଦରଭଙ୍ଗାରେ ଡଙ୍ଗା ବୁଡି 5ଜଣଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ କମଲା ନଦୀରେ ଆଜି ଅପରାହ୍ନରେ ଏହି ଅଘଟଣ ଘଟିଛି । ମୃତକଙ୍କ ମଧ୍ୟରେ 3 ଶିଶୁ ଓ 2 ଜଣ ମହିଳା ରହିଛନ୍ତି । ଘଟଣାଟି ଜିଲ୍ଲାର କୁଶେଶ୍ୱରସ୍ତର ପୂର୍ବ ବ୍ଲକର ମହିସାଉଟ୍ ପଞ୍ଚାୟତରେ ଘଟିଛି । ଜାହାଜରା ଏବଂ ଗଡହପୁରା ମଧ୍ୟରେ ଥିବା ଶାହପୁର ନିକଟରେ କମଲା ନଦୀରେ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ଡଙ୍ଗାଟି କୌଣସି କାରଣରୁ ଓଲଟି ପଡି ବୁଡିଯାଇଥିଲା । ଏବେ ସୁଦ୍ଧା 5 ମୃତଦେହ ଉଦ୍ଧାର ହୋଇଛି । ଡଙ୍ଗାରେ ମୋଟ କେତେ ଯାତ୍ରୀ ଥିଲେ ସେନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି । ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ପହଞ୍ଚିଛନ୍ତି । ସମସ୍ତ ମୃତଦେହ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ମୃତକ ସମସ୍ତେ ସ୍ଥାନୀୟ ଆଞ୍ଚଳର ହୋଇଥିବା ପ୍ରାଥମିକ ଭାବେ କୁହାଯାଉଛି ।

ଅପରାହ୍ନ 4 ଟାରେ ଅଘଟଣ:-

ପ୍ରତ୍ୟେକ୍ଷଦର୍ଶୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଆଜି (ବୁଧବାର) ଅପରାହ୍ନ ପ୍ରାୟ 4 ଟାରେ ଏହି ଦୁର୍ଘଟଣା ଘଟିଥିଲା । ଡଙ୍ଗାରେ ପ୍ରାୟ 10 ଜଣ ଯାତ୍ରୀ ଥିଲେ । ତେବେ ଡଙ୍ଗାଟି ମଝିନଦୀରେ ଥିବା ବେଳେ ହଠାତ ଝଡ ପବନ କାରଣରୁ ଡଙ୍ଗାଟି ଓଲଟି ପଡିଥିଲା । ସମସ୍ତ ଯାତ୍ରୀ ନଦୀରେ ବୁଡିଯିବା ସହ ଉଦ୍ଧାର ପାଇଁ ଚିତ୍କାର କରିଥିଲେ । ସ୍ଥାନୀୟ ଲୋକେ ମଧ୍ୟ ଉଦ୍ଧାର ଅପରେସନ ଆରମ୍ଭ କରିଥିଲେ । 5 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ କୂଳକୁ ଅଣାଯିବାରେ ସଫଳତା ମିଳିଥିଲା । 3 ଶିଶୁ ଓ 2 ମହିଳାଙ୍କ ସମେତ ଅନ୍ୟ 5 ଜଣଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସେମାନଙ୍କୁ ହସ୍ପିଟାଲ ପଠାଯାଇଥିଲେ ସୁଦ୍ଧା ସେଠାରେ ସମସ୍ତ 5 ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ଏହା ମଧ୍ୟ ପଢନ୍ତୁ :-ଟ୍ରକକୁ ପଛପଟୁ ପିଟିଲା ଭ୍ୟାନ, ଗୋଟିଏ ପରିବାରର 6 ମୃତ

ଖବର ପାଇ ପୋଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ମଧ୍ୟ ମିଳିଛି । ସମସ୍ତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲରେ ରଖାଯାଇଛି । ମୃତକଙ୍କ ପରିଚୟ ଜଗର୍ତ୍ତନୀ ଦେବୀ (55), ପୁଲପାରି ଦେବୀ (60), ସୋନାଲି କୁମାରୀ (13), କଲପାନା କୁମାରୀ (12) ଏବଂ ସୋନିଆ କୁମାରୀ (11) ଭାବେ ସ୍ଥାନୀୟ ପୋଲିସ ସ୍ପଷ୍ଟ କରିଛି । ସମସ୍ତେ ନିକଟବର୍ତ୍ତୀ ଅଞ୍ଚଳର । 5ଜଣଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବା ନେଇ ଦାବି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 6, 2023, 8:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.