ETV Bharat / bharat

ଜଳସେଚନ ପ୍ରକଳ୍ପ କାମ ବେଳେ ଅଘଟଣ, ବିଦ୍ୟୁତ୍‌ ତାର ଛିଣ୍ଡି ୫ ଶ୍ରମିକ ମୃତ

ନାଗରକର୍ନୁଲ ଜିଲ୍ଲାରେ ଜଳସେଚନ ପ୍ରକଳ୍ପ କାମ ବେଳେ ଅଘଟଣ । ବିଦ୍ୟୁତ ତାର ଛିଣ୍ଡି ୫ ଶ୍ରମିକ ମୃତ । ଅଧିକ ପଢନ୍ତୁ

author img

By

Published : Jul 29, 2022, 9:40 AM IST

ଜଳସେଚନ ପ୍ରକଳ୍ପ କାମ ବେଳେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ୫ ମୃତ

ହାଇଦ୍ରାବାଦ: ଏମିତି ବି ଆସେ ମୃତ୍ୟୁ । ଜଳସେଚନ ପ୍ରକଳ୍ପ କାମ ବେଳେ ଘଟିଲା ଅଘଟଣ । ବିଦ୍ୟୁତ୍‌ ତାର ଛିଣ୍ଡି ଅକାଳରେ ଚାଲିଗଲା ୫ ଜୀବନ । ଏଭଳି ଏକ ଦୁଖଦ ଘଟଣା ଘଟିଛି ତେଲେଙ୍ଗାନାର ନାଗରକର୍ନୁଲ ଜିଲ୍ଲାରେ ।

ସୂଚନାଅନୁସାରେ, ନାଗରକର୍ନୁଲ ଜିଲ୍ଲାର ପାଲାମୁରୁ ଲିଫ୍ଟ ଜଳସେଚନ ପ୍ରକଳ୍ପ କାମ ଚାଲିଥିଲା । ତେବେ ଆଜି(ଶୁକ୍ରବାର) ସକାଳେ ଏକ କ୍ରେନ୍ ସାହାଯ୍ୟରେ ପମ୍ପ ହାଉସରୁ ଓହ୍ଲାଇଥିବା ବେଳେ ସଂପୃକ୍ତ ତାର ଛିଣ୍ଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୫ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି ।

ଏହି ଦୁର୍ଘଟଣା ତେଲେଙ୍ଗାନାର ନାଗରକର୍ନୁଲ ଜିଲ୍ଲା କୋଲହାପୁର ମଣ୍ଡଳର ରେଗୁମାନା ଗଡ୍ଡା ଠାରେ ନିର୍ମାଣାଧୀନ ପାଲାମୁରୁ ରଙ୍ଗାରେଡି ପ୍ୟାକେଜ୍ -1 ରେ ଘଟିଛି । ତେବେ ସମସ୍ତ ମୃତକ ବିହାର ହୋଇଥିବା ନେଇ ସୂଚନା ମିଳିଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତଦେହକୁ ଉଦ୍ଧାର କରି ହାଇଦ୍ରାବାଦର ଓସମାନିଆ ହସ୍ପିଟାଲକୁ ପଠାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.