ETV Bharat / bharat

Al Qaeda ର ଧମକ ପରେ ବଢିଲା ଅତିକ-ଅସରଫ ହତ୍ୟାକାରୀଙ୍କ ସୁରକ୍ଷା

author img

By

Published : Apr 23, 2023, 9:48 PM IST

ଜେଲ୍‌ରେ ବଢିଲା ଅତିକ-ଅଶରଫ ହତ୍ୟାକାରୀଙ୍କ ସୁରକ୍ଷା । ହତ୍ୟାର ପ୍ରତିଶୋଧ ନେବାକୁ ଧମକ ଦେଇଥିଲା ଆତଙ୍କୀ ସଂଗଠନ ଅଲ-କାଏଦା । ଅଧିକ ପଢନ୍ତୁ

Al Qaeda ର ଧମକ ପରେ ବଢିଲା ସୁରକ୍ଷା, ପ୍ରତାପଗଡ ଜେଲକୁ ସ୍ଥାନାନ୍ତରିତ ହେବେ ଅତିକ୍‌ର ହତ୍ୟାକାରୀ

ଲକ୍ଷ୍ନୌ: ମାଫିଆ ଅତିକ ଅହମ୍ମଦ ଏବଂ ତାର ଭାଇ ଅସରଫ ଅହମ୍ମଦ ହତ୍ୟାର ପ୍ରତିଶୋଧ ନେବାକୁ ଧମକ ଦେଇଛି କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ-କାଏଦା । ଅତିକ ଓ ତାର ଭାଇକୁ ହତ୍ୟା କରିଥିବା 3 ହତ୍ୟାକାରୀ ଏବେ 4 ପୋଲିସ କଷ୍ଟଡିରେ ଥିବା ବେଳେ ସେମାନଙ୍କ କଷ୍ଟଡି ଅବଧି ଆଜି ଶେଷ ହୋଇଛି । ଏପରି ଧମକ ମିଳିବା ପରେ ସେମାନଙ୍କ ସୁରକ୍ଷା ବଢାଇଛି ଉତ୍ତର ପ୍ରଦେଶ ପୋଲିସ । 4 ଦିନିଆ ପୋଲିସ କଷ୍ଟଡି ଆଜି ଶେଷ ହେବା ପରେ ସେମାନଙ୍କୁ କଡା ସୁରକ୍ଷା ମଧ୍ୟରେ ପ୍ରତାପଗଡ ଜେଲକୁ ପଠାଯାଇଛି । ଜେଲରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ବଢାଇଛି ପୋଲିସ ।

ଏପ୍ରିଲ 15 (ଶନିବାର) ପ୍ରୟାଗରାଜରେ ହସ୍ପିଟାଲ ପରିସରରେ ମେଡିକାଲ ଚେକ-ଅପ ପାଇଁ ଆସିଥିବା ଏହି ମାଫିଆ ଭାଇଙ୍କୁ ପୋଲିସ କଷ୍ଟଡିରେ ଗୁଳି କରି ହତ୍ୟା ଏହି ତିନି ହତ୍ୟାକାରୀ । ପ୍ରାୟ 20 ରାଉଣ୍ଡ ଗୁଳି ଚଳାଇବା ପରେ ସେମାନେ ଆତ୍ମସମର୍ପଣ କରିବା ସହ ପୋଲିସ ସେମାନଙ୍କୁ କାବୁ କରି ଗିରଫ କରିଥିଲା । ଏହି ଘଟଣାରେ ଆତଙ୍କବାଦୀ ସଂଗଠନ ଆଲ-କାଏଦା ଏକ 7ପୃଷ୍ଠା ବିଶିଷ୍ଟ ପତ୍ରିକା ଜାରି କରି ହତ୍ୟାର ପ୍ରତିଶୋଧ ନେବାକୁ ଧମକ ଦେଇଛି ।

ଅଲ-କାଏଦାର ମିଡିଆ ୱିଙ୍ଗ As-Sahab ପକ୍ଷରୁ ଉକ୍ତ ଧମକପୂର୍ଣ୍ଣ ମାଗାଜିନ ଜାରି କରାଯାଇଛି । 7ପୃଷ୍ଠାର ମାଗାଜିନରେ ଅତିକ ଓ ଅସରଫ ହତ୍ୟା ଘଟଣା ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଏଥିରେ ଲେଖାଯାଇଛି ଯେ, ଉତ୍ତର ପ୍ରଦେଶରେ ଲାଇଭ ଟିଭି କ୍ୟାମେରା ସାମ୍ନାରେ ଗୁଳି କରି ମୁସଲମାନଙ୍କୁ ଶହୀଦ କରାଯାଇଛି । ଏହି ହତ୍ୟାର ପ୍ରତିଶୋଧ ନିଆଯିବ । ଏହି ଧମକପୂର୍ଣ୍ଣ ମେସେଜ ମିଳିବା ପରେ ସୁରକ୍ଷା ଏଜେନ୍ସିଗୁଡିକ ହାଇ ଆଲର୍ଟରେ ରହିଛନ୍ତି । ଉତ୍ତର ପ୍ରଦେଶ ପୋଲିସ ମୁଖ୍ୟାଳୟ ପକ୍ଷରୁ ପୁରା ଘଟଣା ଉପରେ ନଜର ରଖାଯାଇଛି । ଆଇବି, ଏଟିଏସ୍ ଓ ଏସଓଜିକୁ ସଜାଗ କରାଯାଇଛି ।

ଏବେ ତିନି ହତ୍ୟାକାରୀ ଅରୁଣ ମୋର୍ଯ୍ୟ, ସନ୍ନି ଏବଂ ଲଭଲେଶ ତିୱାରୀ 14 ଦିନିଆ ନ୍ୟାୟିକ ହେପାଜତରେ ରହିଛନ୍ତି । ପୋଲିସ ସେମାନଙ୍କୁ 4 ଦିନିଆ ରିମାଣ୍ଡରେ ଆଣି ଜେରା କରିବା ପରେ ଆଜି ପୁଣି ପ୍ରତାପଗଡ ଜେଲକୁ ପଠାଇଦେଇଛି । ପ୍ରଥମେ ସେମାନଙ୍କୁ ନୈନୀ ଜେଲରେ ରଖାଯାଇଥିଲା । ସେଠାରେ ପୂର୍ବରୁ ଅତିକ ଗ୍ୟାଙ୍ଗର କିଛି କୁଖ୍ୟାତ ଅପରାଧୀ ରହୁଥିବା କାରଣରୁ ସେମାନଙ୍କୁ ପ୍ରତାପଗଡ ଜେଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଏବେ ଆତଙ୍କୀ ସଂଗଠନର ଧମକ ପରେ ସେମାନଙ୍କ ସୁରକ୍ଷାକୁ ଆହୁରି ବଢାଇଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.