ETV Bharat / bharat

ମଧ୍ୟପ୍ରଦେଶ ବସ୍‌ ଦୁର୍ଘଟଣା: ୧୧ ମୃତ, ସହାୟତା ରାଶି ଘୋଷଣା କଲେ ମୋଦି

author img

By

Published : Nov 4, 2022, 8:55 AM IST

Updated : Nov 4, 2022, 10:19 AM IST

ମଧ୍ୟପ୍ରଦେଶର ବେତୁଲ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବସ୍‌ ସହ କାର ମୁହାଁମୁହିଁ ଧକ୍କା ହେବାରୁ ୧୧ଜଣ ଯାତ୍ରୀଙ୍କର ମୃତ୍ୟୁ । ଅଧିକ ପଢନ୍ତୁ

ମଧ୍ୟପ୍ରଦେଶରେ ବସ-ଟ୍ରକ ମୁହାଁମୁହିଁ ଧକ୍କା, ୧୧ ମୃତ

ଭୋପାଳ: ମଧ୍ୟପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ମଧ୍ୟ ପ୍ରଦେଶର ବେତୁଲ ଜିଲ୍ଲାର ଝାଲାର ଠାରେ ବସ୍‌-କାର ମୁହାଁମୁହିଁ ଧକ୍କା । ଯାତ୍ରୀବାହୀ ବସ୍‌ ସହ କାରର ମୁହାଁମୁହିଁ ଧକ୍କା ହେବାରୁ ୧୧ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ କିଛି ଯାତ୍ରୀ ଆହକ ହୋଇଥିବା ନେଇ ସୂଚନା ରହିଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ରହିଥିଲେ । ଏନେଇ ସୂଚନା ଦେଇଛନ୍ତି ବେତୁଲ ଏସପି ସିମାଲା ପ୍ରସାଦ । ବିଳମ୍ବିତ ରାତି ପ୍ରାୟ ୨ଟାରେ ଏହି ଦୁର୍ଘଟଣା ହୋଇଥିବା ନେଇ ସୂଚନା ରହିଛି ।

  • Pained by the loss of lives due to an accident in Betul, MP. Condolences to the bereaved families. May the injured recover soon. An ex-gratia of Rs. 2 lakh from PMNRF would be given to the next of kin of each deceased. Rs. 50,000 would be given to the injured: PM @narendramodi

    — PMO India (@PMOIndia) November 4, 2022 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ: ମଧ୍ୟପ୍ରଦେଶରେ ବସ୍‌-କାର ମୁହାଁମୁହିଁ ଧକ୍କା, ୧୧ ମୃତ

ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ 36 କିଲୋମିଟର ଦୂରରେ ଥିବା ଭେଇନସଦେହି ଠାରେ ଏହି ଦୁର୍ଘଟଣା ଘଟିଛି ବୋଲି ବେତୁଲ ପୋଲିସ ନିୟନ୍ତ୍ରଣ କକ୍ଷର ସହକାରୀ ସବ୍ ଇନ୍ସପେକ୍ଟର ଶିବରାଜ ସିଂ ଠାକୁର କହିଛନ୍ତି । ମୃତକମାନଙ୍କ ମଧ୍ୟରେ ୬ଜଣ ପୁରୁଷ, ୩ଜଣ ମହିଳା, ଜଣେ ୫ ବର୍ଷର ନାବାଳିକା ସହ ଜଣେ ଶିଶୁ ରହିଛନ୍ତି ।ପୋଲିସର କହିବା ଅନୁସାରେ, ମୃତକମାନେ ସମସ୍ତେ ଶ୍ରମିକ ହୋଇଥିବାବେଳେ ସେମାନେ ମହାରାଷ୍ଟ୍ରର ଅମରାବତୀରୁ ଘରକୁ ଫେରୁଥିଲେ । ଗ୍ୟାସ୍‌ କଟର୍‌ ଯୋଗେ କାର୍‌ଟିକୁ କାଟିବା ପରେ ମୃତଦେହ ଗୁଡିକୁ ଉଦ୍ଧାର କରାଯାଇଥିଲା ।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଡ୍ରାଇଭରଙ୍କ ଆଖି ଲାଗିଯିବାରୁ କାର୍‌ଟି ବିପରୀତ ଦିଗରୁ ଆସୁଥିବା ଖାଲି ବସ୍‌ ସହିତ ଧକ୍କା ହୋଇଥିଲା । ତେବେ ପୋଲିସ ମୃତଦେହଗୁଡିକୁ ଉଦ୍ଧାରକରି ହସ୍ପିଟାକୁ ପଠାଇବା ସହ ନିଜଆଡୁ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି । ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକବ୍ୟକ୍ତ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ମୃତକଙ୍କ ପରିବାରୁ PMNRF ପାଣ୍ଠିରୁ ୨ଲକ୍ଷ ଓ ଆହତଙ୍କ ପରିବାରକୁ ୫୦ ହଜାର ଟଙ୍କା ଦିଆଯିବା ନେଇ ମୋଦି ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ।

Last Updated : Nov 4, 2022, 10:19 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.