ETV Bharat / bharat

Cracker Godown Explosion: ବାଣ ଗୋଦାମରେ ବିସ୍ଫୋରଣ ଘଟି 8 ମୃତ, 20 ଆହତ

author img

By

Published : Jul 29, 2023, 1:18 PM IST

Updated : Jul 29, 2023, 1:46 PM IST

ତାମିଲନାଡୁର ପାଲାୟାପେଟ୍ଟାଇର ଶାନ୍ତ ଗ୍ରାମର ବାଣ ଗୋଦାମରେ ବିସ୍ଫୋରଣ ଘଟି 8 ମୃତ । ଅଧିକ ପଢନ୍ତୁ

Cracker Godown Explosion in Krishnagiri
Cracker Godown Explosion in Krishnagiri

ଚେନ୍ନାଇ: ତାମିଲନାଡୁରେ ଦୁଃଖଦ ଘଟଣା । ବାଣ ଗୋଦାମରେ ବିସ୍ଫୋରଣ ହେବାରୁ 8 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 20 ଜଣ ଆହତ ହୋଇଛନ୍ତି । ତାମିଲନାଡୁର କୃଷ୍ଣଗିରି ଜିଲ୍ଲାର ପାଲାୟାପେଟ୍ଟାଇର ଶାନ୍ତ ଗ୍ରାମରେ ଏହି ଘଟଣା ଘଟିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛି । ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ବଢି 8ରେ ପହଞ୍ଚିଛି । ଏହାସହ 20 ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-Sivakashi FireCracker Explosion: ବାଣ ବିସ୍ଫୋରଣରେ ୩ ମୃତ, ଅନେକ ଆହତ

ଗତ ମାର୍ଚ୍ଚ ମାସ 12 ତାରିଖରେ ତାମିଲନାଡୁର କାଞ୍ଚିପୁରମ ଜିଲ୍ଲାରେ ବାଣ ପ୍ରସ୍ତୁତ କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ବାଣ କାରଖାନାରେ ଅଗ୍ନିକାଣ୍ଡ ଘଟି 6 ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଏହି ଅଘଟଣରେ ଅନେକ ଲୋକ ଗୁରୁତର ଆହତ ମଧ୍ୟ ହୋଇଥିଲେ । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବାଣ କାରଖାନାରେ ପ୍ରାୟ 25 ଜଣ ଲୋକ କାମ କରୁଥିଲେ । ବାଣ ପ୍ରସ୍ତୁତ କରି ଖରାରେ ଶୁଖାଇଥିଲେ । ଏହି ସମୟରେ ଅଗ୍ନିକାଣ୍ଡ ଘଟିଥିଲା । ଏହାପରେ କ୍ରମଶଃ ନିଆଁ ଚାରିଆଡ଼େ ଦ୍ରୁତ ଗତିରେ ବ୍ୟାପିଥିଲା । ତେଣୁ କାରଖାନାରେ ଭିତରେ ରଖାଯାଇଥିବା ବାଣ ଗୁଡ଼ିକରେ ମଧ୍ୟ ନିଆଁ ଲାଗିଥିଲା । ଫଳରେ ଅଗ୍ନିକାଣ୍ଡ ଭୟଙ୍କର ରୂପ ନେଇଥିଲା ।

ଏହା ମଧ୍ୟ ପଢନ୍ତୁ-Tamilnadu Firecracker Explosion: ବାଣ ବିସ୍ଫୋରଣରେ ୬ ମୃତ, ଅନେକ ଆହତ

2022ରେ ତାମିଲନାଡୁ ଶିବକାଶିର ଏକ ବାଣ ନିର୍ମାଣ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଥିଲା । ଏହି ଦୁର୍ଘଟଣାରେ ୩ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ । ଶିବକାଶି ଏମ ପୁଦୁପାଟ୍ଟି ଗ୍ରାମ ନିକଟରେ ଥିବା ଭାଡ଼ିଭେଲ ଫ୍ୟାକ୍ଟ୍ରିରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ବାଣ ତିଆରି କରୁଥିବା ବେଳେ ଅଗ୍ନିକାଣ୍ଡ ଘଟିଥିଲା ।

ଏହା ମଧ୍ୟ ପଢନ୍ତୁ-Egra Bomb Blast: କଟକର ଘରୋଇ ହସ୍ପିଟାଲରେ ଆଖି ବୁଜିଲା ମୁଖ୍ୟ ଅଭିଯୁକ୍ତ ଭାନୁ ବାଗ

ଗତ ମେ ମାସରେ ପଶ୍ଚିମବଙ୍ଗ ପୂର୍ବ-ମେଦିନୀପୁର ଜିଲ୍ଲା ଅନ୍ତର୍ଗତ ଇଗ୍ରାର ଖାଡିକୁଲ ଅଞ୍ଚଳରେ ଏକ ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ 9 ଜଣଙ୍କର ମୃତ୍ୟୁ ହୋଇଥିଲା । ଏକାଧିକ ଆହତ ମଧ୍ୟ ହୋଇଥିଲେ । ପୋଲିସ ଘଟଣାର ତଦନ୍ତ ଜାରି ରଖି ବାଣ କାରଖାନାର ମୁଖ୍ୟ ଅଭିଯୁକ୍ତକୁ ଭାନୁ ବାଗ୍‌କୁ କଟକରୁ ଗିରଫ କରିଥିଲା ।

Last Updated : Jul 29, 2023, 1:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.