ETV Bharat / bharat

Haryana: A ଓ B ବର୍ଗ ସରକାରୀ ଚାକିରିରେ ପଦନ୍ନୋତି ପାଇଁ ଅନୁସୂଚିତ ଜାତିବର୍ଗକୁ 20% ସଂରକ୍ଷଣ

ହରିୟାଣାରେ A ଓ B ବର୍ଗ ସରକାରୀ ଚାକିରିରେ ପଦନ୍ନୋତି ପାଇଁ ଅନୁସୂଚିତ ଜାତି ବର୍ଗକୁ 20% ସଂରକ୍ଷଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Aug 28, 2023, 10:56 PM IST

Haryana: ସରକାରୀ ଚାକିରିରେ ଅନୁସୂଚିତ ଜାତି ବର୍ଗକୁ 20% ସଂରକ୍ଷଣ, ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଚଣ୍ଡିଗଡ: ହରିୟାଣାରେ A ଓ B ବର୍ଗ ସରକାରୀ ଚାକିରି କ୍ଷେତ୍ରରେ ଅନୁସୂଚୀତ ଜାତିବର୍ଗ ପାଇଁ ବଡ ଘୋଷଣା କରିଛନ୍ତି ସରକାର । ରାଜ୍ୟ ସରକାରଙ୍କ ବର୍ଗ-A ଓ ବର୍ଗ-B ପାହ୍ୟାର ସରକାରୀ ଚାକିରିରେ ପଦନ୍ନୋତିରେ ଅନୁସୂଚୀତ ଜାତିବର୍ଗ ପାଇବେ 20% ସଂରକ୍ଷଣ ସୁବିଧା । ଏନେଇ ଆଜି ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଘୋଷଣା କରିଛନ୍ତି । ଆଜି ରାଜ୍ୟରେ ବିଧାନସଭା ଅଧିବେଶନ ଜାରି ରହିଥିବା ବେଳେ ଏହି ସଂରକ୍ଷଣ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଖଟ୍ଟର ।

ଏହି ଘୋଷଣାନାମା ବେଳେ ମୁଖ୍ୟମନ୍ତ୍ରୀ ଖଟ୍ଟର କହିଛନ୍ତି, “ଆମେ ଏ ସମ୍ପର୍କିତ ସମସ୍ତ ତଥ୍ୟ ଓ ଦଲିଲ୍‌ ଯାଞ୍ଚ କରିସାରିଛୁ । ଏହା ପରେ ମୁଁ ଅନୁସୂଚୀତ ଜାତି (ଏସସି) ବର୍ଗ ପାଇଁ ଏହି ସଂରକ୍ଷଣ ଘୋଷଣା କରୁଛି । ରାଜ୍ୟ ସରକାରଙ୍କ ଅଧୀନସ୍ଥ ବର୍ଗ C ଏବଂ D ପାଇଁ ଏହି ଜାତିବର୍ଗଙ୍କ କ୍ଷେତ୍ରରେ ପୂର୍ବରୁ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇସାରିଛି । ସେମାନେ ତାର ଲାଭ ଉଠାଇ ପାରୁଛନ୍ତି । ଏବେ ଏହି ସରକ୍ଷଣ ତାଲିକାରେ ବର୍ଗ A ଏବଂ B କୁ ମଧ୍ୟ ସାମିଲ କରଗଲା । ଆଜି ମୁଁ ଘୋଷଣା କରୁଛି ଯେ ଆମେ A ଏବଂ B ବର୍ଗରେ ପଦନ୍ନୋତି ପାଇଁ ଅନୁସୂଚୀତ ଜାତିବର୍ଗରେ 20% ସଂରକ୍ଷଣ ମଧ୍ୟ କାର୍ଯ୍ୟକାରୀ କରୁଛୁ । ଏକ ସପ୍ତାହ ମଧ୍ୟରେ ଏ ସମ୍ପର୍କରେ ଆନୁଷ୍ଠାନିକ ବିଜ୍ଞପ୍ତି ଏବଂ ବିସ୍ତୃତ ନିର୍ଦ୍ଦେଶନାମା ମଧ୍ୟ ଜାରି କରିଦିଆଯିବ ।’’

ଖଟ୍ଟରଙ୍କ ଏହି ସଂରକ୍ଷଣ ଘୋଷଣାକୁ ଉପମୁଖ୍ୟମନ୍ତ୍ରୀ ଦ୍ୟୁଷ୍ୟନ୍ତ ଚୌଟାଲା ସ୍ବାଗତ କରିଛନ୍ତି । ଏହା ଏକ ପ୍ରଭାବୀ ନିଷ୍ପତ୍ତି ବୋଲି ମଧ୍ୟ ସେ କହିଛନ୍ତି । ଅନ୍ୟପଟେ ଆଜି ବିରୋଧୀ କଂଗ୍ରେସ ହରିୟାଣା ନୁହଁ ହିଂସା ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ । ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ଅଭିଯୋଗ କରି ଗୃହରେ ନାରାବାଜୀ ଓ ହଟ୍ଟଗୋଳ କରିଥିଲେ । ଫଳରେ ଗୃହକାର୍ଯ୍ୟ ସ୍ଥଗିତ ରଖାଯାଇଛି ।

ଏହା ମଧ୍ୟ ପଢନ୍ତୁ :-Defamation case: ଦିଲ୍ଲୀ କୋର୍ଟରେ ଭର୍ଚ୍ଚୁଆଲି ହାଜର ହେଲେ ଗେହେଲଟ

ଅନ୍ୟପଟେ ଏହି ବହୁଚର୍ଚ୍ଚିତ ଧାର୍ମିକ ହିଂସାରେ କଂଗ୍ରେସ ନେତାଙ୍କ ଭୂମିକା ମଧ୍ୟ ସାମ୍ନାକୁ ଆସିଛି । ଏହି ହିଂସା ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜଣେ କଂଗ୍ରେସ ବିଧାୟକଙ୍କୁ ପୋଲିସ ନୋଟିସ ଦେଇଥିବାରୁ ଏହା ଆଶ୍ଚର୍ଯ୍ୟଜନକ ବୋଲି ମୁଖ୍ଯମନ୍ତ୍ରୀ ଖଟ୍ଟର କହିଛନ୍ତି । ମୁଖ୍ୟମନ୍ତ୍ରୀ ଖଟ୍ଟର କହିଛନ୍ତି, ହିଂସାକାଣ୍ଡରେ 300 ରୁ ଅଧିକ ଅଭିଯୁକ୍ତଙ୍କୁ ବର୍ତ୍ତମାନ ସୁଦ୍ଧା ଗିରଫ କରାଯାଇଛି । 160 ରୁ ଅଧିକ ମାମଲା ପଞ୍ଜିକୃତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.