ETV Bharat / bharat

ବିହାର ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟରେ 54.05% ମତଦାନ, EVM ଭିତରେ 1463 ପ୍ରାର୍ଥୀଙ୍କ ଭାଗ୍ୟ - ବିହାର ନିର୍ବାଚନ

କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବିହାର ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । 17ଟି ଜିଲ୍ଲାର 94 ବିଧାନସଭା ଆସନରେ ଅନୁଷ୍ଠିତ ହୋଇଥିଲା ମତଦାନ । ଅଧିକ ପଢନ୍ତୁ...

ବିହାର ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟରେ 54.05%% ମତଦାନ, EVM ଭିତରେ 1463 ପ୍ରାର୍ଥୀଙ୍କ ଭାଗ୍ୟ

author img

By

Published : Nov 3, 2020, 8:24 PM IST

ପାଟନା: କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବିହାର ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । 17ଟି ଜିଲ୍ଲାର 94 ବିଧାନସଭା ଆସନରେ ଅନୁଷ୍ଠିତ ହୋଇଥିଲା ମତଦାନ । ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ ଦ୍ବିତୀୟ ପର୍ଯ୍ୟାୟରେ 54.05% ପ୍ରତିଶତ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ।

ଦ୍ବିତୀୟ ପର୍ଯ୍ୟାୟ ମତଦାନରେ 1,463 ପ୍ରାର୍ଥୀ ନିର୍ବାଚନୀ ମୈଦାନରେ ଛିଡା ହୋଇଥିଲେ । ଏମାନଙ୍କ ମଧ୍ୟରୁ 1316 ପୁରୁଷ ଥିବା ବେଳେ 146 ମହିଳା ଓ ଜଣେ ଟ୍ରାନ୍ସଜେଣ୍ଡର ସାମିଲ ଥିବା ଜଣାପଡିଛି ।

ଏହି ପର୍ଯ୍ୟାୟରେ ମହାରାଜଗଞ୍ଜ ବିଧାନସଭା ନିର୍ବାଚନମଣ୍ଡଳୀରେ ସର୍ବାଧିକ 27 ଜଣ ପ୍ରାର୍ଥୀ ଥିବାବେଳେ ଦାରୌଲି ବିଧାନସଭା ନିର୍ବାଚନମଣ୍ଡଳୀରେ ସର୍ବନିମ୍ନ ଚାରିଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିଲେ। ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ସକାଳେ ମତଦାନ କେନ୍ଦ୍ରରେ ଭୋଟରଙ୍କ ସଂଖ୍ୟା କମ ଥିଲା । ପରେ ଦିନ ବଢିବା ସହ ଭୋଟରଙ୍କ ସଂଖ୍ୟା ବଢିବାରେ ଲାଗିଲା। ପ୍ରାରମ୍ଭରେ କେତେକ ମତଦାନ କେନ୍ଦ୍ରରେ ଇଭିଏମ ତ୍ରୁଟି ଦେଖାଦେଇଥିଲେ ମଧ୍ୟ ପରେ ସମାସ୍ୟାର ସମାଧାନ କରି ମତଦାନ ସ୍ବଭାବିକ ହୋଇଥିଲା ।

ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦଙ୍କ ପୁଅ ତଥା ତେଜସ୍ବୀଙ୍କ ଭାଇ ତେଜ ପ୍ରତାପ ଯାଦବ, ପାଟନା ସାହିବ ସାଂସଦ ତଥା ଅଭିନେତା ଶତୃଘ୍ନ ସିହ୍ନାଙ୍କ ପୁଅ ଲଭ ସିହ୍ନାଙ୍କ ନିର୍ବାଚନୀ ମୈଦାନରେ ନିଜର ଭାଗ୍ୟ ପରୀକ୍ଷା କରିଛନ୍ତି । ଏହା ବ୍ୟତୀତ ଭୋଟରମାନେ ପ୍ଲୁରାଲ୍ସ ପାର୍ଟିର ଅଧ୍ୟକ୍ଷ ପୁଷ୍ପମ ପ୍ରିୟା ଚୌଧୁରୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ।

ପାଟନା ସାହିବରୁ ସଡକ ପରିବହନ ମନ୍ତ୍ରୀ ନନ୍ଦକିଶୋର ଯାଦବ, ମଧୁବାନୀରୁ ମନ୍ତ୍ରୀ ରନ୍ଧୀର ସିଂ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରବଣ କୁମାରଙ୍କ ରାଜନୈତିକ ଭବିଷ୍ୟତ ବାଜିରେ ଲାଗିଛି । ଏହି ପର୍ଯ୍ୟାୟରେ ଆରଜେଡିର 56 ଜଣ ପ୍ରାର୍ଥୀ, ଜେଡିୟୁର 43 ଜଣ ପ୍ରାର୍ଥୀ, ବିଜେପିର 46 ଜଣ, କଂଗ୍ରେସର 24 ଜଣ, ସିପିଆଇର 4ଜଣ, ସିପିଏମର 4 ଜଣ, ଲୋକଜାନଶକ୍ତି ପାର୍ଟିର 52 ଜଣ ଏବଂ ଆରଏଲପିର 36 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିଲେ ।

ବିହାରର ନିର୍ବାଚନୀ ଯୁଦ୍ଧରେ ବିରୋଧୀ ଦଳର ମହାମଣ୍ଟ ଓ ଏନଡିଏ ମଧ୍ୟରେ କଡାକଡି ଟକ୍କରର ଅନୁମାନ କରାଯାଉଛି । ବିଜେପି ନେତୃତ୍ବାଧିନ ଏନଡିଏରେ ଜେଡିୟୁ, ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା, ବିକାଶୀଳ ଇନସାନ ପାର୍ଟି ରହିଥିବାବେଳେ କେନ୍ଦ୍ରରେ ଥିବା ଏନଡିଏର ସହଯୋଗୀ ଲୋକ ଜନଶକ୍ତି ପାର୍ଟି (ଏଲଜେପି) ଏଥର ଅଲଗା ନିର୍ବାଚନ ଲଢୁଛି।

ମହାମେଣ୍ଟରେ ରଜେଡି, କଂଗ୍ରେସ ଏବଂ ବାମପନ୍ଥୀ ଦଳ ଅଛନ୍ତି । ବିହାରରେ 243 ବିଧାନସଭା ଆସନ ପାଇଁ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ଏହା ଅଧୀନରେ ଅକ୍ଟୋବର 28ରେ ପ୍ରଥମ ପର୍ଯ୍ୟାୟ ପାଇଁ 71ଟି ଆସନରେ ଭୋଟଗ୍ରହଣ ହୋଇଥିଲା । ଅନ୍ୟପକ୍ଷେ ତୃତୀୟ ପର୍ଯ୍ୟାୟ ମତଦାନ ନଭେମ୍ବର 7ରେ ହେବ । ଏହି ପର୍ଯ୍ୟାୟରେ 78 ଟି ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ତେବେ 10 ନଭେମ୍ବରରେ ହେବ ବିହାର ନିର୍ବାଚନର ମତଗଣନା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.