ETV Bharat / bharat

Hariyali Teej: ହରିୟାଲି ତିଜ ପାଳି ଚର୍ଚ୍ଚାରେ ସୀମା ହାଇଦର - ସୀମା ହାଇଦର ସଚିନ

ହରିୟାଲୀ ତିଜ ପର୍ବ ପାଳନ କରି ପୁଣି ଚର୍ଚ୍ଚାରେ ସୀମା ହାଇଦର । ଅଧିକ ପଢ଼ନ୍ତୁ

ଚର୍ଚ୍ଚାରେ ସୀମା ହାଇଦର
ଚର୍ଚ୍ଚାରେ ସୀମା ହାଇଦର
author img

By

Published : Aug 20, 2023, 9:09 AM IST

ଚର୍ଚ୍ଚାରେ ସୀମା ହାଇଦର

ନୂଆଦିଲ୍ଲୀ: ପ୍ରେମିକ ପାଇଁ ପାକିସ୍ତାନରୁ ଭାରତ ଚାଲି ଆସିଥିବା ସୀମା ହାଇଦର ଲଗାତାର ଚର୍ଚ୍ଚାରେ ରହି ଆସିଛନ୍ତି । କେତେବେଳେ ଭାରତରେ ସ୍ବାଧୀନତା ଦିବସ ପାଳନ କରିତ ଆଉ କେବେ ରାଜନିତୀକୁ ଆସିବା ନେଇ ଗୋଟିଏ ପରେ ଗୋଟିଏ ଚର୍ଚ୍ଚା ହେଉଛି । ତେବେ ସାରା ଦେଶରେ ପାଳନ କରାଯାଇ ଥିବା ହରିୟାଲି ତିଜ ପର୍ବ ପାଳନ କରି ଏବେ ପୁଣିଥରେ ଆଲୋଚନାର ଶିରୋନାମା ପାଲଟିଛନ୍ତି ସୀମା ।

ସାରା ଦେଶରେ ଶନିବାର ହରିୟାଲୀ ତିଜ ପର୍ବ ବଡ଼ ଧୁମଧାମରେ ପାଳିତ ହୋଇଯାଇଛି । ଗ୍ରେଟର୍‌ ନୋଏଡାର ସୀମା ହାଇଦର ମଧ୍ୟ ହରିୟାଲି ତିଜ ପର୍ବ ପାଳନ କରିଛନ୍ତି, ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଭିଡ଼ିଓରେ ସୀମା ହାଇଦର ଏକ ସବୁଜ ରଙ୍ଗର ସାଢ଼ି ପିନ୍ଧିବା ସହ ଭଗବାନ ଶ୍ରୀକୃଷ୍ଣଙ୍କୁ ପୂଜା କରୁଥିବାର ଦେଖିବାକୁ ମିଳୁଛି । ଏହାସହ ଭିଡ଼ିଓରେ ହରେ କୃଷ୍ଣ ହରେ ରାମ ଭଜନ ମଧ୍ୟ ଶୁଣିବାକୁ ମିଳୁଛି । ପାକିସ୍ତାନରୁ ଭାରତ ଆସିଥିବା ସୀମା ରାବପୁରରେ ସଚିନଙ୍କ ଘରେ ତାଙ୍କ ସ୍ତ୍ରୀ ଭାବରେ ରହୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.....ସୀମା ପାର କଲେ ସୀମା, ଦୁଇ ଗୁଣା ବଢିଲା ରୁଦ୍ରାକ୍ଷ ମୂଲ୍ୟ !

ହରିୟାଲି ତିଜ ପର୍ବ: ଏହି ପର୍ବ ଶ୍ରାବଣ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିରେ ପାଳନ କରାଯାଏ । ଏଥିରେ ସାଧାରଣତଃ ବିବାହିତା ମହିଳାମାନେ ନିଜ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ଭଗବାନଙ୍କୁ ପୂଜା କରନ୍ତି ।

ତେବେ ଏହା ପୂର୍ବରୁ ଅଗଷ୍ଟ15 ତାରିଖରେ ଭାରତର ସ୍ବାଧୀନତା ଦିବସ ମଧ୍ୟ ପାଳନ କରିଥିଲେ ସୀମା । ପାକିସ୍ତାନ ମୁର୍ଦ୍ଦାବାଦ, ଭାରତ ଜିନ୍ଦାବାଦର ନାରା ଦେଇ ସ୍ବାଧୀନତା ଦିବସ ପାଳନ କରିବାର ଭିଡ଼ିଓ ମଧ୍ୟ ଭାଇରାଲ ହୋଇଥିଲା । ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହୋଇ ପରିବାର ଲୋକଙ୍କ ସହ ଘରେ ତ୍ରିରଙ୍ଗା ଲଗାଇବା ସମୟରେ ସୀମା ହାଇଦର ପାକିସ୍ତାନ ବିରୋଧୀ ସ୍ଲୋଗାନ ଦେଇଥିଲେ ।

ପାକିସ୍ତାନର କରାଚିରେ ରହୁଥିବା ସୀମା ହାଇଦର ପବ୍ଜି ଗେମ୍‌ ମାଧ୍ୟମରେ ଭାରତର ସଚିନ ମିଣାଙ୍କ ସହ ପରିଚିତ ହୋଇଥିଲେ । ଧିରେ ଧିରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ଏହାପରେ ସୀମା ନିଜ ଚାରି ପିଲାଙ୍କୁ ଧରି ଭାରତ-ନେପାଳ ସୀମା ଦେଇ ବେଆଇନ ଭାବରେ ଭାରତରେ ପ୍ରବେଶ କରିଥିଲେ । ଏହାସହ ଗ୍ରେଟର ନୋଏଡାର ରାବପୁରରେ ସଚିନଙ୍କ ସହ ରହିଥିଲେ। ଏଭଳି ପରିସ୍ଥିତିରେ ଏହି ଘଟଣା ବିଷୟରେ ପୋଲିସକୁ ସୂଚନା ମିଳିଥିବା ପୂର୍ବରୁ ସୀମା ଓ ସଚିନ ରବୁପୁର ଛାଡି଼ ଫେରାର ହୋଇଯାଇଥିଲେ । ଏହାପରେ ପୋଲିସ ହରିୟାଣାର ଫରିଦାବାଦରୁ ସଚିନ, ସୀମା ଏବଂ ତାଙ୍କ ଚାରି ପିଲାଙ୍କୁ ଗିରଫ କରି ଜେଲ୍‌ ପଠାଇଥିଲା । ତେବେ ଜେଲ୍‌ରୁ ଜାମିନ୍‌ ମିଳିବାବା ପରେ ବର୍ତ୍ତମାନ ସୀମା ନିଜ ପିଲାଙ୍କ ସହ ସଚିନଙ୍କ ଘରେ ରହୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.