ଭୋପାଳ: ୨୦୨୩ରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ । ୨୩୦ ବିଧାନସଭା ଆସନ ପାଇଁ ପୁଣି ହେବ କ୍ଷମତାର ଲଢେଇ । କିଏ ହାତେଇବ ଗାଦି, କାହାକୁ ମିଳିବ ଜନତାଙ୍କ ଭୋଟ ସେନେଇ ଏବେଠାରୁ ଆରମ୍ଭ ହେଲା ଆଙ୍କକଷା । ତେବେ ଭାରତୀୟ ଜନତା ପାର୍ଟି ୨୦୨୩ ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରିବା ସହ ରାଜ୍ୟରେ କ୍ଷମତାକୁ ଫେରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ବେସାମରିକ ଓ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ।
ସେ ଆହୁରି ମଧ୍ୟ କହିଛନ୍ତି ଗତ ସାତ ବର୍ଷ ମଧ୍ୟରେ ପିଏମ ମୋଦି ଲୋକଙ୍କ ଆଧାରିତ ସରକାର ଗଠନ କରିଛନ୍ତି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରାଜ୍ୟବାସୀଙ୍କ ଉନ୍ନତି ପାଇଁ ଦିନରାତି କାର୍ଯ୍ୟ କରୁଛନ୍ତି ଏବଂ ମୁଁ ନିଶ୍ଚିତ ଯେ ଆସନ୍ତା 2023 ବିଧାନସଭା ନିର୍ବାଚନରେ ବିଜେପି ବହୁମତ ହାସଲ କରିବ । କଂଗ୍ରେସ ମୋର ଅତୀତ ଥିଲା ଏବଂ ମୁଁ ଅତୀତରେ ସମୟ ନଷ୍ଟ କରିବାକୁ ଚାହେଁ ନାହିଁ, ମୋର ବର୍ତ୍ତମାନ ଏବଂ ଭବିଷ୍ୟତ ବିଷୟରେ କହିବି ବୋଲି କହିଛନ୍ତି ସିନ୍ଧିଆ । ସେହିପରି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ମଧ୍ୟ ମଧ୍ୟପ୍ରଦେଶରେ ୨୦୨୩ରେ ପୁଣି ପଦ୍ମ ଫୁଟିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
@ANI