ETV Bharat / bharat

Hyderabad: ନିର୍ମାଣାଧୀନ କୋଠା ଭୁଶୁଡି 3 ଓଡିଆ ଶ୍ରମିକ ମୃତ, 2 ଗୁରୁତର

author img

By ETV Bharat Odisha Team

Published : Sep 7, 2023, 10:39 PM IST

ହାଇଦ୍ରାବାଦରେ ନିର୍ମାଣାଧୀନ କୋଠାର କାନ୍ଥ ଭୁଶୁଡି 3 ଓଡିଆ ଶ୍ରମିକ ମୃତ । 2 ଗୁରୁତର ଶ୍ରମିକ ହସ୍ପିଟାଲରେ ଭର୍ତ୍ତି । ନିର୍ମାଣ ନିୟମାବଳୀଋ ଉଲଙ୍ଘନ କରି କାର୍ଯ୍ୟ ଚାଲିଥିବା ସ୍ଥାନୀୟ ପ୍ରଶାସନର ସୂଚନା । ଅଧିକ ପଢନ୍ତୁ

ନର୍ମାଣାଧୀନ କାନ୍ଥ ଭୁଶୁଡି 3 ଓଡିଆ ଶ୍ରମିକ ମୃତ, 2 ଗୁରୁତର

ହାଇଦ୍ରାବାଦ: ତେଲେଙ୍ଗାନାର ରଙ୍ଗାରେଡି ଜିଲ୍ଲା ଆଦାଗୁଟ୍ଟାରେ ନିର୍ମାଣାଧୀନ ଏକ କୋଠାର କାନ୍ଥ ଭୁଶୁଡି 3ଜଣ ଓଡିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଦୁଇଜଣ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତ 3 ଶ୍ରମିକ ଓଡିଶାର । ସେମାନଙ୍କ ସବିଶେଷ ଠିକଣା ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ସୂଚନା ସ୍ପଷ୍ଟ ହୋଇନାହିଁ । ଏହି ଶ୍ରମିକମାନେ ବିଲ୍ଡିଂ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ । ଆଜି ଆପରାହ୍ନରେ ଏହି ଅଟ୍ଟାଳିକାର 6 ମହଲାର କାନ୍ଥ ଭୁଶୁଡି ପଡିଥିଲା । ଏଥିରେ 5ଜଣ ଶ୍ରମିକ କଂକ୍ରିଟ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ । ସେମାନଙ୍କୁ ସ୍ଥାନୀୟ ଲୋକେ ଓ ସହଯୋଗୀଙ୍କ ଦ୍ବାରା ଉଦ୍ଧାର କରାଯାଇଥିଲା । ସେତେବେଳକୁ 3 ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଦୁଇ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଦୁର୍ଘଟଣା ପରେ ସ୍ଥାନୀୟ ପ୍ରଶାସନ ଓ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଅଧିକାରୀଙ୍କ କହିବା ଅନୁସାରେ, ଏହି ବିଲ୍ଡିଂଟି KPHB ଆଦାଗୁଟ୍ଟା ଏରିଆରେ ଆବଶ୍ଯକ ଅନୁମତି ବିନା ନିର୍ମାଣ ଚାଲିଥିଲା । ଏହି ଅଞ୍ଚଳରେ 5 ମହଲା ପର୍ଯ୍ୟନ୍ତ କୋଠା ନିର୍ମାଣ କରିବାକୁ ନିର୍ଦ୍ଦେଶାନାମା ରହିଛି । ଏହି ମାଲିକଜଣକ ଏହାକୁ ଅଣଦେଖା କରି ନିର୍ମାଣ କରୁଥିଲେ । ଆଜି ଅପରାହ୍ନରେ ବିଲ୍ଡିଂର 6 ମହଲାର କାନ୍ଥ ଭୁଶୁଡି ପଡିଥିଲା । ଏଥିରେ ଚାପି ହୋଇ 3 କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏହା ଏକ ଜନଗହଳିପୂର୍ଣ୍ଣ ସ୍ଥାନ । ରାସ୍ତାରେ ଟ୍ରାଫିକ କମ ଥିବା କାରଣରୁ ଅନ୍ୟ କେହି ମୃତାହତ ହୋଇନାହାନ୍ତି । ଏହି ଘଟଣାରେ ତଦନ୍ତ ଆରମ୍ଭ ହୋଇଛି । ଉକ୍ତ କୋଠାକୁ ସିଲ କରାଯାଇଛି । ମାଲିକଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଅଧିକାରୀ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- Hyderabad: 4 ଦିନ ପରେ ମିଳିଲା ନାଳରେ ଭାସିଯାଇଥିବା ମହିଳାଙ୍କ ମୃତଦେହ, ସରକାରଙ୍କୁ ଘେରିଲେ ବିରୋଧୀ

3 ଶ୍ରମିକଙ୍କ ମୃତଦେହ ହସ୍ପିଟାଲକୁ ପଠାଯାଇଛି । ବ୍ୟବଚ୍ଛେଦ ପରେ ଏହା ଓଡିଶା ପଠାଯିବ । ଅନ୍ୟପଟେ ମୃତ ଶ୍ରମିକମାନେ ଓଡିଶାର କେଉଁ ଜିଲ୍ଲାର ସେନେଇ କିଛି ସ୍ପଷ୍ଟ କରିନି ସ୍ଥାନୀୟ ପ୍ରଶାସନ । ସେମାନେ ନିର୍ମାଣ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ସ୍ଥାନୀୟ ବିଧାୟକ ଆର୍କେପୁଦି ଗାନ୍ଧୀ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରି ଘଟଣାକୁ ଅତି ଦୁଖଃଦାୟକ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.