ETV Bharat / bharat

ବିକାଶ ଆଣିବ ଭାରତ-ବାଲାଂଦେଶ ପରିବହନ ସଂଯୋଗ - ମୋଟରଯାନ ଚୁକ୍ତିନାମା

ଭାରତ ଓ ବାଲାଂଦେଶ ମଧ୍ୟରେ ଅବାଧ ପରିବହନ ସଂଯୋଗ ଉଭୟ ଦେଶର ଅଭିବୃଦ୍ଧିରେ ସହାୟକ ହେବ । ବିଶେଷକରି ବାଲାଂଦେଶର 17 ପ୍ରତିଶତ ଜାତୀୟ ଆୟର ବୃଦ୍ଧି ଘଟିବ । ଯାହା ବିଶ୍ବ ବ୍ୟାଙ୍କ ରିପୋର୍ଟରୁ ଜଣାପଡିଛି । ଅଧିକ ପଢନ୍ତୁ...

ଭାରତ-ବାଲାଂଦେଶ ମଧ୍ଯରେ ପରିବହନ ସଂଯୋଗ, ଆଣିବ ବିକାଶ

author img

By

Published : Mar 11, 2021, 11:00 PM IST

ହାଇଦ୍ରାବାଦ: ଭାରତ ଓ ବାଲାଂଦେଶ ମଧ୍ୟରେ ଅବାଧ ବା ସୁଲଭ ପରିବହନ ସଂଯୋଗ ଉଭୟ ଦେଶର ଅଭିବୃଦ୍ଧିରେ ସହାୟକ ହେବ । ଏହି ପରିବହନ ସମନ୍ବୟ ରିପୋର୍ଟରେ ଭାରତ ଓ ବାଲାଂଦେଶର ଏମଭିଏ ବା ମୋଟରଯାନ ଚୁକ୍ତିକୁ ମଧ୍ୟ ବିଶ୍ଲେଷଣ କରୁଛି ।

ଦୁଇ ଦେଶର ପରିବହନ ସମନ୍ବୟ ଦ୍ବାରା ବିଶେଷକରି ବାଲାଂଦେଶର 17 ପ୍ରତିଶତ ଜାତୀୟ ଆୟର ବୃଦ୍ଧି ଘଟିବ । ଏ ନେଇ ବିଶ୍ବ ବ୍ୟାଙ୍କ ରିପୋର୍ଟରେ ଦର୍ଶାଯାଇଛି । ତେବେ ବର୍ତ୍ତମାନ ବାଲାଂଦେଶର 10 ପ୍ରତିଶତ ଦ୍ବିପାକ୍ଷିକ ବାଣିଜ୍ୟ ଆକାଉଣ୍ଟ ରହିଥିବାବେଳେ ଭାରତର 1 ପ୍ରତିଶତ ରହିଛି । ଯେତେବେଳେ କି ପୂର୍ବ ଏସିଆ ଏବଂ ଆଫ୍ରିକୀୟ ଅର୍ଥବ୍ୟବସ୍ଥାରେ, ଆନ୍ତଃଅଞ୍ଚଳ ବାଣିଜ୍ୟ ଆକାଉଣ୍ଟ ଯଥାକ୍ରମେ 50 ପ୍ରତିଶତ ଏବଂ ସମୁଦାୟ ବାଣିଜ୍ୟିକ କ୍ଷେତ୍ରର 22 ପ୍ରତିଶତ ଅଟେ । ତେବେ ବାଲାଂଦେଶର ଏକ କମ୍ପାନୀ ଅପେକ୍ଷା ବ୍ରାଜିଲ କିମ୍ବା ଜର୍ମାନୀର ଏକ କମ୍ପାନୀ ସହିତ ବାଣିଜ୍ୟ କାରବାର ଭାରତର କୌଣସି କମ୍ପାନୀ ପାଇଁ ପ୍ରାୟ 15 ରୁ 20 ପ୍ରତିଶତ ମହଙ୍ଗା ବୋଲି ରିପୋର୍ଟରେ ଦର୍ଶାଯାଇଛି । ଉଚ୍ଚ ଟାରିଫ, ପାରା ଟାରିଫ ଏବଂ ଅଣ-ଟାରିଫ ବାଣିଜ୍ୟିକ କ୍ଷେତ୍ରରେ ବଡ ପ୍ରତିବନ୍ଧକ ରୂପେ ଦଣ୍ଡାୟମାନ ହୋଇଛି । ସେପଟେ ବାଲାଂଦେଶ ଏବଂ ଭାରତରେ ସରଳ ହାରାହାରି ଟାରିଫ ବିଶ୍ବ ହାରାହାରି ଠାରୁ ଦୁଇଗୁଣା ଅଧିକ ।

ପୂର୍ବ ଅର୍ଥନୈତିକ ବିଶ୍ଲେଷଣ ଏହା ଦର୍ଶାଉଛି ଯେ, ଭାରତ ଓ ବାଲାଂଦେଶ ମଧ୍ୟରେ ଯଦି ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ବାକ୍ଷରିତ ହୁଏ ତେବେ ଭାରତକୁ ବାଲାଂଦେଶର ଆମଦାନୀ 182 ପ୍ରତିଶତ ଏବଂ ବାଂଲାଦେଶକୁ ଭାରତର ଆମଦାନୀ 126 ପ୍ରତିଶତ ବୃଦ୍ଧି ପାଇବ । ତେବେ ଉଭୟ ଦେଶ ମଧ୍ୟରେ ପରିବହନ ସଂଯୋଗ କ୍ଷେତ୍ରରେ ଉନ୍ନତି ଆସିଲେ ସେମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ଆସିପାରିବ ବୋଲି ଏହି ବିଶ୍ଲେଷଣରୁ ସ୍ପଷ୍ଟ ହେଉଛି । ଭୌଗୋଳିକ ଦୃଷ୍ଟିକୋଣରୁ ବାଲାଂଦେଶର ଅବସ୍ଥିତି ଏହାକୁ ଭାରତ, ନେପାଳ, ଭୁଟାନ ଏବଂ ଅନ୍ୟ ପୂର୍ବ ଏସୀୟ ଦେଶମାନଙ୍କ ଏକ ରଣନୀତିକ ପ୍ରବେଶ ଦ୍ବାର ଭାବେ ଉପସ୍ଥାପିତ କରିଛି । ତେବେ ଆଞ୍ଚଳିକ ବାଣିଜ୍ୟ, ଗମନାଗମନ ଏବଂ ଲଜିଷ୍ଟିକ ନେଟୱାର୍କରେ ଉନ୍ନତି କରି ବାଲାଂଦେଶ ଏକ ଅର୍ଥନୈତିକ ପାୱାର ହାଉସ ହୋଇପାରିବ ବୋଲି ବାଲାଂଦେଶ ଓ ଭୁଟାନର ବିଶ୍ବ ବ୍ୟାଙ୍କ ନିର୍ଦ୍ଦେଶକ ମନ୍ତବ୍ୟ ଦେଇଛନ୍ତି ।

ଦୁର୍ବଳ ପରିବହନ ସମନ୍ବୟ ଭାରତ ଓ ବାଲାଂଦେଶ ବାଣିଜ୍ୟିକ ସମ୍ପର୍କ ମଧ୍ୟରେ ବାଧକ ସାଜିଛି । ଦୁଇ ଦେଶ ମଧ୍ୟରେ ଥିବା ସୁବୁଠୁ ଗୁରୁତ୍ବପୂର୍ଣ୍ଣ ସୀମା ବର୍ଡର ପଟ୍ରୋପୋଲ-ବେନାପୋଲ ଯୋଗୁଁ ଉଭୟ ଦେଶର ସୀମା ଅତିକ୍ରମ କରିବାରେ ଅନେକ ଦିନ ଲାଗିଥାଏ । ଅପରପକ୍ଷେ, ସମାନ ପରିମାଣର ଟ୍ରାଫିକ ନିୟନ୍ତ୍ରଣ କରୁଥିବା ପୂର୍ବ ଆଫ୍ରିକା ସମେତ ବିଶ୍ବର ଅନ୍ୟ ଅଞ୍ଚଳ ଏହି ସୀମା ଅତିକ୍ରମ କରିବାକୁ ଛଅ ଘଣ୍ଟାରୁ କମ୍ ସମୟ ନେଇଥାଏ ।

ଅପରପକ୍ଷେ, ବର୍ତ୍ତମାନ ସମୟରେ ଭାରତୀୟ ଟ୍ରକଗୁଡିକୁ ବାଲାଂଦେଶ ସୀମା ଦେଇ ଅତିକ୍ରମ କରିବାକୁ ଅନୁମତି ଦିଆଯାଇନାହିଁ । ଫଳସୂରୁପ, ଭାରତର ଉତ୍ତର-ପୂର୍ବ ଦେଶ ବିଚ୍ଛିନ୍ନ ରହିଛି ଏବଂ ଏହା କେବଳ 27 କିଲୋମିଟର ପ୍ରସସ୍ଥ ସିଲିଗୁରି କରିଡୋର ଦେଇ ସଂଯୁକ୍ତ ରହିଛି । ଯାହାକୁ କୁକୁଡାର ବେକ ମଧ୍ୟ କୁହାଯାଏ । ଏଣୁ ଏହା ଅତ୍ୟନ୍ତ ଲମ୍ବା ଓ ବ୍ୟୟବହୁଳ ମାର୍ଗ ସାଜିଛି । ଉଦାହରଣସୂରୁପ, ଅଗରତାଲାର ସାମଗ୍ରୀ ବାଂଲାଦେଶ ଦେଇ 450 କିମି ପରିବର୍ତ୍ତେ କୋଲକାତା ବନ୍ଦରରେ ପହଞ୍ଚିବା ପାଇଁ ସିଲିଗୁରି କରିଡୋର ଦେଇ 16,00 କିମି ଯାତ୍ରା କରିଥାଏ । ଯଦି ଭାରତୀୟ ଟ୍ରକ ପାଇଁ ବାଲାଂଦେଶ ସୀମା ଖୋଲା ରହିଥାନ୍ତା, ତେବେ ବାଲାଂଦେଶର ଚାଟୋଗ୍ରାମ ବନ୍ଦରରୁ ଅଗରତାଲାଠାରୁ ସାମଗ୍ରୀ ପରିବହନ ଖର୍ଚ୍ଚ 80 ପ୍ରତିଶତ କମ୍ ହେବ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ଏକ ରିପୋର୍ଟ ଅନୁଯାୟୀ, ଭାରତ-ବାଲାଂଦେଶର ଅବାଧ ପରିବହନ ସଂଯୋଗ ଦ୍ବାରା ବାଲାଂଦେଶର ସମସ୍ତ ଜିଲ୍ଲା ଉପକୃତ ହେବେ ଏବଂ ପୂର୍ବ ଜିଲ୍ଲାଗୁଡିକ ବାସ୍ତବ ଆୟରେ ଅଧିକ ଲାଭ ପାଇବେ । ଅନ୍ୟପଟେ ବାଲାଂଦେଶ ସୀମାକୁ ଲାଗି ରହିଥିବା ରାଜ୍ୟଗୁଡିକ ଯଥା, ଆସାମ, ମେଘାଳୟ, ମିଜୋରାମ, ତ୍ରିପୁରା, ପଶ୍ଚିମବଙ୍ଗ ଏବଂ ବାଲାଂଦେଶ ସୀମାରୁ ଦୂରରେ ଥିବା ରାଜ୍ୟ ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ର ମଧ୍ୟ ଏହାଦ୍ବାରା ପ୍ରଚୁର ଅର୍ଥନୈତିକ ଲାଭ ପାଇପାରିବ ।

ଭାରତ ବାଲାଂଦେଶ ମଧ୍ୟରେ ମୋଟର ଯାନ ଚୁକ୍ତି(MVA)କୁ ମଜବୁତ କରିବା ପାଇଁ ଦେଶଗୁଡିକ ଗ୍ରହଣ କରିବାକୁ ଥିବା ପ୍ରମୁଖ ନିମ୍ନଲିଖିତ ନୀତିଗତ କାର୍ଯ୍ୟଗୁଡିକ ରିପୋର୍ଟରେ ସୁପାରିଶ କରାଯାଇଛି ।

1. ସୁସଙ୍ଗଠିତ ଡ୍ରାଇଭିଙ୍ଗ ଲାଇସେନ୍ସ ଏବଂ ଭିସା ବ୍ୟବସ୍ଥା

2. ଏକ ଦକ୍ଷ ଆଞ୍ଚଳିକ ଗମନାଗମନ ବ୍ୟବସ୍ଥା ପ୍ରତିଷ୍ଠା କରିବା

3. ବାଣିଜ୍ୟ ଏବଂ ପରିବହନ ଡକ୍ୟୁମେଣ୍ଟଗୁଡିକୁ ଯୁକ୍ତିଯୁକ୍ତ ଏବଂ ଡିଜିଟାଇଜେସନ

4. ବାଣିଜ୍ୟ ମାର୍ଗ ଚୟନ କ୍ଷେତ୍ରରେ ଉଦାରୀକରଣ ନୀତି ଅବଲମ୍ବନ

5. ଉନ୍ନତ ଭିତ୍ତିଭୂମି ଡିଜାଇନ

6. ପ୍ରତିଯୋଗିତାମୂଳକ ପରିବହନ ସେବା ବଜାର ନିଶ୍ଚିତ କରିବା

7. ସ୍ଥଳବନ୍ଦର ଓ ସାମୁଦ୍ରିକ ବନ୍ଦରରେ ଆଧୁନିକ ସୂଚନା ପ୍ରଯୁକ୍ତବିଦ୍ୟା ଆପଣେଇବା

8. ବାଲାଂଦେଶ ଏବଂ ଭାରତରେ ସୀମାନ୍ତ କଷ୍ଟମ କ୍ଲିୟରାନ୍ସ ସୁବିଧାର ବିକାଶ

ସୀମା ବାଣିଜ୍ୟ କ୍ଷେତ୍ରରେ ମହିଳାଙ୍କ ପାଇଁ ସୁଯୋଗ:

ଆଞ୍ଚଳିକ ପରିବହନ ସଂଯୋଗ ଦ୍ବାରା ମହିଳାମାନଙ୍କ ପାଇଁ ମଧ୍ୟ ନୂତନ ବାଣିଜ୍ୟିକ ସୁଯୋଗ ସୃଷ୍ଟି ହେଉଛି । ଯଦିଓ ବର୍ତ୍ତମାନ କେବଳ ଅଳ୍ପସଂଖ୍ୟକ ମହିଳା ସୀମାନ୍ତ ବାଣିଜ୍ୟ ବଜାରରେ ଅଂଶଗ୍ରହଣ କରୁଛନ୍ତି, ହେଲେ ସେମାନଙ୍କ ଉପସ୍ଥିତି ବାଣିଜ୍ୟିକ କ୍ଷେତ୍ରରେ ପୁରୁଷ ପ୍ରାଧାନ୍ୟ ସ୍ଥିତିରେ ପରିବର୍ତ୍ତନକୁ ସୂଚାଉଛି । ସେହିପରି ବାଲାଂଦେଶ ଓ ଭାରତର ସୀମାନ୍ତ ହାଟ ବା ସୀମାନ୍ତ ବାଣିଜ୍ୟିକ ବଜାରରେ ଉଭୟ ଦେଶ ପାଇଁ ଗୋଟିଏ ଫାଟକ ରହିଛି । ଯେଉଁଥିରେ ମହିଳା ଏବଂ ଶିଶୁଙ୍କ ପାଇଁ କୌଣସି ପୃଥକ କିମ୍ବା ପ୍ରାଥମିକତା ନାହିଁ । ଫଳରେ ଯେତେବେଳେ ଏହି ହାଟରେ ଭିଡ ଜମିଥାଏ, ସେହି ସମୟରେ ସେମାନଙ୍କ ପାଇଁ ହାଟକୁ ପ୍ରବେଶ ଏବଂ ପ୍ରସ୍ଥାନ କଷ୍ଟସାଧ୍ୟ ହୋଇଥାଏ ।

ସେହିପରି ବ୍ୟାଙ୍କିଙ୍ଗ ଓ ମୁଦ୍ରା ବିନିମୟ ସୁବିଧାର ଅଭାବ ମହିଳା ବ୍ୟବସାୟୀଙ୍କୁ ଦୁର୍ବଳ ସ୍ଥିତି ଆଣିଥାଏ, କାରଣ ଏହା ସେମାନଙ୍କୁ ବିଦେଶୀ ମୁଦ୍ରା ବିନିମୟ ପାଇଁ ଅନୌପଚାରିକ ନେଟୱାର୍କ ବ୍ୟବହାର କରିବାକୁ ବାଧ୍ୟ କରିଥାଏ । ଏହି ନେଟୱାର୍କ ପୁରୁଷ ଦ୍ବାରା ନିୟନ୍ତ୍ରିତ ହୋଇଥାଏ ।

ସେହିପରି ମହିଳାଙ୍କ ପାଇଁ ସ୍ବତନ୍ତ୍ର ଶୌଚାଳୟ ବ୍ୟବସ୍ଥା କରିବା, ଋତୁସ୍ରାବ କିଟ୍ ଯୋଗାଇବା, ସୀମାନ୍ତ ହାଟ କର୍ମଚାରୀଙ୍କ ଦ୍ବାରା ଯୌନ ଉତ୍ପୀଡନ ଏବଂ ଯୌନ ନିର୍ଯ୍ୟାତନା ଘଟଣାକୁ ସମାଧାନ କରିବା, ସଚେତନାତା ବୃଦ୍ଧି, ତାଲିମ ଯୋଗାଇବା ଆଦି ଦୁଇ ଦେଶ ମଧ୍ୟରେ ସୁଦୃଢ ପରିବହନ ସଂଯୋଗ ଦ୍ବାରା ହିଁ ଦୂରୀଭୂତ କରାଯାଇପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.